Advertisment

Who is Ganesh Uike? କିଏ ଏଇ ଗଣେଶ? ଖେଳିଥିଲା ରକ୍ତର ହୋଲି, ପୋଲିସକୁ ଦେଉଥିଲା ଚକମା

ବର୍ଷ ଶେଷରେ ମାଓ ଅପରେସନ୍ ରେ ବଡ଼ ସଫଳତା। ଟଳିଲା ଟପ୍ ମାଓନେତା ଗଣେଶ। କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଣେଶଙ୍କ ସହ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି।

author-image
Chinmayee Sahoo
Top Maoist Ganesh Uike

Top Maoist Ganesh Uike Photograph: (OTV)

ବର୍ଷ ଶେଷରେ ମାଓ ଅପରେସନ୍ ରେ ବଡ଼ ସଫଳତା। ଟଳିଲା ଟପ୍ ମାଓନେତା ଗଣେଶ। କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଣେଶଙ୍କ ସହ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ୬୯ ବର୍ଷୀୟ ଗଣେଶ ଉଇକେ ମାଓ ସେଣ୍ଟ୍ରାଲ କମିଟିର ଆଗ ଧାଡ଼ିର ସଦସ୍ୟ ଥିଲା। ତା ନାଁରେ ଥିଲା ୧ କୋଟି ୧୦ ଲକ୍ଷ ଟଙ୍କା ପୁରସ୍କାର। 

Advertisment

ତା ସହ ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ରହିଛନ୍ତି। ଏମାନଙ୍କ ପାଖରୁ ୨ଟି ଇନସାସ୍, ଗୋଟିଏ ୩୦୩ ରାଇଫଲ୍ ଜବତ ହୋଇଛି। ମାଓବାଦୀ ଲୁଚି ରହିଥିବା ଖବର ପାଇଁ କନ୍ଧମାଳ ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନ ଆରମ୍ଭ କରିଥିଲା SOG, CRPF, BSF। ୨୩ଟି ଟିମ୍ ଏହି ଅପରେସନ୍ ସାମିଲ ହୋଇଥିଲେ।

ତେବେ କିଏ ଏହି ଗଣେଶ? କେମିତି ଥିଲା ମାଓ କ୍ୟାଡରରେ ତା’ର ଦବଦବା? ମାଓ ସେଣ୍ଟ୍ରାଲ କମିଟି ଟପ୍ କମାଣ୍ଡର ଗଣେଶ। ତେଲେଙ୍ଗାନା ନାଲଗୋଣ୍ଡାର ଗଣେଶ ଓଡ଼ିଶାରେ ମାଓ କାର୍ଯ୍ୟକଳାପର ନେତୃତ୍ବ ନେଉଥିଲା। ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରରେ ମାଓ ସଂଗଠନ ସମ୍ଭାଳୁଥିଲା। ଲାଲବାହିନୀରେ ନୂତନ ନିଯୁକ୍ତି କରୁଥିଲା। ୩ ରାଜ୍ୟରେ ରକ୍ତର ହୋଲି ଖେଳିଛି। ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଉଥିଲା।

Advertisment

ନିହତ ଟପ୍ ମାଓ ନେତା ଗଣେଶ ନାଁରେ ବିଭିନ୍ନ ରାଜ୍ୟରେ ଥିଲା ପୁରସ୍କାର ରାଶି। ଗଣେଶ ମୁଣ୍ଡ ଉପରେ ଓଡ଼ିଶା ସମେତ ୪ ରାଜ୍ୟରେ ଥିଲା ପୁରସ୍କାର ରାଶି। ଓଡ଼ିଶାରେ ଥିଲା ସର୍ବାଧିକ ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି। ଛତିଶଗଡ଼ରେ ଗଣେଶ ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଓ ତେଲେଙ୍ଗାନା ଓ ଆନ୍ଧ୍ରରେ ଥିଲା ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି। ଏବେ ଗଣେଶର ନିପାତ ମାଓ ଗଡର ବଳ ଭାଙ୍ଗିବା ସହ ସମାନ।

Kandhamal Encounter Top Maoist Commander
Advertisment
Related Articles
Advertisment