Advertisment

Modi Speaks to Netanyahu: ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି, ସାଧାରଣ ନାଗରିକଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରାଥମିକତା

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି। ସାଂପ୍ରତିକ ସ୍ଥିତିରେ ସାଧାରଣ ନାଗରିକଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରାଥମିକତା କହିଲେ।

author-image
Chinmayee Sahoo
Netanyahu-Modi

Netanyahu-Modi Photograph: (OTV)

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଘନଘଟା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି। ଟେଲିଫୋନ୍ ରେ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାଂପ୍ରତିକ ସ୍ଥିତିରେ ସାଧାରଣ ନାଗରିକଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରାଥମିକତା ବୋଲି କହିଛନ୍ତି ମୋଦି। 

Advertisment

ନେତାନ୍ୟାହୁଙ୍କ ସହ କଥା ହେବା ପରେ ଏକ୍ସରେ ଜଣାଇଛନ୍ତି ମୋଦି। ଏଥିସହ ୟୁଏଇ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି। ୟୁଏଇ ଉପରେ ଆକ୍ରମଣକୁ କଡ଼ା ନିନ୍ଦା ସହ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଭଳି ସମୟରେ ଭାରତ ୟୁଏଇ ସହିତ ଅଛି ଏବଂ ସେଠାରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Israeli PM Benjamin Netanyahu PM Narendra Modi
Advertisment
Related Articles
Advertisment