Advertisment

Lathmar Holi: ବିଭିନ୍ନ ସ୍ଥାନରେ ପ୍ରାକ୍ ହୋଲି ଉତ୍ସବ, ବର୍ଷାନାରେ ଲାଠ୍ ମାର ହୋଲି

ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରାକ୍ ହୋଲି ଉତ୍ସବ। ୟୁପି ମଥୁରା ଜିଲ୍ଲା ବର୍ଷାନାରେ ଲାଠ୍ ମାର ହୋଲି। ରାଜସ୍ଥାନର ମୋତି ଦୁଙ୍ଗ୍ରି ଗଣେଶ ମନ୍ଦିରରେ ଭିଡ଼। ହୋଲି ଖେଳି ଉତ୍ସବ ମନାଇଲେ ଲୋକ।

author-image
Chinmayee Sahoo
Pre Holi Celebration

Pre Holi Celebration Photograph: (OTV)

ଉତ୍ତର ଭାରତରେ ପ୍ରାକ୍ ହୋଲି ଉତ୍ସବ। ହୋଲି ପର୍ବର କିଛି ଦିନ ଆଗରେ ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ହୋଲିର ମାହୋଲ। ରାଜସ୍ଥାନର ପ୍ରସିଦ୍ଧ ମୋତି ଦୁଙ୍ଗ୍ରି ଗଣେଶ ମନ୍ଦିରରେ ଗଜାନନଙ୍କ ସହ ହୋଲି ମନାଇଛନ୍ତି ଶ୍ରଦ୍ଧାଳୁ। 

Advertisment

ଏହାସହ ହୋଲି ପାଇଁ ପସରା ଖୋଲିଥିବା ବ୍ୟବସାୟୀଙ୍କ ବେପାର ଖୁବ ଜମିବା ସହ ଏବେଠୁ ଲୋକେ ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ଉତ୍ସବ ମନାଉଛନ୍ତି। ସେପଟେ ଉତ୍ତର ପ୍ରଦେଶ ମଥୁରା ଜିଲ୍ଲା ବର୍ଷାନା ସହରରେ ପାଳିତ ହୋଇଛି ନିଆରା ଲାଠ୍ ମାର ହୋଲି ଉତ୍ସବ। 

ବହୁ ସଂଖ୍ୟାରେ ମହିଳା ପାରମ୍ପାରିକ ପୋଷାକ ପିନ୍ଧି, ଶକ୍ତ ଟୋପି ପିନ୍ଧିଥିବା ପୁରୁଷଙ୍କ ବାଡ଼ିରେ ପିଟି ହୋଲିଖେଳର ମଜା ନେଇଛନ୍ତି।

Advertisment
Uttar Pradesh North India Holi
Advertisment
Related Articles
Advertisment