Advertisment

Anglo-Indian Families Celebrate Christmas: ଇଏ ଗୋରା ସାହେବା ପରିବର, କିନ୍ତୁ ଓଡ଼ିଆଙ୍କ ପାଖରେ ଏମାନଙ୍କ ମନ

ଇଏ ଗୋରା ସାହେବା ପରିବର। ଓଡ଼ିଶା ମାଟି ଓ ଓଡ଼ିଆ ପ୍ରତି ତାଙ୍କ ପ୍ରେମ ତାଙ୍କୁ ପ୍ରତି ବର୍ଷ କ୍ରିସମାସରେ ଏଇଠାକୁ ଟାଣିଆଣେ। ଓଡ଼ିଶାର ମାଟି, ପାଣି ଓ ପବନକୁ ଖୁବ୍ ପାଖରୁ ଚିହ୍ନନ୍ତି।

author-image
Chinmayee Sahoo
Jatani-Christmas

Jatani-Christmas Photograph: (OTV)

ଜୀବନକୁ ଜୀଇଁବା ଏମାନେ ଭଲସେ ଜାଣନ୍ତି। ଓଡ଼ିଶାର ମାଟି, ପାଣି ଓ ପବନକୁ ଖୁବ୍ ପାଖରୁ ଚିହ୍ନନ୍ତି। ଆଉ ସେଇଥିପାଇଁ ୧୦୦ ବର୍ଷ ହେଲା ଓଡ଼ିଆଙ୍କ ପ୍ରେମରେ ଏମାନେ ବାନ୍ଧି ହୋଇଛନ୍ତି। ଇଏ ଗୋରା ସାହେବା ପରିବର। ଓଡ଼ିଶା ମାଟି ଓ ଓଡ଼ିଆ ପ୍ରତି ତାଙ୍କ ପ୍ରେମ ତାଙ୍କୁ ପ୍ରତି ବର୍ଷ କ୍ରିସମାସରେ ଏଇଠାକୁ ଟାଣିଆଣେ। ଆଜି ବି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି ଏହି ଆଙ୍ଗଲୋ-ଇଣ୍ଡିଆନ୍ ପରିବାର। ଜଟଣୀରେ ପାଖାପାଖି ୬୦ରୁ ଊର୍ଦ୍ଧ୍ବ ଆଙ୍ଗଲୋ ଇଣ୍ଡିଆନ୍ ଫ୍ୟାମିଲି ବସବାସ କରୁଛନ୍ତି। କର୍ମ ସଂସ୍ଥାନ ପାଇଁ ଅନେକ ସଦସ୍ୟ ବିଦେଶରେ ରହୁଥିଲେ ମଧ୍ୟ ଏକ୍ସ-ମାସ୍ ସମୟରେ ନିଜ ଜନ୍ମମାଟି ଓଡ଼ିଶାକୁ ଫେରି ଆସିଥାନ୍ତି। ଆଉ ନିଜର ପ୍ରିୟ ପରିଜନଙ୍କ ସହ ଏକାଠି କ୍ରିସମାସ୍ ପାଳନ୍ତି। 

Advertisment

ବଡ଼ଦିନ ଏମାନଙ୍କ ପାଇଁ ବଡ଼ ପର୍ବ। ଏହି ଦିନରେ ସେମାନଙ୍କ ଖାଦ୍ୟପେୟ ସହିତ ଓଡ଼ିଆ ଖାଦ୍ୟକୁ ଖାଇବା ଆରମ୍ଭ କରିଥିଲେ। ଆଉ ଆଜି ସେମାନେ ଧୀରେ ଧୀରେ ଓଡ଼ିଆ କହୁଛନ୍ତି। ଓଡ଼ିଆର ଶାଗ-ପଖାଳ, ଆଳୁଚକଟା ଏବଂ ଶୁଖୁଆ ଭଜା ଓ ପିଠାପଣାକୁ ମଧ୍ୟ ନିଜ ଦୈନଦିନ ଖାଇବାରେ ସାମିଲ୍ କରିଛନ୍ତି। ବର୍ଷକୁ ଥରେ କ୍ରିସମାସ୍ ବା ବଡ଼ ଦିନ ପାଳନ ହେଉଥିବା ବେଳେ ସେଥିପାଇଁ ସଜେଇ ହେଉଛି ସେମାନଙ୍କ ଘର ଠାରୁ ଆରମ୍ଭ କରି ବାଡ଼ି ବଗିଚା।

ଦିନଥିଲା ବର୍ଷକୁ ଥରେ ଆଙ୍ଗଲୋ ଇଣ୍ଡିଆନମାନେ ଏକାଠି ହୋଇ ୟୁରୋପିଆନ୍ ଇନିଷ୍ଟିଚ୍ୟୁଟରେ ବିଭିନ୍ନ ପ୍ରକାର ଖେଳକୁଦ କରୁଥିଲେ। ପାଶ୍ଚାତ୍ୟ ନୃତ୍ୟ ସଙ୍ଗୀତରେ ସମସ୍ତେ ହଜିଯାଉଥିଲେ। କିନ୍ତୁ ଏବେ ସେହି ପରମ୍ପରାକୁ ବଞ୍ଚାଇ ରଖି ବେଶ୍ ଧୁମ୍ ଧାମରେ ବଡ଼ ଦିନ ପାଳନ କରୁଛନ୍ତି।

Advertisment
Jatani
Advertisment
Related Articles
Advertisment