/odishatv-khabar/media/media_files/2025/12/15/actress-sonali-2025-12-15-11-50-24.jpg)
Actress Sonali Photograph: (OTV)
ବାହାଘର ୧୨ ବର୍ଷ ପରେ ସ୍ବାମୀ ଗିରଫ । ସ୍ତ୍ରୀ ଦେଲା ଏତଲା, ବନ୍ଧା ହେଲା ସ୍ବାମୀ । ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ରଙ୍କୁ ପୋଲିସ ଗିରଫ କରିଛି । ସୋନାଲିଙ୍କ ଏତଲା ଆଧାରରେ ଶ୍ରୀକ୍ଷେତ୍ର ବନ୍ଧା ହୋଇଛନ୍ତି ।
ସୋନାଲିଙ୍କ ଅଭିଯୋଗ, ସେ ନାବାଳିକା ଥିବା ସମୟରେ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ପ୍ରେମ କରି ବାହା ହୋଇଥିଲେ । ଏ ନେଇ ଗତ ୨ମାସ ତଳେ ସୋନାଲି କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଶନିବାର ପୋଲିସ ଆକ୍ସନ ନେଇଛି । ଭୁବନେଶ୍ୱରରୁ ଶ୍ରୀକ୍ଷତ୍ରଙ୍କୁ ପୋଲିସ ଉଠାଇ ନେଇଥିଲା ।
ସେପଟେ ପୋଲିସ ଶ୍ରୀକ୍ଷତ୍ରଙ୍କୁ ଗିରଫ କରିବା ପରେ କାନ୍ଦୁଛି ଶ୍ରୀକ୍ଷତ୍ରଙ୍କ ପରିବାର । ରୋଗୀଣା ବାପା, ମୂକ ମା’ ଓ ୧୨ବର୍ଷର ଛୋଟ ପୁଅ ଶ୍ରୀକ୍ଷତ୍ରଙ୍କୁ ଝୁରୁଛନ୍ତି l ଅନ୍ୟପଟେ ଶ୍ରୀକ୍ଷତ୍ର ବାପାଙ୍କ କହିବା କଥା, ୨୦୧୩ରେ ପୁଅର ବାହାଘର ହୋଇଥିଲା l ୨୦୧୪ରେ ପୁରୀ ଡାକ୍ତରଖାନାରେ ପୁଅ ଜନ୍ମ ହୋଇଥିଲା l
ସରକାରୀ କାଗଜପତ୍ରରେ ୨୨ବର୍ଷ
ସେତେବେଳକୁ କାଗଜି ଓରଫ ସୋନାଲିଙ୍କୁ ୨୨ବର୍ଷ ହୋଇଥିବା ସରକାରୀ କାଗଜପତ୍ରରେ ପ୍ରମାଣ ରହିଛି l ତା’ ଛଡ଼ା ସୋନାଲି କିପରି ଅଭିଯୋଗ କରୁଛନ୍ତି, ବିବାହ ସମୟରେ ସେ ନାବାଳିକା ଥିଲେ ବୋଲି । ଶ୍ରୀକ୍ଷତ୍ରଙ୍କ ବାପା ଦିଲ୍ଲୀପ ଏହା କହିଛନ୍ତି ।
ପରିବାରର ଶ୍ରୀକ୍ଷତ୍ର ଥିଲା ସାହା ଭରସା l ଶ୍ରୀକ୍ଷତ୍ରଙ୍କ ପାଇଁ ଚଳୁଥିଲା ପରିବାର l ବୋହୂ ପୁଅ ପ୍ରତି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ପରିବାର କହିଛି ।
Youth Displays Courage Despite Being Unarmed: ବର୍ଷୁଥିଲା ଧମାଧମ ଗୁଳି, ଖାଲି ହାତରେ ସାହସ ଦେଖାଇଲେ ଯୁବକ

‘No Regrets’: କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ, ମୁଁ ଆନନ୍ଦିତ 'ନୋ ରିଗ୍ରେଟ'

Weekly Horoscope From 15th December 2025 To 21st December 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Daily Horoscope 15th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Big Shake-Up in Congress: ମୋକିମ୍ କଂଗ୍ରେସରୁ ବହିଷ୍କୃତ, ପିସିସି ସଭାପତିଙ୍କ ପ୍ରସ୍ତାବକୁ AICCର ଅନୁମୋଦନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)