Advertisment

Dhurandhar Making History: ୧୯ଟି ରେକର୍ଡ କରିସାରିଛି ଧୂରନ୍ଧର , ବକ୍ସଅଫିସରେ ଆଣିଛି ସୁନାମୀ

ରିଲିଜର ୧୨ ଦିନ ପରେ ମଧ୍ୟ ଧୂରନ୍ଧରର ତୁଫାନ୍ ଟିକେ ବି ଥମିନି । A-ରେଟେଡ୍ ଫିଲ୍ମ ହେବାସହିତ ଏକାଧିକ ଦେଶରେ ବ୍ୟାନ୍ ହେବା ପରେ ମଧ୍ୟ ବକ୍ସଅଫିସରେ ଧମାଲ କରୁଛି ରଣବୀର ସିଂଙ୍କ ଧୂରନ୍ଧର ।

author-image
OTV Bureau
Dhurandhar Making History

Dhurandhar Making History Photograph: (OTV)

ଚର୍ଚ୍ଚାରେ ଧୂରନ୍ଧର । କଣ୍ଟ୍ରୋଭର୍ସି, ବ୍ୟାନ୍ ଯେମିତି ପିଛା ଛାଡୁନି ଏହି ସିନେମାର । ତଥାପି ମଧ୍ୟ ରେକର୍ଡ ପରେ ରେକର୍ଡ ବନାଇଚାଲିଛି ରଣବୀର ସିଂ ଷ୍ଟାରର ଏହି ଫିଲ୍ମ । ଗୋଟିଏ କି ଦୁଇଟି ନୁହେଁ, ୧୯ଟି ରେକର୍ଡ ବନାଇଛି ଧୂରନ୍ଧର । 

Advertisment

ରଣବୀର ସିଂଙ୍କ କ୍ୟାରିଅରର ବିଗେଷ୍ଟ୍ ଓପନିଂ ସିନେମା ବନିଛି ଧୂରନ୍ଧର । ଓପନିଂ ୱିକେଣ୍ଡରେ ୧୦୩ କୋଟିର ବିଜନେସ୍ । ଏଥିସହିତ ରିଲିଜର ପ୍ରଥମ ସପ୍ତାହରେ ୨୦୭ କୋଟିରୁ ଅଧିକ କଲେକ୍ସନ୍ କରିଥିଲା ଧୂରନ୍ଧର, ସିଏ ବି କେବଳ ଭାରତରୁ । 

ରିଲିଜର ୧୨ ଦିନ ପରେ ମଧ୍ୟ ଧୂରନ୍ଧରର ତୁଫାନ୍ ଟିକେ ବି ଥମିନି । A-ରେଟେଡ୍ ଫିଲ୍ମ ହେବାସହିତ ଏକାଧିକ ଦେଶରେ ବ୍ୟାନ୍ ହେବା ପରେ ମଧ୍ୟ ବକ୍ସଅଫିସରେ ଧମାଲ କରୁଛି ରଣବୀର ସିଂଙ୍କ ଧୂରନ୍ଧର । ୫ ଡିସେମ୍ୱରରେ ରିଲିଜ ହୋଇଥିବା ଏହି ଫିଲ୍ମ, ୧୨ ଦିନରେ ମୋଟ୍ ୪୧୨ କୋଟିରୁ ଅଧିକ ନେଟ୍ କଲେକ୍ସନ୍ କରିସାରିଛି । 

Advertisment

ସାଧାରଣତଃ ଦେଖାଯାଇଥାଏ କି, ଗୋଟିଏ ଭଲ ସିନେମା ପ୍ରଥମ ସପ୍ତାହରେ ଯେତିକି କଲେକ୍ସନ୍ କରିଥାଏ, ଦ୍ବିତୀୟ ସପ୍ତାହରେ ତାର କଲେକ୍ସନ୍ କିଛି ମାତ୍ରାରେ କମ୍ ହୋଇଯାଏ । କିନ୍ତୁ ଧୂରନ୍ଧର କ୍ଷେତ୍ରରେ କାହାଣୀ ପୂରା ଓଲଟା । ପ୍ରଥମ ସପ୍ତାହ ଭଳି ଧୂରନ୍ଧରର ଧମାକା ଦ୍ୱିତୀୟ ସପ୍ତାହରେ ବି ଜାରି ରହିଥିଲା । ଦ୍ୱିତୀୟ ସପ୍ତାହରେ ୧୪୩ କୋଟିରୁ ଅଧିକ କଲେକ୍ସନ୍ କରି ନୂଆ ଏକ ରେକର୍ଡ ବନାଇଛି ରଣବୀରଙ୍କ ଏହି ଫିଲ୍ମ । ଏକମାତ୍ର ହିନ୍ଦୀ ସିନେମା ଭାବରେ, ଧୂରନ୍ଧର ଦ୍ୱିତୀୟ ସପ୍ତାହରେ ହାଇଏଷ୍ଟ୍ କଲେକ୍ସନ୍ କରିବାର ନୂଆ ଏକ ରେକର୍ଡ ନିଜ ନାଁରେ କରିଛି । 

ରଣବୀରଙ୍କ କ୍ୟାରିଅରର ହାଇଏଷ୍ଟ୍ ଗ୍ରସିଙ୍ଗ ଫିଲ୍ମ ବନିଛି ଧୂରନ୍ଧର । ପୂର୍ବରୁ ୫୮୫ କୋଟିର କଲେକ୍ସନ୍ ସହ ପଦ୍ମାବତ୍ ଏହି ପୋଜିସନ୍ ରେ ଥିବା ବେଳେ, ଏବେ ପଦ୍ମାବତ୍ କୁ ମାତ୍ ଦେଇ ଧୂରନ୍ଧର ବକ୍ସଅଫିସରେ ରାଜ୍ କରୁଛି । 

ଆଦିତ୍ୟ ଧରଙ୍କ ଲିଖିତ, ନିର୍ଦ୍ଦେଶିତ ତଥା ସହ-ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ଧୂରନ୍ଧର । ଏହି ସିନେମା ଆଦିତ୍ୟଙ୍କ କ୍ୟାରିଅରର ମଧ୍ୟ ହାଇଏଷ୍ଟ୍ ଗ୍ରସିଙ୍ଗ ଫିଲ୍ମ ବନିଯାଇଛି । ଖାଲି ଏତିକି ନୁହେଁ, ୨୦୨୫ରେ ରିଲିଜ ହୋଇଥିବା ସମସ୍ତ A-ରେଟେଡ୍ ଫିଲ୍ମ ଭିତରେ ମଧ୍ୟ, ରଣବୀରଙ୍କ ଧୂରନ୍ଧର ମାରିଛି ବାଜି, ଆଉ ଜିତିଛି ନମ୍ୱର-୧ର ଟ୍ୟାଗ । 

ଧୂରନ୍ଧରରେ ରଣବୀରଙ୍କ ସହିତ ଆର ମାଧବନ, ଅକ୍ଷୟ ଖାନ୍ନା, ସଂଜୟ ଦତ୍ତ ଏବଂ ଅର୍ଜୁନ ରାମପାଲ୍ ମେଜର କ୍ୟାରେକ୍ଟରରେ ନଜର ଆସୁଛନ୍ତି । ସଭିଙ୍କ ଲୁକ୍ସ୍, ଆକ୍ସନ୍, ଡାଏଲଗ୍… ସିନେପରଦାରେ ହୋଇଛି ହିଟ୍ । ଦମଦାର ଷ୍ଟାରକାଷ୍ଟ୍ ଯୋଗୁଁ ଧୂରନ୍ଧର ଯୁଥ୍ କୁ ଆଟ୍ରାକ୍ଟ କରିବାରେ ସଫଳ ହୋଇଛି । 

ସ୍ପାଏ ଆକ୍ସନ୍ ଧୁରନ୍ଧର ମାତ୍ର ୧୨ ଦିନରେ ଗ୍ଲୋବାଲି ୬୨୫ କୋଟିରୁ ଅଧିକ କଲେକ୍ସନ୍ କରିଥିବାର ଅପଡେଟ୍ ମିଳିଛି । ଏହି ତୋଡ୍-ଫୋଡ୍ କଲେକ୍ସନ୍ ସହ ଧୂରନ୍ଧର ଖୁବଶୀଘ୍ର ଅଲ୍ ଟାଇମ୍ ବ୍ଲକର୍ ସିନେମା ଲିଷ୍ଟରେ ସାମିଲ ହେବାକୁ ଯାଉଛି । ତେବେ କଣ୍ଟ୍ରୋଭର୍ସି, ବ୍ୟାନ, ଟ୍ରୋଲିଂ… ସବୁର ଝଡ ପରେ ବି, ଧୂରନ୍ଧରର ଧୂଆଁଧାର କଲେକ୍ସନ୍, ଆଉ କେଉଁ କେଉଁ ରେକର୍ଡ ବ୍ରେକ୍ କରୁଛି, କଣ ନୂଆ ରେକର୍ଡର ବିଜେତା ବନୁଛି.. ତାହା ଦେଖିବା ବାକି ରହିଲା ।

Advertisment
Related Articles
Advertisment