ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍।
୨୦୨୫ ଆରମ୍ଭ ହେଉ ହେଉ ଖେସରୀ ଲାଲ ନିଜ ଗୀତ ସହିତ ଇଣ୍ଟରନେଟ୍କୁ ଦୋହଲାଇ ଦେଇଛନ୍ତି। ଆଜିକାଲି ଯେତେବେଳେ 'ପୁଷ୍ପା ୨'ର ରୋଜଗାର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ଝାଳ ବୁହାଇ ଦେଉଛି, ସେତେବେଳେ ଭୋଜପୁରୀ ସିନେମା ମେଗାଷ୍ଟାର ଖେସରି ଲାଲ ଯାଦବଙ୍କ ଏକ ଗୀତ ଚର୍ଚ୍ଚାରେ ଅଛି।
ଜୁଡୱା, ମେ ପ୍ରେମ କି ଦିୱାନୀ ହୁଁ ଓ କମେଡି ନାଇଟ୍ସ ୱିଥ କପିଲରେ ନଜର ଆସିଥିବା ଏହି ୪୯ ବର୍ଷୀୟା ଅଭିନେତ୍ରୀ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଏହି ଘଟଣା ପରେ ସପ୍ତାହେ ସେ ଘରୁ ବାହାରି ନ ଥିବା କହିଛନ୍ତି। ସାଉଥର ଜନୈକ ଲୋକପ୍ରିୟ ନିର୍ଦେଶକ ତାଙ୍କୁ ଅନୀଲ କପୁରଙ୍କ ବିପକ୍ଷରେ ଏକ ସିନେମା ପାଇଁ ଡାକିଥିଲେ।ମୁମ୍ବାଇର ଜୁହୁରେ ଏହି ବୈଠକ ହୋଇଥିଲା। ପ୍ରଥମ ଥର ମିଟିଂକୁ ମା’ ଓ ଭଉଣୀଙ୍କୁ ନେଇ ଯାଇଥିଲେ। ତେବେ ମିଟିଂର ଅଭିଜ୍ଞତା ନିରାଶାଜନକ ରହିଥିବା ବେଳେ ସେ ସପ୍ତାହେରୁ ଅଧିକ ସମୟ ନିଜକୁ ରୁମରେ ବନ୍ଦ କରି ରଖିଥିଲେ।
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର୍’ର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଟ୍ରେଲର୍ରେ ରାମ ଚରଣଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ। ଚଳଚ୍ଚିତ୍ରଟି ୧୦ ଜାନୁଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।
ସାଉଥ୍ର ଜଣେ ପ୍ରସିଦ୍ଧ ନିର୍ମାତା ବଲିଉଡ୍କୁ ନେଇ ଏମିତି କିଛି କହିଛନ୍ତି ଯାହାକୁ ନେଇ ପୂରା ବଲିଉଡ ଏକାଠି ହୋଇଛନ୍ତି ଆଉ ଏହି ନିର୍ମାତାଙ୍କୁ ଟାର୍ଗେଟ୍ କରୁଛନ୍ତି। ସଞ୍ଜୟ ଗୁପ୍ତା ନିର୍ମାତାଙ୍କୁ କଡା ଉତ୍ତର ଦେଇଛନ୍ତି।
ପଲକ ତିୱାରୀ କିଛି ଦିନ ହେବ ଡେଟିଂ ଗୁଜବ ପାଇଁ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ପଲକ ତିୱାରୀଙ୍କ ମା’ ଶ୍ୱେତା ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।
ଅନୁପମ ଖେର କହିଛନ୍ତି ଯେ ଯଦି ଜୀବନକୁ ଅଧିକ ସୁନ୍ଦର କରିବାର ଅଛି ତେବେ ପିଲାଦିନର ସାଙ୍ଗମାନଙ୍କ ସହିତ ରହିବା ଅତ୍ୟନ୍ତ ଜରୁରୀ। ସାଙ୍ଗଠାରୁ ଅଧିକ ବଡ କୌଣସି ଭିଟାମିନ୍ ନାହିଁ।
ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି ।
‘ସିକନ୍ଦର’ର ଟିଜର ରିଲିଜ ହୋଇଛି ଆଉ ସାରା ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟି କରୁଛି। ଏହି ଟିଜର୍ରେ ସଲମାନ ଖାନ ଏକ ଦମଦାର ଅବତାରରେ ନଜର ଆସିଛନ୍ତି, ଯାହା ପ୍ରଶଂସକଙ୍କୁ ଖୁସି କରିଦେବା ଭଳି।
୨୦୨୪ରେ ଏହିପରି କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଯାହା କେବଳ ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନାହିଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ତେବେ ସେହି ଫିଲ୍ମଗୁଡିକ କ’ଣ ଆସନ୍ତୁ ଜାଣିବା।
ଆଜି ରାଜେଶ ଖାନ୍ନାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ୮୨ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ୟୁନାଇଟେଡ୍ ପ୍ରଡ୍ୟୁସର ଏବଂ ଫିଲ୍ମଫେୟାରର ଟାଲେଣ୍ଟ ହଣ୍ଟର ଆବିଷ୍କାର ଯତିନ ଖାନ୍ନା ଫିଲ୍ମ 'ରାଜ୍'ରୁ କେତେବେଳେ ରାଜେଶ ଖାନ୍ନା ପାଲଟିଗଲେ ତାହା ବୋଧହୁଏ ନିଜେ କାକା ମଧ୍ୟ ଅନୁଭବ କରିପାରି ନଥିଲେ।
ଦିଶା ପଟାନୀ ବଲିଉଡ୍ର ସବୁଠାରୁ ହଟ୍ ଏବଂ ଫିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଏବେ ମନୀଷ ମଲହୋତ୍ରାଙ୍କ ନୂଆ ବର୍ଷ ପାର୍ଟୀରେ ଦିଶା ପଟାନୀଙ୍କ ଚମତ୍କାର ଷ୍ଟାଇଲ୍ ଦେଖି ଲୋକେ ପାଗଳ ହୋଇଯାଇଛନ୍ତି। ବଡୀ ଫିଟ୍ ପୋଷାକରେ ଦିଶାଙ୍କ ଖୋଲା ଚୁଟି ଏବଂ ମଡେଲ୍ ପରି ଲୁକ୍ ଦେଖି ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବେ।
ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ଧରି ଭାରତୀୟ ସିନେମାଠାରୁ ଦୂରେଇ ଅଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ସେ ଭାରତୀୟ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ସୁପର୍ଷ୍ଟାର୍ଙ୍କ ସହ କରିପାରନ୍ତି କାମ।
ପ୍ରଶଂସକମାନେ ରତନ ଟାଟାଙ୍କୁ ଭୁଲି ନଥିବା ବେଳେ ବର୍ତ୍ତମାନ ୧୮ ଡିସେମ୍ବରରେ ତାଙ୍କ ଜନ୍ମଦିନରେ ତାଙ୍କର ସ୍ମୃତି ପୁଣି ତାଜା ହୋଇଯାଇଛି। । କିନ୍ତୁ ଆପଣ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କାହାଣୀ ଜାଣିଛନ୍ତି କି? ସେ ମଧ୍ୟ ନାୟିକାଙ୍କ ପ୍ରେମରେ ପଡିଥିଲେ। ରତନ ଟାଟା ଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ।
ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଅଜଣା କଥା ଉପରେ ନଜର ପକେଇବା।
ହିନ୍ଦୀ ବେଲ୍ଟରେ ‘ପୁଷ୍ପା ୨’ ପାଇଁ ବହୁତ କ୍ରେଜ୍ ଅଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଏହାର କାରଣ ପଛରେ ଅଛନ୍ତି ହିନ୍ଦୀ କଳାକାର। ବଲିଉଡ୍ ଅଭିନେତାମାନେ ହିଁ ସବୁ କଳାକାରମାନଙ୍କ ଭଏସ୍କୁ ଦମଦାର କରିଦେଇଛନ୍ତି।
ଆସନ୍ତା ବର୍ଷ ଜାନୁଆରୀ ୨ରେ ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ସିରିଜ୍ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇସାରିଛି। ସମୁଦାୟ ସିରିଜର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ଗରିବ ଯୁବକର ଆକାଶଛୁଆଁ ସ୍ୱପ୍ନକୁ ନେଇ ଆଗକୁ ଯାଉଛି। ଚିଟ୍ଫଣ୍ଡ ମାଧ୍ୟମରେ ଗରିବିରୁ ବାହାରି କ୍ଷମତାର ସ୍ୱଦ ଚାଖିବାର ଇଚ୍ଛାଟିଏ ତା’ମନ ଭିତରେ ବସା ବାନ୍ଧିଛି।
ସାରା ବିଶ୍ୱରେ ଇନଷ୍ଟାଗ୍ରାମ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ଲୋକମାନେ ଅଧିକ ସକ୍ରିୟ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ସୋସିଆଲ ମିଡିଆ ଇନ୍ଫ୍ଲ୍ୟୁଏନ୍ସର ଏବଂ ସେଲିବ୍ରିଟିଙ୍କ ନାଁ କହିବୁ ଯେଉଁମାନଙ୍କର ୨୦୨୪ ମସିହାରେ ଇନ୍ଷ୍ଟାଗ୍ରାମ୍ରେ ସର୍ବାଧିକ ଫଲୋର୍ସ ହୋଇଛନ୍ତି।
ଅଲ୍ଲୁ ଅର୍ଜୁନଙ୍କ ବ୍ୟବହାରରେ କ୍ରୋଧିତ ହୋଇ କଂଗ୍ରେସ ବିଧାୟକ ଭୂପତି ରେଡ୍ଡୀ ଚେତାବନୀ ଦେଇଛନ୍ତି ଯେ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ଚଲେଇବାକୁ ଦେବେ ନାହିଁ। ଫିଲ୍ମକୁ ନେଇ କରିଛନ୍ତି ଏମିତି କଟାକ୍ଷ।
ମିଷ୍ଟର ପରଫେକ୍ଶନିଷ୍ଟ ଅମୀର ଖାନ ପରଦାରେ ତାଙ୍କ ଚରିତ୍ରମାନଙ୍କ ସହିତ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ଅଭିନେତାଙ୍କର ତୁମ-ଆମ ଭଳି ଅନେକ ତ୍ରୁଟି ଥିବା ସେ ନିଜେ ସ୍ୱୀକାର କରିଛନ୍ତି।
ବକ୍ସ ଅଫିସରେ ରାଜ୍ କରୁଛି ପୁଷ୍ପା-ଟୁ। କିନ୍ତୁ ରିଲିଜ୍ ଦିନଠୁ ବଢିଛି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାରେ ତାଙ୍କୁ ଆଜି ଜେରା କରିଛି ହାଇଦ୍ରାବାଦ ପୋଲିସ। ପ୍ରାୟ ୪ ଘଣ୍ଟା ପଚରାଉଚରା ପରେ ଥାନାରୁ ବାହାରିଥିଲେ ଅଲ୍ଲୁ।
ପୁଣି ଥାନାରେ ଅଲ୍ଲୁ ଅର୍ଜୁନ। ପୋଲିସ ଷ୍ଟେସନରେ ରହିଲେ ପ୍ରାୟ ୪ ଘଣ୍ଟା। ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସୁପରଷ୍ଟାର। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବୟାନ ରେକର୍ଡ କରିଛି ପୋଲିସ।
୨୫ ଡିସେମ୍ବରରେ ସମଗ୍ର ବିଶ୍ୱ ‘ଖ୍ରୀଷ୍ଟମାସ’ ଉତ୍ସବ ପାଳନ କରିବ। ଏହି ଦିନକୁ ପ୍ରାୟ ସମସ୍ତେ ଧୂମଧାମରେ ପାଳନ କରିବାକୁ ଚାହାନ୍ତି। ‘ଖ୍ରୀଷ୍ଟମାସ’କୁ ରଙ୍ଗୀନ କରିବା ନେଇ ନାଚଗୀତର ଆସର ମଧ୍ୟ ଜମେ। ତେବେ ଏହି ଦିନକୁ ପାଳନ କରିବା ପାଇଁ, ଆମେ ୫ଟି ଦମଦାର ବଲିଉଡ୍ ଗୀତର ଏକ ତାଲିକା ପ୍ରସ୍ତୁତ କରିଛୁ। ଦେଖନ୍ତୁ…
ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳା ମୃତ ମାମଲାରେ ଅଲ୍ଲୁ ଅର୍ଜୁନ୍ ଗିରଫ ହେବା ଓ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଅଲ୍ଲୁ ଅର୍ଜୁନ ଏବଂ 'ପୁଷ୍ପା ୨'ର ନିର୍ମାତା ତଥା ନିର୍ଦ୍ଦେଶକଙ୍କ ସମସ୍ୟା ବଢି ଯାଇଛି। ଏହି ସବୁ କଥା ଫିଲ୍ମର ନିର୍ଦ୍ଦେଶକ ସୁକୁମାରଙ୍କ ଉପରେ ଗଭୀର ପ୍ରଭାବ ପକାଇଛି।