Advertisment

India VS Zimbabwe: ଭାରତ ପାଇଁ 'କର ବା ମର', ମ୍ୟାଚ୍ ହାରିଲେ ବିଶ୍ୱକପରୁ ବିଦା ହେବ ଟିମ୍ ଇଣ୍ଡିଆ

ଟି- 20 ବିଶ୍ବକପରେ ଭାରତ ପାଇଁ କର ବା ମର ମୁକାକିଲା। ଆଜି ଚେନ୍ନାଇରେ ଜିମ୍ବାୱେକୁ ଭେଟିବ ଟିମ୍ ଇଣ୍ଡିଆ। ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ ଭାରତକୁ ମ୍ୟାଚ୍।

author-image
Chinmayee Sahoo
T20 World Cup

T20 World Cup Photograph: (OTV)

ଟି- 20 ବିଶ୍ବକପରେ ଆଜି ଭାରତ ପାଇଁ କର ବା ମର ମୁକାକିଲା। ଚେନ୍ନାଇରେ ଜିମ୍ବାୱେକୁ ଭେଟିବ ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାଠୁ ମିଳିଥିବା ଶୋଚନୀୟ ପରାଜୟ ଟିମ୍ ଇଣ୍ଡିଆର ସେମି ଫାଇନାଲ୍ ଆଶାକୁ ବଡ଼ ଝଟକା ଦେଇଛି। ତେଣୁ ଆଜିର ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। 

Advertisment

କେବଳ ଆଜିର ମ୍ୟାଚ୍ ନୁହଁ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ସୁପର-୮ ମ୍ୟାଚକୁ ବି ଭାରତକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଯାହାକୁ ନେଇ ଚାପରେ ରହିଛି ସୂର୍ଯ୍ୟ ବାହିନୀ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍  ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ବିଜେତା ହେବାର ପ୍ରମୁଖ ଦାବିଦାର ଥିଲା। 

ଲିଗ୍ ପର୍ଯ୍ୟାୟର ଚାରିଟିରୁ ଚାରିଟି ଯାକ ମ୍ୟାଚ୍ ଜିତିବା ସହ ଏହି ଦାବି ଆହୁରି ଦୃଢ଼ ହୋଇଯାଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାଠୁ ୭୬ ରନ୍ ର ବଡ଼ ବ୍ୟବଧାନରେ ହାରିବା ପରେ ସବୁ ଗଡ଼ବଡ଼ ହୋଇଯାଇଛି। ଆଜି ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରେ ଭାରତୀୟ ଦଳ। 

Advertisment

ଟପ୍ ଅର୍ଡର ବାମହାତୀ ବ୍ୟାଟରଙ୍କ ଖରାପ ପ୍ରଦର୍ଶନକୁ ନଜରରେ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିବା ସହ ସଞ୍ଜୁ ସାମସନ୍ ଦଳରେ ସାମିଲ ହୋଇପାରନ୍ତି। ସେପଟେ ଭାରତୀୟ ବ୍ୟାଟର୍ ଙ୍କୁ ଆରମ୍ଭରୁ ଅଡ଼ୁଆରେ ପକାଇ ପାରନ୍ତି ଜିମ୍ବାୱେର ଦ୍ରୁତ ବୋଲର୍।

Cricket T20 World Cup
Advertisment
Related Articles
Advertisment