Advertisment

Airstrike on Pakistan’s Nur Khan Airbase: ପାକିସ୍ତାନ ଉପରେ ବଡ଼ ହମଲା, ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ

ପାକିସ୍ତାନର ନୁର ଖାନ ଏୟାରବେସ୍ ଉପରେ ହମଲା। ଆଫଗାନିସ୍ତାନ ପକ୍ଷରୁ ହୋଇଛି ଏହି ଏୟାରଷ୍ଟ୍ରାଇକ। ଉଭୟ ଦେଶ ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରୁଛନ୍ତି।

author-image
Chinmayee Sahoo
Afghanistan Attack Pakistan

Afghanistan Attack Pakistan Photograph: (OTV)

ପାକିସ୍ତାନର ନୁର ଖାନ ଏୟାରବେସ୍ ଉପରେ ହମଲା। ଆଫଗାନିସ୍ତାନ ପକ୍ଷରୁ ହୋଇଛି ଏହି ଏୟାରଷ୍ଟ୍ରାଇକ। ପାକିସ୍ତାନ ସହିତ ଚାଲିଥିବା ବିବାଦ ମଧ୍ୟରେ ତାଲିବାନ ରାୱଲପିଣ୍ଡିର ନୁର ଖାନ ଏୟାରବେସକୁ ଟାର୍ଗେଟ କରିଥିବା ଦାବି କରିଛି। ପାକିସ୍ତାନ ହମଲାର ଶୀଘ୍ର, ନିର୍ଣ୍ଣାୟକ ଏବଂ ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛି ଆଫଗାନିସ୍ତାନ। 

Advertisment

ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ତାଲିବାନ ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ଦାବି କରିଛି। ରାୱଲପିଣ୍ଡିରେ ଥିବା ନୁର ଖାନ ବାୟୁସେନା ଘାଟି, କ୍ୱେଟା ବାଲୁଚିସ୍ତାନରେ ଥିବା ପାକିସ୍ତାନ ସେନା ମୁଖ୍ୟାଳୟ ଏବଂ ଖାଇବର ପଖତୁନଖ୍ୱାରେ ପାକିସ୍ତାନୀ ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା। 

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତି ଜାରି କରି ଏହା କହିଛି। ତେବେ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣକୁ ନିଶ୍ଚିତ କରାଯାଇନାହିଁ। ଗତ ବର୍ଷ ମେ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୁର ସମୟରେ ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଦ୍ୱାରା ନୁର ଖାନ ବାୟୁସେନା ଘାଟିକୁ ମଧ୍ୟ ଟାର୍ଗେଟ କରିଥିଲା।

Advertisment

Afghanistan Pakistan Air Strike
Advertisment
Related Articles
Advertisment