/odishatv-khabar/media/media_files/2025/12/16/messi-handshake-2025-12-16-12-25-24.jpg)
Messi-Handshake Photograph: (OTV)
ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର୍ ଲିଓନେଲ୍ ମେସି ବର୍ତ୍ତମାନ GOAT ଇଣ୍ଡିଆ ଟୁରରେ ଥିଲେ। ଗତକାଲି ତାଙ୍କର ଟୁରର ତୃତୀୟ ତଥା ଶେଷ ଦିନ ଥିଲା। ସେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ନିଜ ଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବରୁ ମେସି କୋଲକାତା, ହାଇଦ୍ରାବାଦ ଏବଂ ମୁମ୍ବାଇରେ ହୋଇଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ଫେବରେଟ୍ ଫୁଟବଲ ମେସି ଆସୁଥିବାରୁ ତାଙ୍କୁ ଦେଖିବାକୁ ଉତ୍ସାହିତ ଅଛନ୍ତି ଫ୍ୟାନ। ହେଲେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। କାରଣ ମେସିଙ୍କ ସହ ଥରେ ହାତ ମିଶାଇବାକୁ କିଛି ଫ୍ୟାନ ୧ କୋଟି ଦେବାକୁ ମଧ୍ୟ ରାଜି ହୋଇଛନ୍ତି।
ବିଶ୍ୱକପ୍ ବିଜୟୀ ଆର୍ଜେଣ୍ଟିନା ତାରକା ମେସି ବିମାନବନ୍ଦରରୁ ସିଧାସଳଖ ଲୀଲା ପ୍ୟାଲେସ୍ ହୋଟେଲକୁ ଯାଇଥିଲେ। ଆଉ ସେଠାରେ, ସେ ପ୍ରାୟ ଏକ ଘଣ୍ଟା ପାଇଁ କିଛି ଚୟନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ ଏବଂ ଅଭିବାଦନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ହେଲେ ଏକ ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଲିଓନେଲ୍ ମେସିଙ୍କୁ ଭେଟିବା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି।
କିଛି କର୍ପୋରେଟ୍ ମେସିଙ୍କ ସହ ଏହି ବ୍ୟକ୍ତିଗତ ସାକ୍ଷାତ ଏବଂ ହାତ ମିଶାଇବା ପାଇଁ ପାଇଁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସଭିଙ୍କ ହୋସ ଉଡ଼ିଯାଇଛି। ଏହା ପୂର୍ବରୁ ମଧ୍ୟ ଗୋଟିଏ ଖବର ଖୁବ ଚର୍ଚ୍ଚା ହୋଇଥିଲା, ଯେତେବେଳେ GOAT ଇଣ୍ଡିଆ ଟୁରର ଆୟୋଜକମାନେ ମେସିଙ୍କ ସହିତ ଗୋଟିଏ ଫଟୋଗ୍ରାଫିର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଘୋଷଣା କରିଥିଲେ। ହେଲେ ଏବେ ହ୍ୟାଣ୍ଡସେକ୍ ଦର ତାଠୁ ମଧ୍ୟ ବଳିଯାଇଛି।
2 Odia Cricketers Added To IPL Mini Auction List: IPL ନିଲାମ ତାଲିକାରେ ୨ ଓଡ଼ିଆ, ଆଜି ଆବୁଧାବିରେ ମିନି ଅକ୍ସନ

Minor Girl Abducted: ଚାଞ୍ଚଲ୍ୟ: ବୟସ୍କ ବ୍ୟକ୍ତିଙ୍କ ସହ ବିବାହ ପାଇଁ ନାବାଳିକାକୁ ଅପହରଣ !

Blanket Distribution: ନିରାଶ୍ରୟଙ୍କୁ ସାହା ହେଲା ଓଟିଭି କେୟାର୍ସ, ବିଭିନ୍ନ ସ୍ଥାନରେ କମ୍ବଳ ବଣ୍ଟନ

Congress Rift Deepens: କଂଗ୍ରେସ କଳିରେ ଲାଗୁନି ବ୍ରେକ, ଭକ୍ତ କହିଲେ ମୋକିମ୍ କିଏ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)