• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

paddy
ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ଭୁବନେଶ୍ୱର: ଖରିଫ ଧାନ କିଣାବିକା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଥିପାଇଁ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଏବଂ ତଦାରଖ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ ଓ ସମବାୟ ବିଭାଗର ୧୨ ଅଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।  ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟକୁ ସ୍ୱଚ୍ଛ , ସୁବ୍ୟବସ୍ଥିତ ଓ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏହି ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି […]

  • Wednesday, 30 June 2021
corona
ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।   ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୨୪୧ ଓ ଲୋକାଲ କେସ ୧୭୭ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ୪୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୫୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି। Corona Updates in Odisha […]

odisha-coronavirus
କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ହାର କମୁଛି। ଗତ କାଲି ୫ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୫। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଥିବାବେଳେ ୨ ଜଣ ଅଛନ୍ତି ନୂଆପଡ଼ା ଜିଲ୍ଲାର। ସୂଚନାଥାଉ କି, ଆଜି ମଧ୍ୟ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଆଜି […]

  • Wednesday, 30 June 2021
santosh-sing-saluja
ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

ଭୁବନେଶ୍ୱର: ପରି ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସରେ ଭିନ୍ନମତ ଦେଖାଦେଇଛି। ଏଥିପାଇଁ କଂଗ୍ରେସର ନିରବତାକୁ ନେଇ ଗତକାଲି ବିଜେପି ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା। ପରୀ ପ୍ରସଙ୍ଗରେ ଗୃହରେ ଚୁପ୍ ରହିବାର କାରଣ କହିଛନ୍ତି ସାଲୁଜା। ସେ କହିଛନ୍ତି, ଚୁପ୍‌ର କାରଣ ସିଏଲ୍‌ପି ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ। ସିଏଲ୍‌ପି ନେତା ଯାହା କହିବେ ଆମେ କହିବାକୁ ଓ କରିବାକୁ ବାଧ୍ୟ ବୋଲି ସାଲୁଜା କହିଛନ୍ତି। […]

  • Wednesday, 30 June 2021
sambit-patra
ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ଏନେଇ ସେ କହିଛନ୍ତି ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି ? କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ? ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଲେ ସମ୍ବିତ ଅଭିଯୋଗ କରିଛନ୍ତି। ପରୀ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ବି […]

  • Wednesday, 30 June 2021
sura rautray
ପରୀ ହତ୍ୟା ଘଟଣା ପ୍ରସଙ୍ଗ; ପଦାରେ ପଡ଼ିଲା କଂଗ୍ରେସର ମତଭେଦ

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ତେଜୁଛି। ଏପରିକି  ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ମତଭେଦ ପଦାରେ ପଡ଼ିଛି । କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ଭିନ୍ନମତ ଦେଇଛନ୍ତି ସୁର ରାଉତରାୟ। ପରୀ ହତ୍ୟା ଘଟଣାର ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ […]

  • Wednesday, 30 June 2021
narasingha-mishra
ପରୀ ହତ୍ୟା ପ୍ରସଙ୍ଗ: SIT ଗଠନକୁ କଂଗ୍ରେସର ଐତିହାସିକ ସଫଳତା ବୋଲି କହିଲେ ନରସିଂହ

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ SIT ଗଠନକୁ ଐତିହାସିକ ସଫଳତା ବୋଲି କହିଲେ ନରସିଂହ ମିଶ୍ର। ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିଥିଲେ ? ଆମ ଦାବିରେ ତାହା ହେଲା। କଂଗ୍ରେସର ଏହା ଐତିହାସିକ ସଫଳତା ବୋଲି ନରସିଂହ କହିଛନ୍ତି। ସିଏଲ୍‌ପି ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ବୋଲି ନରସିଂହ କହିଛନ୍ତି। ଏହା ପୂର୍ବରୁ ପରୀ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ […]

  • Wednesday, 30 June 2021
proposed
ନାବାଳିକାଙ୍କୁ ଟ୍ରେନ୍‌ରେ ଦେଖି ପ୍ରପୋଜ କଲେ ଯୁବକ, ଆଉ ତା' ପରେ

ରାଉଲକେଲା: ଟ୍ରେନରେ ନାବାଳିକାଙ୍କୁ ଦୁର୍ବବ୍ୟହାର ଅଭିଯୋଗରେ ଜଣେ ଗିରଫ। ଗତ ୨୯ ତାରିଖରେ ମୁମ୍ବାଇ LTT ଏକ୍ସପ୍ରେସ୍‌ରେ ନାବାଳିକା ତାଙ୍କ ପରିବାର ସହ ଆସୁଥିବା ବେଳେ ଅଶ୍ଲୀଳ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ସାଥୀ ଯାତ୍ରୀ ଜଣକ ଏପରି କରିଥିବା ଅଭିଯୋଗ ପରେ ରାଉରକେଲା ରେଳବାଇ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକା ଯାତ୍ରୀଙ୍କୁ ସଂପୃକ୍ତ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିବା ସହ ଅଶାଳୀନ ବ୍ୟବହାର କରିଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ। ତେବେ ରୋଡ୍‌ ରୋମିଓ […]

  • Wednesday, 30 June 2021
bijoy-mohaptra
ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ, ସେ ଏହା ବୁଝିବା ଦରକାର: ବିଜୟ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କାର ହେବା ପରେ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏ ନେଇ ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ ମିଛ କହିନାହାନ୍ତି। ମୁଷ୍ଟିମେୟ ଅଫିସରଙ୍କ ଔଧତ୍ୟ ଓ ଅହଂକାର ବଢ଼ି ଯାଇଛି। ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ କାର୍ଯ୍ୟ ଅତ୍ୟନ୍ତ ଅମାନବିକ ବୋଲି ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ଅଭୟ ପାଠକ କେତେ କାମ କରୁଥିଲେ, କେହି […]

  • Wednesday, 30 June 2021
shitya
ସାହିତ୍ୟ ଦର୍ପଣ ପୁରସ୍କାର ଘୋଷଣା

ଭୁବନେଶ୍ୱର: ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ସାହିତ୍ୟ ଦର୍ପଣ ପକ୍ଷରୁ ୨୦୨୧ ମସିହା ପାଇଁ ସାହିତ୍ୟ ଦର୍ପଣ ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ଏହି ପୁରସ୍କାର ମୋଟ ୬ ଜଣ କବି ଓ ପ୍ରାବନ୍ଧିକଙ୍କୁ ସମ୍ମାନିତ କରାଯିବ। ଶ୍ରୀଯୁକ୍ତ ଅଖିଳ କୁମାର ମିଶ୍ରଙ୍କ କବିତା ବର୍ଗରେ ସାହିତ୍ୟ ଦର୍ପଣ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାର ସ୍ୱରୂପ ନଗଦ ୫ ହଜାର ଟଙ୍କା, ଉପଢୌକନ ସହିତ ଫଳକ ପ୍ରଦାନ କରାଯିବ। ସେହିପରି ସାହିତ୍ୟ ଦର୍ପଣ ସ୍ୱତନ୍ତ୍ର କବିତା ସମ୍ମାନରେ […]

  • Wednesday, 30 June 2021
ncpcr
ପରୀ ହତ୍ୟା: ଜବାବ ତଲବ କଲେ NCPCR

ନୂଆଦିଲ୍ଲୀ: ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ NCPCR (ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ)। ନିଜ ତରଫରୁ ମାମଲା ରୁଜୁ କରି ନୋଟିସ କଲେ NCPCR। ଓଡ଼ିଶାଟିଭି ଡଟ୍ ଇନ୍ ଏବଂ ଓଟିଭି ଖବର ଆଧାରରେ ମାମଲା ରୁଜୁ ହୋଇଛି। उड़ीसा में ५ वर्षीय बच्ची के अपहरण के बाद हत्या की गयी, इस मामले में बच्ची के माता पिता […]

  • Wednesday, 30 June 2021
mrg
ଆସିଲା କରୋନା ଗାଇଡଲାଇନ୍: ଦେଶ ବାହାରକୁ ବିମାନ ଯାତ୍ରା ମନା

ଭୁବନେଶ୍ୱର: କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ଜାରି କରାଯାଇପାରିବ, ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ। ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ। ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା। ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା। ହଲ୍‌ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ […]

  • Wednesday, 30 June 2021
school
ଶିକ୍ଷାନୁଷ୍ଠାନ ଖୋଲିବା ନେଇ କ'ଣ ଆସିଲା ନିଷ୍ପତ୍ତି?

ଭୁବନେଶ୍ୱର: କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି। କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ। ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଭାଗ […]

  • Wednesday, 30 June 2021
2
OCA ଆରମ୍ଭ କରିବ OCL ଟି-ଟ୍ୱେଣ୍ଟି

ଭୁବନେଶ୍ୱର: ଡିସେମ୍ବର ୧୪ରୁ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (OCL) ଟି-ଟ୍ୱେଣ୍ଟି ଆରମ୍ଭ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (OCA) ଯୋଜନା କରୁଛି। TCM ସହଯୋଗରେ OCA ଏହି କ୍ରିକେଟ୍‌ ଲିଗ୍‌ (OCL) ଆୟୋଜନ କରିବ। ୬ଟି ଟିମ୍‌ରେ ୮୪ ଜଣ ଖେଳାଳିଙ୍କୁ ନେଇ OCL ଟି-ଟ୍ୱେଣ୍ଟି ଖେଳାଯିବ। ଏଥିପାଇଁ ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ଡିସେମ୍ବର ୫ରୁ ୧୬୮ ଜଣ ଖେଳାଳିଙ୍କୁ ନେଇ ଟ୍ରାଏଲ୍ ମ୍ୟାଚ୍ ଆରମ୍ଭ କରାଯିବ। ଟ୍ରାଏଲ୍ ମ୍ୟାଚ୍ […]

  • Wednesday, 30 June 2021
bbsr
ଦିନେ ଥିଲେ ଶିକ୍ଷୟିତ୍ରୀ, ଆଜି ହୋଇଛନ୍ତି ଅଳିଆ ଉଠା କର୍ମଚାରୀ

କରୋନା ବଦଳାଇ ଦେଲା ଚାକିରୀ। ଯିଏ ଦିନରେ ଶିକ୍ଷୟିତ୍ରୀ ଥିଲେ ସେ ଏବେ ଅଳିଆ ଉଠା କର୍ମଚାରୀ ହେଲେ। କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବା ଯାହାର ସ୍ୱପ୍ନ ଥିଲେ ସେ ଆଜି ନିଜ ଭବିଷ୍ୟତ ଚିନ୍ତାରେ। ରାଜଧାନୀ ଛାତି ଉପରେ ରହୁଥିବା ସ୍ମୃତି ରେଖା ବେହେରା ଏବେ ଶିକ୍ଷୟିତ୍ରୀରୁ ଅଳିଆ ଉଠା କର୍ମଚାରୀ ପାଲଟିଯାଇଛନ୍ତି

  • Wednesday, 30 June 2021
naveen
ନବୀନଙ୍କ ଗାଦି ଉପରେ କାହାର ଥିଲା ନଜର ?

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ବିଜେଡିରେ ଛନ୍‌କା ପାଓ୍ୱାର କରିଡର୍‌ରେ ଜୋରଦାର୍ ଚର୍ଚ୍ଚା। ପ୍ରକୃତରେ ୧୯ ନିର୍ବାଚନ ପରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ହୋଇଥିଲା କି ଷଡ଼ଯନ୍ତ୍ର? ଯଦି ହୋଇଥିଲା, କାହା ପ୍ରରୋଚନାରେ? ତାକୁ ନେଇ ପାଓ୍ୱର କରିଡର୍‌ରେ ଚର୍ଚ୍ଚା। ବିଧାନସଭାରେ ୧୪୭ରୁ ୧୧୩ ସିଟ୍ ବିଜେଡି ଦଖଲ କରିବା ସତ୍ତ୍ୱେ କିଏ ଏପରି ଦୁଃସାହସ କରିବାକୁ ଚେଷ୍ଟା କଲା? ପ୍ରଦୀପଙ୍କ କହିବା ଅନୁସାରେ ନୂଆ ସାଧାରଣ ସଂପାଦକ ଦାୟିତ୍ୱ ପାଇଥିବା […]

  • Wednesday, 30 June 2021
burnt
ଗ୍ୟାସ୍ ଲିକ୍ ହୋଇ ଜଳିଗଲା ୪ ବଖରା

ସୋର: ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଜଳିଗଲା ୪ ବଖରା। ଏଥିରେ ୨ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ପଞ୍ଚାୟତର କୁଡ଼େଇ ବିରିବଧା ଗାଁରେ ଏହି ଦୁର୍ଘଟଣା ଘଟିଛି। ତେବେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିନପାରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୨ ଗୁରୁତରଙ୍କୁ ପ୍ରଥମେ ସୋର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା […]

  • Wednesday, 30 June 2021
mo bus
ରୁଟ୍ ନଂ ୨୯କୁ ଛାଡ଼ି ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆଜିଠାରୁ ସ୍ୱାଭାବିକ ହେବ ମୋ ବସ୍ ସେବା। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଚଳାଚଳ କରିବ। ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। କରୋନା କଟକଣା ଯୋଗୁ କିଛି ମାସ ଧରି ମୋ ବସ୍ ଚଳାଚଳ ବନ୍ଦ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ମୋ ବସ୍ ସେବା ଆରମ୍ଭ ହୋଇଥିଲା। ଏବେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଯାଇଥିବାରୁ କେବଳ […]

  • Wednesday, 30 June 2021
2
କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। କରୋନା ପରଠାରୁ ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ କଲେଜ ଖୋଲାଯିବ। ମାସ୍କ, ସାନିଟାଇଜର୍, ସାମାଜିକ ଦୂରତାକୁ ମାନି କଲେଜ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ କିଛି ଦିନ ତଳେ ମେଡିକାଲ୍ କଲେଜ ଖୋଲିବା […]

  • Wednesday, 30 June 2021
1
ମଙ୍ଗଳବାରରେ ମାନ୍ଦା ପଡ଼ିଗଲା ଛାଡ଼ଖାଇ !

ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ହେଲେ ଆଜି ମଙ୍ଗଳବାର ପଡ଼ୁଥିବାରୁ ଆମିଷ ମାର୍କେଟ୍‌ରେ  ବେଶୀ ଭିଡ଼ ଦେଖିବାକୁ ମିଳିନାହିଁ। ଛାଡ଼ଖାଇ ଆମିଷବାରରେ ପଡ଼ିନଥିବାରୁ କିଛି ଲୋକ ଆଜି ବଦଳରେ ଆସନ୍ତାକାଲି ଛାଡ଼ଖାଇ ପାଳିବେ ବୋଲି ଜଣାପଡ଼ିଛି।କାଲି ବୁଧବାର ଥିବାରୁ ଆମିଷ ମାର୍କେଟରେ ଅଧିକ ଭିଡ଼ ଜମିପାରେ ବୋଲି ଆଶଙ୍କା କରାଯାଉଛି। […]

  • Wednesday, 30 June 2021
vlcsnap-error887
ସମୁଦ୍ର କୂଳରୁ ବିରଳ ଡଲ୍‌ଫିନ୍‌ର ମୃତଦେହ ଉଦ୍ଧାର

ପାରାଦୀପ: ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ରହିଛି । ପେଟ ଧଳା ଥିବା ଏହି ସମ୍ପୂର୍ଣ୍ଣ…

ଜଳିଗଲା ୩୦ ଲକ୍ଷ ଟଙ୍କାର ମୋବାଇଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ବକ୍ସି ଛକରେ ଥିବା ଗୋଟିଏ ମୋବାଇଲ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୋବାଇଲ୍ ଦୋକାନରେ ନିଆଁ ଲାଗି ଯାଇଥିଲା।  ସୂଚନା ଅନୁସାରେ, ବିଟିଏମ୍ ବକ୍ସି ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜେସର ୨ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ତେବେ ଅନ୍ୟ ଦୋକାନକୁ […]

  • Wednesday, 30 June 2021
5
ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ଅଭିଯୋଗ, ଭାଇରାଲ୍‌ ହେଉଛି ଭିଡିଓ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ କବିତା ପ୍ରଧାନ, ସ୍ୱାମୀ କାଳନ୍ଦୀ ପ୍ରଧାନ,  ତାଙ୍କ ପୁଅ ଓ ଝିଅ। ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁସାରେ, ଜମିବାଡ଼ିକୁ ନେଇ ପରିବାର ସହ ପଡ଼ିଶା ଘରର ବିବାଦ ଥିଲା। […]

  • Wednesday, 30 June 2021
coronavirus
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୭୮ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି  ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୨୧୯ ଓ ଲୋକାଲ କେସ ୧୫୯ଥିବା ଜଣାଯାଇଛି। ୨୮ଟି ଜିଲ୍ଲାରୁ ଏହି ୩୭୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୪୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ […]

  • Wednesday, 30 June 2021
ifs
ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍‌, ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର: ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କ ଡ୍ରାଇଭର ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି। ଅଭୟକାନ୍ତଙ୍କ ସମ୍ପତ୍ତି ନେଇ ଭିଜିଲାନ୍ସ SIT ଖୋଳତାଡ଼ କରୁଥିବା ଜଣାପଡ଼ିଛି। କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଜି ଭିଜିଲାନ୍ସରେ ହାଜର ହୋଇଥିବା ସୂଚନା ମିଳିଛି। ଆର୍ଥିକ କାରବାର ନେଇ ଡ୍ରାଇଭର ଓ ବ୍ୟାଙ୍କ କର୍ମଚାରୀଙ୍କୁ ଜେରା ଚାଲିଥିବା ଜଣାପଡ଼ିଛି। […]

  • Wednesday, 30 June 2021