Advertisment

Odisha's Literary Scene Buzzes: ସମ୍ମାନୀତ ହେବେ ୧୦ ଯୁବ ଲେଖକ, ଉନ୍ମୋଚିତ ହେବ ୧୦ ପୁସ୍ତକ

ଯୁବ ପିଢ଼ିର ଲେଖକଙ୍କୁ ସ୍ବୀକୃତି ଦେବା ଓ ପ୍ରକାଶିତ କରିବା ସହ ବୃହତ୍ତର ପାଠକ ଗୋଷ୍ଠୀ ସହ ଯୋଡ଼ିବା ଏ ସମ୍ମାନର ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଆସନ୍ତା ଡିସେମ୍ବର ୭ ତାରିଖରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ପ୍ରତିଭାଙ୍କୁ ସମ୍ମାନିତ କରାଯିବ।

author-image
Manas Ranjan Mohanty
pen in books

pen in books Photograph: (OTV)

ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ୯ମ 'ଯୁବ ଲେଖକ ସମ୍ମାନ' ଘୋଷଣା ହୋଇଛି। ବିଗତ ବର୍ଷମାନଙ୍କ ଭଳି ୪୦ ବର୍ଷରୁ କମ ବୟସର ୧୦ ଜଣ ଯୁବ ଲେଖକ ସେମାନଙ୍କ ପାଣ୍ଡୁଲିପି ନିମନ୍ତେ ୨୦୨୫ ମସିହା ପାଇଁ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ତଥା ସମ୍ମାନ ପ୍ରବର୍ତ୍ତକ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

Advertisment

ଗଳ୍ପ ପାଣ୍ଡୁଲିପି 'ଡେଣା ନଥିବା ଚଢ଼େଇ' ନିମନ୍ତେ ବାଲେଶ୍ବରର ଶୁଭାଶିଷ ପଟ୍ଟନାୟକ, ଗଳ୍ପ ପାଣ୍ଡୁଲିପି 'ଭୟଙ୍କର ବର୍ଷାରାତି' ନିମନ୍ତେ ବରଗଡ଼ର ପ୍ରତିମା ପାତ୍ର, ଗଳ୍ପ ପାଣ୍ଡୁଲିପି 'ଦହିହାଣ୍ଡି' ନିମନ୍ତେ ଯାଜପୁରର ଜିତେନ୍ଦ୍ର ସାହୁ, ଉପନ୍ୟାସ ପାଣ୍ଡୁଲିପି 'ଅଜ୍ଞାତବାସ' ନିମନ୍ତେ କଟକ ଜିଲ୍ଲାର ଜନ୍ମେଜୟ ପଣ୍ଡା ଓ ଗଳ୍ପ ପାଣ୍ଡୁଲିପି 'ଟିସୁପେପର' ପାଇଁ ଯାଜପୁରର ସ୍ରୋତସ୍ବିନୀ ପରିଡ଼ା ଏହି ସମ୍ମାନ ପାଇବେ। ଅନୁରୂପ ଭାବେ କବିତା ପାଣ୍ଡୁଲିପି 'ତ୍ୟାଗର ଈଶ୍ବରୀ' ପାଇଁ ମୟୂରଭଞ୍ଜର କୌଶିକ ଗିରି, ଗଳ୍ପ ପାଣ୍ଡୁଲିପି 'ଶେଷରାକ୍ଷୀ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ କେନ୍ଦ୍ରାପଡ଼ାର ସୁବ୍ରତ ପାତ୍ର, ଗଳ୍ପ ପାଣ୍ଡୁଲିପି 'ସ୍କେଚ୍' ପାଇଁ କେନ୍ଦୁଝରର ଶିବ ଚରଣ ମହାପାତ୍ର, କବିତା ପାଣ୍ଡୁଲିପି 'କେହିଜଣେ ପ୍ରେମିକ ପୁରୁଷ' ଗଞ୍ଜାମର ଶୁଭସ୍ମିତା ତ୍ରିପାଠୀ ଓ କବିତା ପାଣ୍ଡୁଲିପି 'ଫୁଲ ଫୁଟିବାର ବେଳ' ପାଇଁ କେନ୍ଦୁଝରର ଶୁଭଶ୍ରୀ ତନିମା ନାୟକ 'ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ୨୦୨୫' ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

୨୦୧୭ ମସିହାଠାରୁ ପ୍ରତିବର୍ଷ ୪୦ ବର୍ଷ ବା ତହିଁରୁ କମ୍‌ ବୟସର ୧୦ ଜଣ ଯୁବ ଲେଖକଙ୍କୁ ଏହି ସମ୍ମାନ ଦିଆଯାଉଛି ବୋଲି ପେନ୍‌ ଇନ୍‌ ବୁକ୍ସର ପ୍ରତିଷ୍ଠାତା ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ୨୦୨୫ ମସିହା ପାଇଁ ମୋଟ ୬୪ଟି ପାଣ୍ଡୁଲିପି ଗ୍ରହଣ କରାଯାଇଥିବାବେଳେ ବିଚାରକ ମଣ୍ଡଳୀ ଦ୍ବାରା ଉପରୋକ୍ତ ୧୦ ପାଣ୍ଡୁଲିପିକୁ ଚୟନ କରାଯାଇଛି। ଜଣାଶୁଣା ଲେଖକ ପ୍ରକାଶ ମହାପାତ୍ର, ପ୍ରବୀଣା ମହାନ୍ତି ଓ ଆଶିଷ କୁମାର ଗଡ଼ନାୟକ ଏଥର ବିଚାରକ ଥିଲେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment

ଯୁବ ପିଢ଼ିର ଲେଖକଙ୍କୁ ସ୍ବୀକୃତି ଦେବା ଓ ପ୍ରକାଶିତ କରିବା ସହ ବୃହତ୍ତର ପାଠକ ଗୋଷ୍ଠୀ ସହ ଯୋଡ଼ିବା ଏ ସମ୍ମାନର ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଆସନ୍ତା ଡିସେମ୍ବର ୭ ତାରିଖରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ପ୍ରତିଭାଙ୍କୁ ସମ୍ମାନିତ କରାଯିବ। ଆସନ୍ତା ବର୍ଷ ସେମାନଙ୍କ ପାଣ୍ଡୁଲିପିଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶ ପାଇବ। ଚଳିତ ବର୍ଷର ସମ୍ମାନ ଉତ୍ସବ ଅବସରରେ ୨୦୨୪ ମସିହାରେ ସମ୍ମାନୀତ ହୋଇଥିବା ଯୁବ ଲେଖକମାନଙ୍କର ପୁସ୍ତକଗୁଡ଼ିକ ମଧ୍ୟ ଉନ୍ମୋଚିତ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Advertisment
Related Articles
Advertisment