Advertisment

Trump Warns ‘Drop Weapons or Die’: ୪ ସପ୍ତାହ ଚାଲିବ ଯୁଦ୍ଧ, କାଟିଛୁ ସାପର ମୁଣ୍ଡ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଇରାନ ଉପରେ ଆମେରିକାର ଘମାଘୋଟ ହମଲା। ଇରାନ ରିଭୋଲ୍ୟୁସନାରୀ ଗାର୍ଡ ମୁଖ୍ୟାଳୟକୁ ବୋମା ବର୍ଷଣ କରି ଧ୍ୱଂସ କଲା ଆମେରିକା ସେନା।

author-image
Chinmayee Sahoo
Trump

Trump Photograph: (OTV)

ଇରାନ ଉପରେ ଆମେରିକାର ଘମାଘୋଟ ହମଲା। ଇରାନ ରିଭୋଲ୍ୟୁସନାରୀ ଗାର୍ଡ ମୁଖ୍ୟାଳୟକୁ ବୋମା ବର୍ଷଣ କରି ଧ୍ୱଂସ କଲା ଆମେରିକା ସେନା। ଇରାନ ସହ ସଂଘର୍ଷ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି କହିଛନ୍ତି ଇରାନ ରିଭୋଲ୍ୟୁସନାରୀ ଗାର୍ଡ ମୁଖ୍ୟାଳୟ ଧ୍ବଂସ କରି କାଟିଛୁ ସାପର ମୁଣ୍ଡ। 

Advertisment

ଇରାନ ସେନାକୁ ଚେତାବନୀ ଦେଇ କହିଛନ୍ତି ଅସ୍ତ୍ର ଛାଡ଼ ନଚେତ୍ ମୃତ୍ୟୁ ନିଶ୍ଚିତ। ୪ ସପ୍ତାହ ଯୁଦ୍ଧ ଚାଲିବା ନେଇ ଟ୍ରମ୍ପ ଆକଳନ କରିଛନ୍ତି। କହିଛନ୍ତି ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ। ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା ଠାରୁ କମ୍ ସମୟ ଚାଲିପାରେ। 

ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗେଇ ଚାଲିଛୁ ବୋଲି କହିଛନ୍ତି ଟ୍ରମ୍ପ। ଇରାନର ପୂରା ନେତୃତ୍ବକୁ ଧ୍ବଂସ କରି ଦେଇଛୁ। ଆକ୍ରମଣରେ ୪୮ ଇରାନୀ ନେତା ନିହତ ହୋଇଛନ୍ତି। ଯୁଦ୍ଧରେ ଆମର ୩ ସୈନ୍ୟ ନିହତ ହୋଇଛନ୍ତି। ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିପାରେ।

Advertisment

Donald Trump Tension In Middle East
Advertisment
Related Articles
Advertisment