/odishatv-khabar/media/media_files/2026/02/26/speaker-of-the-knesset-medal-2026-02-26-10-03-18.jpg)
Speaker of the Knesset Medal Photograph: (OTV)
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଇସ୍ରାଏଲ୍ ସଂସଦର ସର୍ବୋଚ୍ଚ ସମ୍ମାନ। ସ୍ପିକର ଅଫ୍ ଦି କନେସେଟ୍ ମେଡାଲ୍'ରେ ତାଙ୍କୁ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଇସ୍ରାଏଲ୍ ସଂସଦର ବାଚସ୍ପତି ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଏହି ପଦକ ହେଉଛି ଇସ୍ରାଏଲ୍ ସଂସଦ 'କନେସେଟ୍'ର ସର୍ବୋଚ୍ଚ ସମ୍ମାନ।
ବିଶ୍ୱର ଅତି ନଗଣ୍ୟ ଜନନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତୁଳନୀୟ ଅବଦାନ ଓ ତାଙ୍କର ଦୂରଦର୍ଶୀ ନେତୃତ୍ୱ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଆମେ ଶାନ୍ତିର ଦୂତ। ଆମ ପାଇଁ ସାରା ବିଶ୍ବର ଏକ ପରିବାର। ଇସ୍ରାଏଲ୍ ସଂସଦ କନେସେଟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିତି କିଛି କଥା କହି ବିଶ୍ୱକୁ ଶାନ୍ତି ଓ ମାନବିକତାର ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଇସ୍ରାଏଲ୍ ସଂସଦକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ।
Lathmar Holi: ବିଭିନ୍ନ ସ୍ଥାନରେ ପ୍ରାକ୍ ହୋଲି ଉତ୍ସବ, ବର୍ଷାନାରେ ଲାଠ୍ ମାର ହୋଲି

India VS Zimbabwe: ଭାରତ ପାଇଁ 'କର ବା ମର', ମ୍ୟାଚ୍ ହାରିଲେ ବିଶ୍ୱକପରୁ ବିଦା ହେବ ଟିମ୍ ଇଣ୍ଡିଆ

Major Landslide: ମଣିକରଣ ଉପତ୍ୟକାରେ ବଡ଼ ଧରଣର ଭୂସ୍ଖଳନ, ହଠାତ ଖସିଲା ମାଟି ଅତଡ଼ା

Capital Region Ring Road Project Advances: କ୍ୟାପିଟାଲ ରିଜନ ରିଂ ରୋଡ୍ ଟେଣ୍ଡର୍ ଚୂଡ଼ାନ୍ତ, ମାର୍ଚ୍ଚ ସୁଦ୍ଧା କାମ ଆରମ୍ଭ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)