Advertisment

Major Landslide: ମଣିକରଣ ଉପତ୍ୟକାରେ ବଡ଼ ଧରଣର ଭୂସ୍ଖଳନ, ହଠାତ ଖସିଲା ମାଟି ଅତଡ଼ା

ହିମାଚଳ ପ୍ରଦେଶ କୁଲୁରେ ଅଳ୍ପକେ ବର୍ତ୍ତିଲା ବଡ଼ ଅଘଟଣ। ମଣିକରଣ ଉପତ୍ୟକାରେ ବଡ଼ ଧରଣର ଭୂସ୍ଖଳନ। ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ବହୁ ପର୍ଯ୍ୟଟକ।

author-image
Chinmayee Sahoo
Landslide

Landslide Photograph: (OTV)

ହିମାଚଳ ପ୍ରଦେଶ କୁଲୁରେ ଅଳ୍ପକେ ବଡ଼ ଧରଣର ଲାଣ୍ଡ ସ୍ଲାଇଡକୁ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ। ପାହାଡ଼ିଆ ରାସ୍ତାରେ ଯିବା ବେଳେ ଆଖି ସାମ୍ନାରେ ଘଟିଲା ଭୂସ୍ଖଳନ। କୁଲୁର ବର୍ଷାନି ଅଞ୍ଚଳରେ ଘଟିଗଡ଼ଠାରେ ଥିବା ପାହାଡ଼ିଆ ରାସ୍ତାରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆଗକୁ ଯାଉଥିବା ବେଳେ ହଠାତ ଶୁଖିଲା ମାଟିରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା। 

Advertisment

ପାହାଡ଼ ଉପରୁ ପବନ ବେଗରେ ମାଟିତ ଅତଡ଼ା ଧସିବା ବେଳେ ହଠାତ ଅଟକି ଯାଇଥିଲେ ଗାଡ଼ି ମୋଟର। ଆଉ କିଛି ଦୂରରୁ ଭୂସ୍ଖଳନର ଦୃଶ୍ୟକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ମଣିକରଣ ଉପତ୍ୟକାରେ ଘଟିଥିବା ଏହି ଭୂସ୍ଖଳନ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିବାକୁ ପଡ଼ିଥିଲା। ପରେ ପ୍ରଶାସନ ପକ୍ଷରୁ ଏହି ରାସ୍ତା ଅବରୋଧ ହଟାଇବାକୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

Himachal Pradesh Landslide
Advertisment
Related Articles
Advertisment