ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନି ଯିବାରେ ୧୦ ଦିନ ବିତିଗଲାଣି। ହେଲେ ଚାଷୀ କ୍ଷେତରୁ ଏଯାଏଁ କ୍ଷତ ଲିଭିନି। ପାନ, ନଡ଼ିଆ, କଦଳୀ ଭଳି ଅର୍ଥକରୀ ଫସଲ ହେଉ କି ଡ଼ାଳୁଅ ଧାନ, ଏସବୁକୁ ଯେମିତି ସମୂଳେ ଧ୍ୱଂସ କରିଦେଇଛି ବାତ୍ୟା ଫୋନି। କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାରେ ସ୍ଥିତି...
ଭୁବନେଶ୍ୱର: ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ସେମାନେ ଏହି ସୁବିଧା ପାଇବେ । ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି...
ଭୁବନେଶ୍ୱର: ବିଦ୍ୟୁତ୍ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଲିଲେ ଖୋଦ୍ ବିଭାଗୀୟ କର୍ମଚାରୀ। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି ଦେଇଥିବାର ଦାବି କରାଯାଉଥିଲା ସେଇ ସ୍ଥାନରେ ହିଁ କାମ ସରି ନ ଥିବା ଚିତ୍ର ସାମନାକୁ ଆସିଛି। ଏହାପରେ ଆଜି ସୁଦ୍ଧା ଭୁବନେଶ୍ୱରରେ...
ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟରେ ଆଜି ୭ଟି ରାଜ୍ୟର ୫୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ମୋଟ୍ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ...
ବାରିପଦା: ମା’ ସ୍ୱର୍ଗଠାରୁ ବଡ଼, ଈଶ୍ୱରଙ୍କଠାରୁ ମହାନ । ତାର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ ହସିହସି ସହିଯାଏ। ଏମିତି...
କଟକ: ମରଣ କେମିତି ଆସେ କହିବା ମୁସ୍କିଲ୍। ଠିକ୍ ଆଜି ଯେମିତି ମୃତ୍ୟୁବରଣ କରିଛି ଛୋଟ ପିଲାଟିଏ। ବିଦ୍ୟୁତ୍ ଖୁଣ୍ଟ ପଡ଼ିଯିବାରୁ ନାବାଳକ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି, କଟକ ସଦର ଥାନା ନୂଆଗଡ଼ ଗାଁରେ । ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଉଥିବା...
ଭଦ୍ରକ: ୮ ବଖରା ଘର ଜଳିଗଲା। ଅଗ୍ନିକାଣ୍ଡରେ ଜଳିଗଲେ ନବବଧୂ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଗାଳପୁର ଗ୍ରାମର ଦୁର୍ଗା ଚରଣ ଟୁଡୁଙ୍କ ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗିଯିବା ଫଳରେ ଘର ଭିତରେ ଥିବା ନବବିବାହିତ ଦୁର୍ଗାଙ୍କ ପତ୍ନୀ ପଙ୍କଜିନି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।...
ସମ୍ବଲପୁର: ଶିକାର କରିବାକୁ ଯାଇ ଶିକାର ହୋଇଗଲା ଶିକାରୀ । ନିଜ ଗୁଳିର ଶିକାର ସେ ନିଜେ ହେଲେ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗଂଜାବାହାଲ ଗାଁରେ। ମୃତକ ହେଲେ ବାହାଦୁର ସିଂ। ଗତ ଶୁକ୍ରବାର ସେ ନିଜର ୩ ସହଯୋଗୀଙ୍କ ସହିତ ଜଙ୍ଗଲକୁ ଶିକାର...
ଭବାନୀପାଟଣା: ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସମସ୍ତ ଚାଷୀ। ରାସ୍ତାରୋକ ଯୋଗୁଁ ଧର୍ମଗଡ଼-ଖରିଆର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।…
କିଛି ଦିନ ହେବ ଗୋଟିଏ କଥା ମନକୁ ଆସୁଛି। ଖବରଟିଏ ପ୍ରସ୍ତୁତ କଲାବେଳେ ଆମେ ଯତ୍ନବାନ୍ ହୋଇ ଏହାକୁ ଲେଖୁ। ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହାକୁ ପ୍ରକାଶ କରିବା ବେଳେ ବାରମ୍ବାର ତର୍ଜମା କରୁ। ଏହି ଲେଖାଲେଖି, ଦେଖାଦେଖି ଭିତରେ ଗୋଟିଏ ଶବ୍ଦ…
୧୪୮୨ ଶକାବ୍ଦ। ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳ। ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ। ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି। ଦୋଳି ପ୍ରସ୍ତୁତ ହୋଇ ରହିଥାଏ, ତା ବଡ଼…