/odishatv-khabar/media/media_files/2025/12/20/nidhi-agrawal-trouble-2025-12-20-16-58-59.jpg)
Nidhi-Agrawal-Trouble Photograph: (OTV)
ଘେରିଗଲେ ଫ୍ୟାନ୍ କରିଚାଲିଲେ ଟଣାଓଟରା । ଅଭିନେତ୍ରୀଙ୍କ ଉପରକୁ ଚିଲ ଭଳି ଝାମ୍ପ ମାରିଲେ । କାର୍ ଭିତରେ କାନ୍ଦି ପକାଇଲେ ନିଧି ଅଗ୍ରଓ୍ବାଲ୍ । ନିଜ ଫିଲ୍ମର ପ୍ରମୋସନ୍ ଇଭେଣ୍ଟରେ ଆସି ହଟହଟା ହୋଇଛନ୍ତି ଦକ୍ଷିଣ ସିନେମା ଅଭିନେତ୍ରୀ ନିଧି ଅଗ୍ରୱାଲ। ତାଙ୍କ ଅଭିନୀତ ଫିଲ୍ମ "ଦି ରାଜା ସାହେବ"ର ଏକ ଗୀତ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ବୁଧବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ହେଲେ ବାହାରିବା ସମୟରେ ହଜାର ହଜାର ସଂଖ୍ୟାରେ ଫ୍ୟାନ ତାଙ୍କୁ ଘେରିଯାଇଥିଲେ। ଆଉ ତାଙ୍କୁ ଟଣାଓଟରା କରିବାକୁ ଆରମ୍ଭ କରିଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଭିଡିଓଟି ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ନିଧିଙ୍କୁ ପ୍ରଶଂସକ ମାନେ ଚାରଆଡୁ ଘେରି ରହିଛନ୍ତି। ଏପରିକି ତାଙ୍କ କାର ପାଖକୁ ମଧ୍ୟ ଯିବାକୁ ଦେଉନାହାନ୍ତି। ତେବେ ଭିଡ଼ର ସୁଯୋଗ ନେଇ କେତେକ ଦୁର୍ବୁତ୍ତ ତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି। ତାଙ୍କୁ ଆପତ୍ତିଜନକ ଭାବରେ ଛୁଇଁବା ସହ ତାଙ୍କ ପୋଷାକକୁ ଟଣାଓଟରା କରିବାକୁ ଚେଷ୍ଟା କରୁଛନ୍ତି। ନିଧି ଭୟଭୀତ ହୋଇ ଚିଲ୍ଲାଇବା ସହ ନିଜ ପୋଷାକୁ ଢାଲ କରୁଥିବାର ମଧ୍ୟ ଦେଖାଯାଉଛି। ତେବେ କୌଣସି ପ୍ରକାର ସୁରକ୍ଷା କର୍ମୀ ତାଙ୍କୁ କାର ପାଖରେ ପହଞ୍ଚାଉଛନ୍ତି। ତେବେ ଫ୍ୟାନଙ୍କ ଏହି ବ୍ୟବହାରରେ ଅତିଷ୍ଟ ହୋଇ ନିଧି କାର ଭିତରେ ମୁହଁ ଘୋଡ଼ାଇ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳୁଛି।
ତେବେ ଏହି ଭିଡ଼ିଓଟି ଭାଇରାଲ ହେବାପରେ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେଲିବ୍ରିଟି ହେଲେ ମଧ୍ୟ ସେ ଜଣେ ମହିଳା, ତେଣୁ ଏହା ଅତ୍ୟନ୍ତ ଅସମ୍ମାନଜନକ ଥିଲା। ଏହି ବ୍ୟବହାର ପଶୁ ମାନଙ୍କ ଠାରୁ ହୀନ ଥିଲା। ଫ୍ୟାନ ମାନେ ନିଜ ସୀମା ଭିତରେ ରହିବାର ଥିଲା। ଏହା ଫ୍ୟାଣ୍ଟମ୍ ନୁହେଁ ଏହା ଅରାଜକତା ଏବଂ ବ୍ୟକ୍ତିଗତ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଅବହେଳା। ଯଦି ଭିଡ଼ ଟିକେ ସାଧାରଣ ଜ୍ଞାନ ଏବଂ ସମ୍ମାନ ଦେଖାଇଥାନ୍ତା, ତେବେ ଏସବୁକୁ ରୋକାଯାଇ ପାରିଥାନ୍ତା। ଅନେକ ଏନେଇ ଆୟୋଜକ ମାନଙ୍କୁ ଦାୟୀ କରିଛନ୍ତି। ତେବେ ଏହି ଘଟଣାନେଇ ଏବେ ଯାଏଁ ମୁହଁ ଖୋଲି ନାହାନ୍ତି ନିଧି ଅଗ୍ରଓ୍ବାଲ୍ ।
Severe Air Pollution Chokes Delhi: ଧୂଆଁ ଧୂଆଁ ରାଜଧାନୀ, ଅତି ନିମ୍ନ ସ୍ତରରେ ବାୟୁ ପ୍ରଦୂଷଣର ମାତ୍ରା

Man Alleges Assault By Pilot: ବିମାନବନ୍ଦରରେ ଗୁଣ୍ଡାଗର୍ଦ୍ଦି, ପାଇଲଟଙ୍କ ମାଡରେ ଯାତ୍ରୀ ଲହୁଲୁହାଣ

Pak Court Jails Ex-PM Imran & Bushra Bibi: ଇମ୍ରାନ ଖାନ୍ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ, ୧ କୋଟି ଜରିମାନା

Hindu Man Killed in Bangladesh: ଅସୁରକ୍ଷିତ ହିନ୍ଦୁ; ଯୁବକଙ୍କୁ ପିଟିପିଟି ମାରିଲେ, ଗଛରେ ଟାଙ୍ଗି ଦେଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)