/odishatv-khabar/media/media_files/2025/12/25/accident-2025-12-25-15-02-27.jpg)
Accident Photograph: (OTV)
୪ ଜଣ ସାଙ୍ଗ ଧନୁ ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ - ହତିସରା ଗାଁ ମଝିରେ ଥିବା ଡଙ୍ଗାଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା।
କୋମନା ଥାନା ତରବୋଡ ଗାଁରେ ଏକ ଆଞ୍ଚଳିକ ଧନୁଯାତ୍ରା ଉତ୍ସବ ଚାଲୁଥିଲା। ଧନୁ ଯାତ୍ରାରେ ଷ୍ଟାର ନାଇଟ୍ କାର୍ଯ୍ୟକ୍ରମ ଦେଖି ଭୋର ୪ଟାରେ ୪ ଜଣ ସାଙ୍ଗ ଏକ ବାଇକରେ ନିଜ ଘରକୁ ଫେରୁଥିଲେ। ଡଙ୍ଗାଘାଟ ନିକଟରେ ଭାରସାମ୍ୟ ହରାଇ ପୋଲରୁ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ି ଥିଲେ। ପାଣିରେ ବୁଡ଼ି ୨ ଯୁବକ ଶୋଭାରାମ ହଂସ ଓ ହରିଶ୍ଚନ୍ଦ୍ର ପଟେଲଙ୍କ ମୃତ୍ୟୁ ହୋଇଛି।
ଖବର ପାଇ କୋମନା ଅଗ୍ନିଶମ ବାହିନୀ ପହଞ୍ଚି ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ l ଆହତ ହେଲେ ରଞ୍ଜିତ ହଂସ ଓ ଭାଗବତ ମାଝୀ। ଆହତଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କୋମନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ମେଡ଼ିକାଲକୁ ପଠାଇଛି।
• ବ୍ରିଜରୁ ଖସିଲା ବାଇକ୍: ୨ ମୃତ, ୨ ଗୁରୁତର
• ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଲା ବାଇକ୍
• କୋମନା ତରବୋଡ଼ ନିକଟ ଡଙ୍ଗାଘାଟ ବ୍ରିଜ୍ ଉପରୁ ତଳକୁ ଖସିଲା
• ୨ ଗୁରୁତର ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି
• ୪ ସାଙ୍ଗ ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର
Who is Ganesh Uike? କିଏ ଏଇ ଗଣେଶ? ଖେଳିଥିଲା ରକ୍ତର ହୋଲି, ପୋଲିସକୁ ଦେଉଥିଲା ଚକମା

Panchayat Bans Smartphones: ଝିଅ, ବୋହୂଙ୍କ ପାଇଁ ସ୍ମାର୍ଟଫୋନ୍ ବ୍ୟାନ୍, ପୁରୁଷ ୟୁଜ୍ କରିବେ...

Anglo-Indian Families Celebrate Christmas: ଇଏ ଗୋରା ସାହେବା ପରିବର, କିନ୍ତୁ ଓଡ଼ିଆଙ୍କ ପାଖରେ ଏମାନଙ୍କ ମନ

Comedian Gulua Alleges Threat to Life: କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଭିଡିଓ: ମିଳୁଛି ହତ୍ୟା ଧମକ, ଜୀବନ ପ୍ରତି ଅଛି ବିପଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)