Advertisment

Bloodied Yet Brave: ରିଅଲ୍ ଲାଇଫ୍ ଧୁରନ୍ଧର, ଗୁଳି ବାଜି ଦେହରୁ ରକ୍ତ ବାହାରୁଥିଲେ ବି ଲଢୁଥିଲେ ଆତଙ୍କୀଙ୍କ ସହ

ଏମିତି ଜଣେ ଯୋଦ୍ଧା ଥିଲେ, ଯିଏ ସଶସ୍ତ୍ର ଆତଙ୍କବାଦୀଙ୍କ ସାମ୍ନାରେ ଛାତି ଫୁଲେଇ ଛିଡା ହୋଇଥିଲେ । କାନ୍ଧରେ, ଅଣ୍ଟାରେ ଗୁଳି ବାଜିଲା । ଦେହରୁ ଧାର ଧାର ରକ୍ତ ବୋହୁଥିଲା । ହେଲେ ଆତଙ୍କୀଙ୍କ ସାମ୍ନାରୁ ହଟିନଥିଲେ, ଲଢେଇ ଛାଡିନଥିଲେ ।

author-image
Tapan Swain
Dhurandhar-Real-Hero

Dhurandhar-Real-Hero Photograph: (OTV)

ବକ୍ସ ଅଫିସର୍‌ ଧୁମ୍ ମଚାଇଛି 'ଧୁରନ୍ଧର' । ଏହି ଆକ୍ସନ ଥ୍ରୀଲର ଫିଲ୍ମରେ ଅଭିନେତା ରଣବୀର ସିଂ ଜଣେ ଭାରତୀୟ ଜାସୁସ୍‌ର ଭୂମିକା ନିଭାଇଛନ୍ତି । ଯିଏକି ପାକିସ୍ତାନରେ ଆତଙ୍କୀ ଗୋଷ୍ଠୀରେ ମିଶି ଆତଙ୍କବାଦୀଙ୍କୁ ମାରୁଛନ୍ତି । ଏହି ଫିଲ୍ମ ଦେଖିବା ପରେ କିଛି ଲୋକେ ଏହାର କାହାଣୀ ସହିଦ୍ ମେଜର ମୋହିତ ଶର୍ମାଙ୍କ ସହ ମିଶୁଥିବାର କହୁଛନ୍ତି । ମେଜର ଶର୍ମାଙ୍କ ପରିବାର ଲୋକ ମଧ୍ୟ ଏ ଫିଲ୍ମ ତାଙ୍କ ଜୀବନ ଉପରେ ନିର୍ମିତ ହୋଇଥିବା ଦାବି କରୁଛନ୍ତି ।  

Advertisment

ହେଲେ ଆପଣ ଜାଣନ୍ତି କି, କିଏ ଏହି ରିଅଲ୍ ଲାଇଫ୍ ଧୁରନ୍ଧର ? ମେଜର୍ ମୋହିତ ଶର୍ମା କିଏ ଓ କ'ଣ ତାଙ୍କର କାହାଣୀ ? 
ଏମିତି ଜଣେ ଯୋଦ୍ଧା ଥିଲେ, ଯିଏ ସଶସ୍ତ୍ର ଆତଙ୍କବାଦୀଙ୍କ ସାମ୍ନାରେ ଛାତି ଫୁଲେଇ ଛିଡା ହୋଇଥିଲେ । କାନ୍ଧରେ, ଅଣ୍ଟାରେ ଗୁଳି ବାଜିଲା । ଦେହରୁ ଧାର ଧାର ରକ୍ତ ବୋହୁଥିଲା । ହେଲେ ଆତଙ୍କୀଙ୍କ ସାମ୍ନାରୁ ହଟିନଥିଲେ, ଲଢେଇ ଛାଡିନଥିଲେ । ତାଙ୍କ ନାଁ ଶୁଣିଲେ କମ୍ପୁଥିଲେ ଶତ୍ରୁ । ଏ କାହାଣୀ ଅଶୋକ ଚକ୍ର ବିଜେତା ମେଜର ମୋହିତ ଶର୍ମାଙ୍କର ।

୧୯୭୮ ଜାନୁଆରୀ ୧୩ରେ ହରିୟାଣାର ରୋହତକରେ ମେଜର ମୋହିତ ଶର୍ମାଙ୍କ ଜନ୍ମ । ଘର ଲୋକେ ତାଙ୍କୁ ସ୍ନେହରେ ଚିଣ୍ଟୁ ଡାକୁଥିଲେ । ଆଉ ସାଙ୍ଗସାଥୀ ଓ ସହକର୍ମୀ ଡାକୁଥିଲେ 'ମାଇକ୍' । ଏହି ନାଁ ତାଙ୍କ ବ୍ୟକ୍ତିତ୍ୱ ସହ ବି ମିଶୁଥିଲା । ମେଜର ଶର୍ମା ଜଣେ ମେଧାବୀ ଛାତ୍ର ସହ ଭଲ ମ୍ୟୁଜିସିଆନ ଥିଲେ । ଚମତ୍କାର ଗିଟାର ବଜାଉଥିଲେ । ସେ ମହାରାଷ୍ଟ୍ରର ଏକ କଲେଜରେ ଇଞ୍ଜିନିୟରିଂ ଆଡମିଶନ କରିଥିଲେ । ହେଲେ ତାଙ୍କର ସ୍ୱପ୍ନ ଥିଲା ଆଉକିଛି ।  ଭାରତୀୟ ସେନାରେ ଯୋଗ ଦେଇ ଦେଶମାତୃକାର ସେବା କରିବାକୁ ଚାହୁଁଥିଲେ ମୋହିତ ଶର୍ମା । ତେଣୁ ଇଞ୍ଜିନିୟରିଂ ଛାଡି ଭାରତୀୟ ପ୍ରତିରକ୍ଷା ଏକାଡେମୀ ବା ଏନଡିଏରେ ଟ୍ରେନିଂ ନେଲେ । ୧୯୯୯ ଡିସେମ୍ବରରେ ଭାରତୀୟ ମିଲିଟାରୀ ଏକାଡେମୀରୁ ପାସ୍ ଆଉଟ୍ ହେଲେ ।

Advertisment

ଆଖିରେ ଧୂଳି ଦେଇ ଆତଙ୍କବାଦୀଙ୍କୁ ମାରିଦେଲେ

ଏହାପରେ ପ୍ରଥମେ ମାଡ୍ରାସ ରେଜିମେଣ୍ଟରେ ପୋଷ୍ଟିଂ ପରେ କାଶ୍ମୀରରେ ୩୮ ରାଷ୍ଟ୍ରୀୟ ରାଇଫଲରେ କାଉଣ୍ଟର-ଇନସର୍ଜେନ୍ସି ଅପରେସନରେ ସାମିଲ ହୋଇଥିଲେ । ୨୦୦୨ରେ ପାରା ସ୍ପେଶାଲ ଫୋର୍ସରେ ଯୋଗ ଦେଲେ । ବର୍ଷକ ପରେ ଏକ ଅଣ୍ଡରକଭର ମିଶନରେ ସାମିଲ ହୋଇଥିଲେ । 'ଇଫତିଖାର ଭଟ୍ଟ' ଛଦ୍ମନାମରେ ପାକିସ୍ତାନରେ ପଶି ହିଜବୁଲ ମୁଜାହିଦ୍ଦିନ ଗୋଷ୍ଠୀରେ ମିଶିଥିଲେ । ଲମ୍ବା ଦାଢି, କେଶ ସହ ମିଛ କାହାଣୀ ଶୁଣାଇ ଆତଙ୍କବାଦୀଙ୍କ ବିଶ୍ୱସ୍ତ ହୋଇଥିଲେ । ସମସ୍ତଙ୍କ ଆଖିରେ ଧୂଳି ଦେଇ ଦୁଇ ଆତଙ୍କବାଦୀଙ୍କୁ ସଫା କରିଥିଲେ । 

୨୦୦୯ ମାର୍ଚ୍ଚ ୨୧ରେ ମେଜର ଶର୍ମା କାଶ୍ମୀର କୁପୱାଡା ଜିଲ୍ଲାରେ ଏକ ବଡ ଧରଣର ଆତଙ୍କୀ ବିରୋଧୀ ଅପରେସନର ଦାୟିତ୍ୱ ନେଇଥିଲେ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା । ହେଲେ ସାହସୀ ମେଜର ମୋହିତ ଶର୍ମା ଜାରି ରଖିଥିଲେ ଲଢେଇ । ଗୁଳି ଖାଇ ବି ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଓ ଆହତ ଯବାନଙ୍କୁ ଉଦ୍ଧାର କରିଥିଲେ ।

ଦେଶ ସେବାରେ ଦେହର ସବୁ ରକ୍ତ ନିଗିଡାଇ ଶେଷରେ ଅମର ହୋଇଯାଇଥିଲେ ଏ ସାହସୀ ଯୋଦ୍ଧା । ତାଙ୍କର ଏହି ଅଦମ୍ୟ ସାହସ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ସାହସିକତା ସମ୍ମାନ ମରଣୋତ୍ତର ଭାବେ ଅଶୋକ ଚକ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା । ଏମିତି ଥିଲା ମେଜର ମୋହିତ ଶର୍ମାଙ୍କ ସାହସ ଓ ଦେଶ ପ୍ରତି ସମର୍ପଣର କାହାଣୀ । 

Zero Tolerance Against Terrorism The Real Hero
Advertisment
Related Articles
Advertisment