Advertisment

MGNREGA to Be Replaced by VB-G-RAM G: ବଦଳିବ ମନରେଗା ଯୋଜନା, ଆସିବ VB-G-RAM G

ବଦଳିବ MGNREGA ଯୋଜନା, ଆସିବ ବିଲ୍। ସଂସଦରେ ଆସିବ VB G RAM G ବିଲ୍। ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ ବିଲ୍।

author-image
Chinmayee Sahoo
MGNREGA

MGNREGA Photograph: (OTV)

ବଦଳିବ MGNREGA। ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା ବଦଳରେ ସଂସଦରେ ଆସିବ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ବିଲ । ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ନୂଆ ବିଲ VB G RAM G ଆସିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

Advertisment

୨୦୦୫ରେ ତତ୍କାଳୀନ ୟୁପିଏ ସରକାର MGNREGA ଯୋଜନା ଆଣିଥିଲେ । ଏଥିରେ ଗ୍ରାମାଞ୍ଚଳରେ ୧୦୦ ଦିନର କାମ ପାଇଁ ଗ୍ୟାରେଣ୍ଟି ଦିଆଯାଇଥିଲା । ଏହା ୨୦ ବର୍ଷ ଧରି ଚାଲିଛି । 

ତେବେ ନୂଆ ବିଲ୍ VB G RAM Gରେ ୧୦୦ ଦିନ କାମ ବଦଳରେ ୧୨୫ ଦିନ କାମ ଦେବାକୁ ଗ୍ୟାରେଣ୍ଟି ଦିଆଯିବାକୁ ପ୍ରସ୍ତାବ ରହିଛି । କାମ ସରିବାର ସପ୍ତାହେ କିମ୍ବା ୧୫ ଦିନ ଭିତରେ ଶ୍ରମିକଙ୍କୁ ମଜୁରି ଦିଆଯିବ। ଯଦି ମଜୁରି ଡେଡଲାଇନ ଭିତରେ ଦିଆଯାଇପାରିବ ନାହିଁ ତେବେ ସଂପୃକ୍ତ ଶ୍ରମିକଙ୍କୁ ବେକାରୀ ଭତ୍ତା ମିଳିବା ନେଇ ପ୍ରସ୍ତାବ ରହିଛି । 

Advertisment

ଏହି ନୂଆ ସ୍କିମରେ କାର୍ଯ୍ୟକୁ ୪ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପୁନଃ ନିର୍ମାଣ । ତେବେ ଚାଷବାସ ଅମଳ ସମୟରେ ଗ୍ରାମୀଣ ଆଞ୍ଚଳରେ ଲୋକେ ବ୍ୟସ୍ତ ଥିବା ବେଳେ ଏହି VB G RAM G ସ୍କିମର କାର୍ଯ୍ୟ ଲାଗୁ ହେବ ନାହିଁ । 

ସ୍ବଚ୍ଛତା ରକ୍ଷା ପାଇଁ ବାୟୋମେଟ୍ରିକ୍ ଓ ଜିଓଟ୍ୟାଗିଂ ବ୍ୟବହାର ହେବ । ଏହି ସ୍କିମରେ ଶ୍ରମିକଙ୍କ ସମସ୍ୟା ଶୁଣାଣି ପାଇଁ ମଧ୍ୟ ବିଭିନ୍ନ ସ୍ତରରେ ବ୍ୟବସ୍ଥା ରହିବ। MGNREGAରେ ଅଣକୁଶଳୀ ଶ୍ରମିକଙ୍କ ୧୦୦ ପ୍ରତିଶତ ମଜୁରି କେନ୍ଦ୍ର ବହନ କରୁଥିବା ବେଳେ କୁଶଳୀ ଶ୍ରମିକ ବ୍ୟବହାର ହେଲେ କିଛି ପରିମାଣର ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି। ତେବେ G Ram G schemeରେ କେନ୍ଦ୍ର ୬୦ ପ୍ରତିଶତ ଓ କିଛି ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ । 

ତେବେ ଉତ୍ତର ପୂର୍ବ ଓ ହିମାଳୟ ଅଞ୍ଚଳରେ ଥିବା ରାଜ୍ୟରେ ୯୦ ପ୍ରତିଶତ କେନ୍ଦ୍ର ଓ ୧୦ ପ୍ରତିଶତ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ । ତେବେ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ସରକାର ଶତ ପ୍ରତିଶତ ଖର୍ଚ୍ଚ ବହନ କରିବେ । ବାର୍ଷିକ ଏହି ଯୋଜନା ପାଇଁ ୧ ଲକ୍ଷ ୫୧ ହଜାର କୋଟି ଖର୍ଚ୍ଚ ପାଇଁ ପ୍ରସ୍ତାବ ଥିବା ବେଳେ ଏଥିରୁ ୯୫ ହଜାର ୬୯୨ କୋଟି କେନ୍ଦ୍ର ସରକାର ବହନ କରିବେ । 

ତେବେ MGNREGA ଯୋଜନାର ନାଁ ବଦଳାଇ ମହାତ୍ମା ଗାନ୍ଧିଙ୍କ ନାଁ ହଟାଇବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନାଁ ବଦଳାଇବା ଯୋଗୁ କାଗଜପତ୍ର କାମରେ ଅନେକ ଖର୍ଚ୍ଚ ହେବ । ଯୋଜନାର ନାଁ ଦଳାଇଇବାକୁ ବିରୋଧ ସହ ସମାଲୋଚନା କରିଛି କଂଗ୍ରେସ।

•    ବଦଳିବ MGNREGA ଯୋଜନା, ଆସିବ ବିଲ୍
•    ସଂସଦରେ ଆସିବ VB G RAM G ବିଲ୍
•    ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ ବିଲ
•    'ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ନୂଆ ବିଲ' 
•    ୨୦୦୫ରେ ୟୁପିଏ ସରକାର ଆଣିଥିଲେ MGNREGA ଯୋଜନା
•    ଗ୍ରାମାଞ୍ଚଳରେ ୧୦୦ ଦିନର କାମ ପାଇଁ ଗ୍ୟାରେଣ୍ଟି ଦିଆଯାଇଥିଲା 
•    MGNREGA ୨୦ ବର୍ଷ ଧରି ଚାଲିଛି 
•    ନୂଆ ବିଲ VB G RAM G
•    VB G RAM Gରେ ୧୦୦ ଦିନ ବଦଳରେ ୧୨୫ ଦିନ କାମ ଗ୍ୟାରେଣ୍ଟି
•    କାମ ସରିବାର ସପ୍ତାହେ କିମ୍ବା ୧୫ ଦିନ ଭିତରେ ମଜୁରି ଦିଆଯିବ
•    ଡେଡଲାଇନ ଭିତରେ ମଜୁରି ନଦେଲେ ବେକାରୀ ଭତ୍ତା ମିଳିବ
•    ନୂଆ ସ୍କିମରେ କାର୍ଯ୍ୟକୁ ୪ ଭାଗରେ ବିଭକ୍ତ କରାଯାଇଛି 
•    ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପୁନଃ ନିର୍ମାଣ
•    ଅମଳ ସମୟରେ ଲୋକେ ବ୍ୟସ୍ତ ଥିବା ବେଳେ ଏହି ସ୍କିମ ଲାଗୁ ହେବ ନାହିଁ
•    ସ୍ବଚ୍ଛତା ରକ୍ଷା ପାଇଁ ବାୟୋମେଟ୍ରିକ୍ ଓ ଜିଓଟ୍ୟାଗିଂ ବ୍ୟବହାର ହେବ 
•    ଶ୍ରମିକଙ୍କ ସମସ୍ୟା ଶୁଣାଣି ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା ରହିବ
•    ନୂଆ ସ୍କିମରେ କେନ୍ଦ୍ର ୬୦ ପ୍ରତିଶତ ଓ କିଛି ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ
•    ଉତ୍ତର ପୂର୍ବ ଓ ହିମାଳୟ ଅଞ୍ଚଳରେ ଥିବା ରାଜ୍ୟରେ ଖର୍ଚ୍ଚ ଅନୁପାତ ୯୦: ୧୦
•    କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ଶତ ପ୍ରତିଶତ ଖର୍ଚ୍ଚ ବହନ କରିବେ 
•    ବାର୍ଷିକ ଏହି ଯୋଜନା ପାଇଁ ୧ ଲକ୍ଷ ୫୧ ହଜାର କୋଟି ଖର୍ଚ୍ଚ ହେବ
•    କେନ୍ଦ୍ର ସରକାର ୯୫ ହଜାର ୬୯୨ କୋଟି ବହନ କରିବେ

MGNREGA
Advertisment
Advertisment