ଅପରିବର୍ତ୍ତିତ ରହିଲା ଆୟକର(Income Tax) ସ୍ଲାବ୍। ଚଳିତ ବର୍ଷ ବି କେନ୍ଦ୍ରୀୟ ବଜେଟ୍ରେ ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଉପସ୍ଥାପନ କରିଥିଲେ। ଚିରାଚରିତ ବହି ଖାତା ବଦଳରେ ଏଥର ଟ୍ୟାବଲେଟ୍ରେ ବଜେଟ୍ ଉପସ୍ଥାପନ କରିଥିଲେ।
ଏଥରକୁ ମିଶାଇ ଲଗାତାର ୨ ବର୍ଷ ଧରି ଟିକସ ସ୍ଲାବ୍ରେ କୌଣସି ପରିବର୍ତ୍ତନ ହୋଇନି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। କୋର୍ଟ ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ ବୋଲି ସେ କହିଛନ୍ତି।
Also Read
୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା। ସେହିପରି NPS(National Pension System) ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ୧୪% କଟିବ