Advertisment

India Win West Indies: ଇଡେନରେ ସଞ୍ଜୁ ସୋ, ସେମିଫାଇନାଲରେ ଇଣ୍ଡିଆ

T-20 ବିଶ୍ବକପ୍ ସେମିଫାଇନାଲରେ ଇଣ୍ଡିଆ। ୱେଷ୍ଟଇଣ୍ଡିଜକୁ ହରାଇ ସେମିକୁ ଗଲା ଭାରତ। ସୁପର-8 ମୁକାବିଲାରେ ଭାରତର ବଡ଼ ବିଜୟ। ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ୍ ଇଣ୍ଡିଆ।

author-image
Chinmayee Sahoo
India

India Photograph: (OTV)

ଇଡେନରେ ସଞ୍ଜୁ ସୋ, ସେମିଫାଇନାଲରେ ଇଣ୍ଡିଆ। ଐତିହାସିକ ଇଡେନ୍  ଗର୍ଡେନ୍ସରେ ଧୂଆଁଧାର ବ୍ୟାଟିଂ କରି ଭାରତକୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ର ସେମିଫାଇନାଲ୍ ରେ ପହଞ୍ଚାଇ ଦେଇଛନ୍ତି ସଞ୍ଜୁ ସାମସନ। ସଞ୍ଜୁଙ୍କ ୯୭ ରନ୍ ର ଜବରଦସ୍ତ ପାଳି ବଳରେ ନିର୍ଣ୍ଣାୟକ ଶେଷ ସୁପର-୮ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ୫ ୱିକେଟ୍ ରେ ହରାଇ ଲଗାତାର ବିଶ୍ବକପ୍  ଜିତିବା ଦିଗରେ ଆଉ ଏକ ପାଦ ବଢ଼ାଇଛି ସୂର୍ଯ୍ୟକୁମାରଙ୍କ ଆତ୍ମବିଶ୍ବାସରେ ଭରପୂର ସେନା। 

Advertisment

ଏହି ରୋମଞ୍ଚକ ତଥା ଉତ୍କଣ୍ଠାଭରା ବିଜୟ ବଳରେ ଭାରତ ଗ୍ରୁପ୍ -୧ ପଏଣ୍ଟ୍  ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଫଳରେ ସ୍ବପ୍ନର ସହର ମୁମ୍ବାଇରେ ୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍  ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନେଇଛି। ଭାରତ ୬ଥର ବିଶ୍ବକପ୍  ସେମିଫାଇନାଲ୍ କୁ ଯିବାର ଅନନ୍ୟ ସଫଳତା ବି ଲାଭ କରିଛି। ଭାରତୀୟ କ୍ରିକେଟ୍  ଦଳର ଏହି ସଫଳତା ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। 

ଅନ୍ୟ ସେମିଫାଇନାଲ୍ ରେ ୪ ତାରିଖରେ କୋଲକାତାରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଟ୍ରଫି ଟକ୍କର ୮ ତାରିଖ ରେ ଗୁଜରାଟର ଅହମଦାବାଦରେ ଖେଳାଯିବ। ଭାରତୀୟ ଦଳ ରବିବାର ୧୯୬ ରନ୍ ର ଆହ୍ବାନଭରା ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ୪୧ ରନ୍ ରେ ୨ ୱିକେଟ୍  ହରାଇ ସଙ୍କଟରେ ପଡ଼ିଥିଲା।  ତେବେ ସାମ୍ ସନ୍  ଗୋଟିଏ ପଟେ ମହାଯୋଦ୍ଧାଙ୍କ ଭଳି ଲଢ଼ି ଭାରତକୁ ୪ ବଲ୍  ପୂର୍ବରୁ ବିଜୟୀ କରାଇଥିଲେ। ତିଳକ ବର୍ମା ୨୭, ସୂର୍ଯ୍ୟକୁମାର ୧୮ ଓ ହାର୍ଦିକ ପାଣ୍ଡ୍ୟା ୧୭ର ଉପଯୋଗୀ ଯୋଗଦାନ ରଖିଥିଲେ।

Advertisment

T20 World Cup
Advertisment