Advertisment

Capital Region Ring Road Project Advances: କ୍ୟାପିଟାଲ ରିଜନ ରିଂ ରୋଡ୍ ଟେଣ୍ଡର୍ ଚୂଡ଼ାନ୍ତ, ମାର୍ଚ୍ଚ ସୁଦ୍ଧା କାମ ଆରମ୍ଭ

କ୍ୟାପିଟାଲ ରିଜନ ରିଂ ରୋଡ୍ ଟେଣ୍ଡର୍ ଚୂଡ଼ାନ୍ତ। ଆଗେଇବ କ୍ୟାପିଟାଲ ରିଜନ ରିଂ ରୋଡ୍ ପ୍ରକଳ୍ପ। ୩ଟି ପ୍ୟାକେଜର ଟେଣ୍ଡର ଚୂଡ଼ାନ୍ତ। ୩ଟି ପ୍ୟାକେଜ ପାଇଁ ୩ଟି ନିର୍ମାଣକାରୀ ସଂସ୍ଥା ଚୟନ।

author-image
Chinmayee Sahoo
Bhubaneswar

Bhubaneswar Photograph: (OTV)

ଆଗେଇବ କ୍ୟାପିଟାଲ ରିଜନ ରିଂ ରୋଡ୍ ପ୍ରକଳ୍ପ । ହାଇବ୍ରିଡ୍ ଆନୁଇଟି ମୋଡ୍ ରେ ୩ଟି ପ୍ୟାକେଜର ଟେଣ୍ଡର ଚୂଡ଼ାନ୍ତ ହୋଇଛି। ୩ଟି ଯାକ ପ୍ୟାକେଜ ପାଇଁ ୩ଟି ନିର୍ମାଣକାରୀ ସଂସ୍ଥା ଚୟନ ହୋଇଛନ୍ତି। ଖୋର୍ଦ୍ଧା ରାମେଶ୍ବର-ବିଲିପଦା,ଗୋବିନ୍ଦପୁର-କଟକ ଟାଙ୍ଗୀକୁ ସଂଯୋଗ କରିବ କ୍ୟାପିଟାଲ ରିଜନ ରିଙ୍ଗରୋଡ୍। 

Advertisment

୬ ଲେନ ବିଶିଷ୍ଟ ଏହି ସଡ଼କ ପଥ ୧୧୦ କିଲୋମିଟର ରହିବ। ପ୍ରତ୍ୟେକ ଫେଜ ପାଇଁ ୧୫ ଶହ କୋଟି ଖର୍ଚ୍ଚ ହେବ। ଏହି କାମ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସଡ଼କ ନିର୍ମାଣ ହେଲେ କଟକ-ଭୁବନେଶ୍ୱର ସହର ମଧ୍ୟରେ ଟ୍ରାଫିକ ଭିଡ଼ କମିବା ସହ ଜାତୀୟ ରାଜପଥ ୧୬ରେ ଭିଡ଼ ନିୟନ୍ତ୍ରୀତ ହେବ। ଏହି ପ୍ରକଳ୍ପର ତିନୋଟି ଯାକ ପ୍ୟାକେଜର ଫାଇନାନ୍ସ ବିଡ୍ ଖୋଲିସାରିଛି।

ନିକଟରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ତରଫରୁ କ୍ଲିୟରାନ୍ସ ପ୍ରଦାନ କରାଯାଇଥିଲା । ସେହିପରି ଜାତୀୟ ରାଜପଥ ୧୬ରେ ସୁରକ୍ଷା ଏବଂ ରାସ୍ତାରେ ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଆଧୁନିକ ସାଇନବୋର୍ଡ, ରୋଡ୍ ଷ୍ଟଡ୍, ଫ୍ଲେକ୍ସିବଲ୍, ରୋଡ ମାର୍କର ଏବଂ ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯିବ।  NH-16 କୁ ଅପଗ୍ରେଡ୍ କରିବା ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

Advertisment

Ring Road Project In Bhubaneswar Bhubaneswar
Advertisment
Related Articles
Advertisment