/odishatv-khabar/media/media_files/2025/12/20/dhurandhar-record-in-pakistan-2025-12-20-18-29-43.jpg)
Dhurandhar-Record-in-Pakistan Photograph: (OTV)
ସାରା ବିଶ୍ୱରେ ଚହଳ ସୃଷ୍ଟି କରୁଛି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ 'ଧୁରନ୍ଧର'। ତେବେ ଏହି ସିନେମା ଉପରେ ବ୍ୟାନ ଲଗାଇ ଛଅଟି ଗଲ୍ଫ ଦେଶ ସମେତ ପାକିସ୍ତାନ ଏହାକୁ ରିଲିଜ କରିବାକୁ ଦେଇନାହାନ୍ତି। ତେବେ ଏହା ସତ୍ତ୍ୱେ, ପାକିସ୍ତାନରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ଧୁରନ୍ଧର ସିନେମା। ପାକିସ୍ତାନୀ ମାନେ ଗୁପ୍ତ ଭାବରେ ଏହି ଫିଲ୍ମଟିକୁ ଦେଖୁଛନ୍ତି। ସେମାନେ ବହୁ ସଂଖ୍ୟାରେ ପାଇରେଟେଡ୍ ସାଇଟରୁ ଫିଲ୍ମ ଡାଉନଲୋଡ୍ କରୁଛନ୍ତି। ଫଳସ୍ୱରୂପ, 'ଧୁରନ୍ଧର' ଗତ 20 ବର୍ଷ ମଧ୍ୟରେ ପାକିସ୍ତାନରେ ସବୁଠାରୁ ପାଇରେଟେଡ୍ ବଲିଉଡ୍ ଫିଲ୍ମ ପାଲଟିଛି। ଅର୍ଥାତ ଯଦି ଏହା ପାକିସ୍ତାନରେ ମୁକ୍ତିଲାଭ କରିଥାନ୍ତା, ତେବେ ଏହା ଆରାମରେ 50 ରୁ 100 କୋଟି ଟଙ୍କା ଆୟ କରିପାରିଥାନ୍ତା।
ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଫିଲ୍ମଟି ପ୍ରାୟ ୨୦ ଲକ୍ଷ ଥର ବେଆଇନ ଭାବରେ ଡାଉନଲୋଡ୍ ହୋଇଛି। ପାକିସ୍ତାନୀ ଟୋରେଣ୍ଟ, VPN, ଟେଲିଗ୍ରାମ ଏବଂ ଅବୈଧ ଲିଙ୍କ୍ ମାଧ୍ୟମରେ ଏହି ସ୍ପାଏ-ଥ୍ରୀଲର୍ ଦେଖୁଥିବା ଜଣାପଡ଼ିଛି। ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଇଣ୍ଟରନେଟରେ ଫିଲ୍ମ ଉପରେ କଡ଼ା ନଜର ରଖିଛି, ତଥାପି ଏହାକୁ ବନ୍ଦ କରିବାରେ ଅସମର୍ଥ ହୋଇଛି। ଫଳରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇ ବଡ଼ ତୀର ମାରିଛନ୍ତି ଭାବୁଥିବା ପାକିସ୍ତାନ ସରକାର ଉଦ୍ୟମ ଫୁସ୍ ହୋଇଯାଇଛି।
'ଧୁରନ୍ଧର' ଡିସେମ୍ବର 5, 2025 ରେ ହଲରେ ମୁକ୍ତିଲାଭ କରିଥିଲା। ଆଉ ରିଲିଜ୍ ହେବାର ମାତ୍ରର ଦୁଇ ସପ୍ତାହ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ₹୪୫୪.୨୦ କୋଟି ସଂଗ୍ରହ କରିଛି। ଆଉ ବିଶ୍ୱବ୍ୟାପୀ ₹୬୦୦ କୋଟି ମଧ୍ୟ ଅତିକ୍ରମ କରିସାରଲାଣି। ତେବେ ପାକିସ୍ତାନରେ ପ୍ରତିବନ୍ଧକ ଯୋଗୁଁ ଧୁରନ୍ଧରର ନିର୍ମାତାମାନେ ପ୍ରାୟ ₹50-60 କୋଟି ହରାଇଛନ୍ତି। ହେଲେ ଫିଲ୍ମର ଏତେ ବଡ଼ ସଫଳତା ଆଗରେ ଏହି ସଂଖ୍ୟା ହାତୀକୁ ହୋମିଓପ୍ୟାଥୀ ସଦୃଶ।
Homebound Shortlisted: ଓସ୍କାର ରେସରେ ହୋମବାଉଣ୍ଡ୍ , କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଇଥିଲା ଷ୍ଟାଣ୍ଡିଂ ଓଭେସନ୍

BJD Leaders Lose Cool: ଏକାଠି ହୋଇଥିଲେ ୫୦ରୁ ଅଧିକ ବିଜେଡି ନେତା, ସମ୍ବିତ କହିଲେ ରାଜୁ କହିବେ ... ରାଜୁ ସିଧା ଭାଷା କହିଦେଲେ

Mystery Over River Incident: ପାଣି ମଝିରେ ମନ୍ଦିର , ମନ୍ଦିର ଊପରେ ଝିଅ ...କାହିଁକି ଓ କେମିତି ପଢ଼ନ୍ତୁ ଗୋଟିଏ କ୍ଲିକରେ

Actress Nidhhi Agerwal: ଘେରିଗଲେ ଫ୍ୟାନ୍ କରିଚାଲିଲେ ଟଣାଓଟରା , କାର୍ ଭିତରେ କାନ୍ଦି ପକାଇଲେ ନିଧି ଅଗ୍ରଓ୍ବାଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)