/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697802147.jpg)
Pinaki Mahua Relation
ପୁରୀ ସାଂସଦ ପିନାକି ଆଉ ମହୁଆ ମଇତ୍ରଙ୍କ ଭିତରେ ସମ୍ପର୍କ କ’ଣ ? ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ପ୍ରେସମିଟର ଖୋଲାଖୋଲି ଭାବେ ଉଭୟଙ୍କ ଫଟୋ ବି ଦେଖାଯାଇଛି। ଏବଂ ଏହି ଇଣ୍ଟିମେସିର କାରଣ ପଚାରିଛି। ମୁଖ୍ୟମନ୍ତ୍ରୀ ସବୁ କଥାରେ ନୀତିଗତ ସ୍ବଚ୍ଛତା ଅବଲମ୍ବନ କରୁଥିବା ବେଳେ ଏଥର କ’ଣ ଅଭିମୁଖ୍ୟ ଆପଣାଉଛନ୍ତି, ତାହା ଦେଖିବାକୁ ବାକି ରହିଛି।
ତେବେ ଦର୍ଶକବନ୍ଧୁ ଆପଣ ଜାଣିବାକୁ ଚାହୁଁଥିବେ ଯେ, ବାସ୍ତବ ଘଟଣାଟି କ’ଣ। ମହୁଆ ମଇତ୍ରୋ କ’ଣ ପାଇଁ ସେ ଏବେ ଚର୍ଚ୍ଚାରେ। ମହୁଆ ହେଉଛନ୍ତି ଟିଏମସି ସାଂସଦ। ୪୯ ବର୍ଷିୟ ମହୁଆ ତୃଣମୂଳ କଂଗ୍ରେସର ସାଂସଦ ଭାବେ ପଶ୍ଚିମବଙ୍ଗର କିଶନନଗରକୁ ପ୍ରତିନିଧିତ୍ବ କରନ୍ତି। ଦଳର ମୋଦି ବିରୋଧି କଡା ଆଭିମୁଖ୍ୟକୁ ସେ ସଂସଦରେ ଉପସ୍ଥାପନ କରୁଥିଲେ ବୋଲି ଅଭିଯୋଗ ହୋଇଛି।
ବିଜେପି ସାଂସଦ ନିଶିକାନ୍ତ ଦୁବେ ନିକଟରେ ଅଭିଯୋଗ କରିଥିଲେ ଯେ, ମହୁଆ ମଇତ୍ରୋ ଏବଂ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି। ଏହା ପରେ ହୀରାନନ୍ଦାନୀ ଏହି ସତ୍ୟପାଠ ସଂସଦର ଆଚାର ସମିତି ନିକଟରେ ଉପସ୍ଥାପନ କରିଛନ୍ତି।
ମୋହୁଆ ମୋଇତ୍ର ଲାଞ୍ଚ ନେଇ ସଂସଦରେ ଶାସକ ଦଳକୁ ଟାର୍ଗେଟ କରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତ୍ତି ମଳିନ କରିବାକୁ ବାରମ୍ବାର ବକ୍ତବ୍ୟ ଦିଅନ୍ତି। କିନ୍ତୁ ଏହା ପଛରେ ତାଙ୍କର କୌଣସି ନୀତିଗତ ରାଜନୖତିକ ଉଦ୍ଦେଶ୍ୟ ନାହିଁ ବରଂ ଲାଞ୍ଚଖୋର ମନୋବୃତ୍ତି ରହିଥିବା BJP ଅଭିଯୋଗ କରିଛି। ସିଧା ସିଧା କହିଲେ ମୋଦି ବିରୋଧି ପ୍ରଶ୍ନ ପାଇଁ ସେ ଲାଞ୍ଚ ନେଉଥିଲେ। ଅନ୍ୟ କାହା ବ୍ୟବସାୟିକ ଶତୃତାକୁ ଆଳ କରି ନିଜେ ଫାଇଦା ନେଉଥିଲେ ଯାହା କୁହାଯାଉଥିଲା ପୋଶା ଶୁଆ ଭଳି ସେହି ପ୍ରଶ୍ନ ପଚାରୁଥିଲେ ବୋଲି କୁହାଯାଉଛି। ଯାହାର ଖୁଲାସା କରିଛି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ଏକ ସତ୍ୟପାଠ।
ସତ୍ୟପାଠ କହୁଛି, "ମୋହୁଆ ମୋଇତ୍ର ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ତାଙ୍କ ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଏବଂ ପାସୱାର୍ଡ ଶେଆର୍ କରିଥିଲେ। ସେ ଏହି ଆଇଡି ମାଧ୍ୟମରେ ମହୁଆଙ୍କ ନିକଟକୁ ପ୍ରଶ୍ନ ପଠାଉଥିଲେ। ସେ ଯେଉଁ ପ୍ରଶ୍ନ ପଠାଉଥିଲେ, ମହୁଆ ତାହାକୁ ସଂସଦରେ ଉପସ୍ଥାପନ କରୁଥିଲେ।"
କଥା ଏତିକିରେ ସରିନି। ଏ ଭଳି ଜଘନ୍ୟ କାଣ୍ଡରେ ଓଡ଼ିଶା ଲିଙ୍କ୍ ବି ରହିଛି। ହୀରାନନ୍ଦାନୀଙ୍କ ସତ୍ୟପାଠ କହୁଛି, ବ୍ୟବସାୟୀ ଗୌତମ ଆଦାନୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ ଏବଂ ଲଜ୍ଜିତ କରାଇବା ଉଦ୍ଦେଶ୍ୟରେ ଏପରି କରୁଥିଲେ ମହୁଆ। ମହୁଆଙ୍କ ସମ୍ପର୍କ ପିନାକୀ ମିଶ୍ରଙ୍କ ସହ ରହିଥିଲା। ଯାହାର ଫାଇଦା ଉଠାଇବାକୁ ଚାହୁଁଥିଲେ ହିରାଚନ୍ଦାନୀ। ଗୌତମଙ୍କ ସହ ହିରାଚନ୍ଦାନୀଙ୍କ ଶତ୍ରୁତା ଯୋଗୁ ଏଭଳି କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲେ ବି ଏବେ ଓଡ଼ିଆ ଭୋଟରଙ୍କ ଭିତରେ ଗୋଟିଏ ପ୍ରଶ୍ନ ପିନାକୀ-ମହୁଙ୍କ ସମ୍ପର୍କର ରହସ୍ୟ କ’ଣ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)