/odishatv-khabar/media/media_files/2025/12/16/delhi-bus-fire-2025-12-16-10-15-51.jpg)
DELHI-BUS-FIRE Photograph: (OTV)
ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଧରଣର ଦୁର୍ଘଟଣା । ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେବାରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଅନେକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଥିଲା ଅନେକ ଗାଡ଼ି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୫ ଗୁରୁତର ଆହତ ହୋଇଛନ୍ତି ।
ଘନ କୁହୁଡ଼ି ଯୋଗୁ ଜମୁନା ଏକ୍ସପ୍ରେସ ୱେରେ ୭ଟି ବସ ଓ ୩ଟି କାର ପରସ୍ପରକୁ ଧକ୍କା ଦେଇଥିଲେ । ମଥୁରା ନିକଟରେ ଏହି ଦୁର୍ଘଟଣା ହୋଇଛି । କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ରେସ୍କ୍ୟୁ ଅପରେସନ ପାଇଁ ଏକ୍ସପ୍ରେସ ୱେକୁ ବନ୍ଦ ରଖାଯାଇଥିଲା ।
• ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା
• ପରସ୍ପରକୁ ଧକ୍କା ଦେଲେ ଏକାଧିକ ଗାଡ଼ି
• ଦୁର୍ଘଟଣା ପରେ ଗାଡ଼ିରେ ଲାଗିଲା ନିଆଁ
• ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ, ୨୫ ଗୁରୁତର
• ୭ଟି ବସ ଓ ୩ଟି କାର ପରସ୍ପରକୁ ଧକ୍କା ଦେଇଥିବା ସୂଚନା
• କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯିବାରୁ ଦୁର୍ଘଟଣା
Vijay Diwas: ଆଜି ଭାରତ ଇତିହାସରେ ସ୍ବର୍ଣ୍ଣିମ ଦିନ; ଭାରତ ଚାଖିଥିଲା ବିଜୟର ସର୍ବଶ୍ରେଷ୍ଠ ସ୍ବାଦ

Severe Air Pollution: ଦିଲ୍ଲୀକୁ କଲବଲ କରୁଛି ବାୟୁ ପ୍ରଦୂଷଣ, ସଂଘାତିକ ଭାବେ ପ୍ରଭାବିତ ବିମାନ ଚଳାଚଳ

Notorious Criminal Shot in Police Encounter: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ଦେଶୀ ବନ୍ଧୁକ ଓ ଗୁଳି ଜବତ

Plane Crash: ଭୟଙ୍କର ବିମାନ ଦୁର୍ଘଟଣା: ଏକାଧିକ ମୃତ, ୧୩୦ ଜଣଙ୍କୁ ଉଦ୍ଧାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)