Advertisment

Anla Navami 2025: ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ, ହେଲେ ଆପଣ ଜାଣନ୍ତି କି କାହିଁକି ହୁଏ ରାଧା ପାଦ ଦର୍ଶନ ?

Anla Navami 2025: ଆଜି ଅଁଳା ନବମୀ। ସତ୍ୟବାଦୀରେ Radhapada Darshana ର ଉତ୍ସବ। ମା’ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ବର୍ଷତମାମ ମା’ ରାଧାରାଣୀ ଉତ୍ତର ଭାରତୀୟ ବେଶରେ ସଜେଇ ହୋଇ ରହୁଥିବା ବେଳେ...

author-image
Mihir Pattnayak
ଅଦ୍ୟତନ ହୋଇଛି
Anla Navami 2023

Amla Navami

ଆଜି ଅଁଳା ନବମୀ। ମା’ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ବର୍ଷତମାମ ମା’ ରାଧାରାଣୀ ଉତ୍ତର ଭାରତୀୟ ବେଶରେ ସଜେଇ ହୋଇ ରହୁଥିବା ବେଳେ ବର୍ଷକରେ ଗୋଟିଏ ଦିନ ଏଇ ଅଁଳା ନବମୀରେ ମା’ ଓଡ଼ିଆଣୀ ବେଶରେ ସଜେଇ ହୁଅନ୍ତି ? ହେଲେ କ’ଣ ପାଇଁ ଏ ଓଡିଆଣୀ ବେଶ, ଆପଣ ଜାଣନ୍ତି କି ?

Advertisment

ସାକ୍ଷୀଗୋପାଳ ମନ୍ଦିରରେ ପୂଜିତ ବିଗ୍ରହ ପ୍ରଥମେ କାଞ୍ଚିରେ ଥିଲେ। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିବା ପରେ ଶ୍ରୀକ୍ଷେତ୍ର ଆସିଲେ। ସେଠାରୁ କଟକ ବାରବାଟୀ ଦୁର୍ଗ, ଖୋର୍ଦ୍ଧା ଦୁର୍ଗ, ଗଡ଼ କନ୍ତଳବାଇ(ଭୁଷଣ୍ଡପୁର), ଗଡ଼ ରଥୀପୁର(ଜଟଣୀ)ରେ ରହିବା ପରେ ଶେଷରେ ସତ୍ୟବାଦୀରେ ସ୍ଥାପିତ ହୋଇଛନ୍ତି। ହେଲେ ଇତିହାସର କାଳଖଣ୍ଡରେ କୌଣସି ସ୍ଥାନରେ ମା’ ରାଧାଙ୍କ ମୂର୍ତ୍ତିର ପ୍ରସଙ୍ଗ ନାହିଁ। ଯାହା ପରବର୍ତ୍ତି ସମୟରେ ଗୋପାଳଙ୍କ ସହ ଯୋଡି ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଅଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତ ମନ ମୋହନ୍ତି ଶ୍ରୀରାଧା

ସାକ୍ଷୀଗୋପାଳ ବା ସତ୍ୟବାଦୀର ଲୋକକଥା କୁହେ, ଗୋପାଳ ଜୀ ବୃନ୍ଦାବନ ଛାଡି ଏଠି ରହିବା ପରେ ମା’ ରାଧାରାଣୀ ଏକା ହୋଇଗଲେ। ପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେବାରୁ, ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ କନ୍ୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କଲେ।  ପ୍ରଭୁ ସାକ୍ଷୀଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ସେହି କନ୍ୟା ଲକ୍ଷ୍ମୀ ପାଖକୁ ଆସନ୍ତି। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ପିନ୍ଧା ବସନ, ଚୂଳ ବଡପଣ୍ଡାଙ୍କ ଘରୁ ମିଳେ। ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ଗୋପୀନାଥଙ୍କ ଶରଣ ପଶନ୍ତି। ଭକ୍ତବତ୍ସଳ ଭଗବାନ ଏହାର ନିରାକରଣ ପାଇଁ ଲକ୍ଷ୍ମୀଙ୍କ ପରି ଏକ ପ୍ରତିମା ନିର୍ମାଣ ପାଇଁ କୁହନ୍ତି। ମୂର୍ତ୍ତି ନିର୍ମାଣ ଆରମ୍ଭ ହୁଏ। ଳକ୍ଷ୍ମୀଙ୍କ ସ୍ବାସ୍ଥ ଖରାପ ହୁଏ। ମୂର୍ତ୍ତୀ ଜୀବନ୍ୟାସ ପାଇଲା ବେଳକୁ ଲକ୍ଷ୍ମୀ ଇହଲୀଳା ସମ୍ବରଣ କରନ୍ତି। 

Advertisment

ସେବେଠାରୁ ଗୋପାଳଙ୍କ ସହ ଯେଉଁ ରାଧାମୂର୍ତ୍ତି ପୂଜିତ ହୁଅନ୍ତି, ସେ ସର୍ବଦା ଉତ୍ତର ଭାରତୀୟ ବେଶରେ ରହିଥାନ୍ତି। କେବଳ ଅଁଳା ନବମୀ ତିଥିରେ ମା’ ଓଡ଼ିଆଣୀ ବେଶରେ ସଜେଇ ହେବା ପରେ ରାଧା ପାଦ ଦର୍ଶନର ସୁଯୋଗ ଭକ୍ତମାନେ ପାଇଥାନ୍ତି। 

Advertisment