ଦୋକାନକୁ ଫୁଲ ଦେବା ପାଇଁ ଓ ବିସ୍କୁଟ ନେବା ପାଇଁ ଆସିଥିଲା ମୀନତି ଓରଫ୍ ମୁନୀ। ସାଇକେଲରେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା।
ପୁଣି ମୋ ବସ୍ ସାଜିଲା ମୃତ୍ୟୁର ଦୂତ। ମୋ ବସ୍ ପ୍ରତି ପୁଣିଥରେ ଲୋକଙ୍କ ରୋଷ ବଢ଼ାଇଲା ଡ୍ରାଇଭରର ବେପରୁଆପଣ। ବସ୍ ଧକ୍କାରେ ଜଣେ ୧୨ ବର୍ଷୀୟ ଝିଅର ଦୁଃଖଦ ମୃତ୍ୟୁକୁ ନେଇ ଭୁବନେଶ୍ବର ରଘୁନାଥପୁରରେ ପ୍ରବଳ ଉତ୍ତେଜନା ଓ ରାସ୍ତାରୋକ। ଗିରଫ ହେଲା ଡ୍ରାଇଭର୍। ତେବେ ବାରମ୍ବାର ଦୁର୍ଘଟଣା ସତ୍ତ୍ବେ କାହିଁକି ଚେତୁନାହାନ୍ତି ମୋ ବସ୍ ଡ୍ରାଇଭର ଏବଂ କ୍ରୁଟ୍ କର୍ତ୍ତୃପକ୍ଷ ଏହାକୁ ନେଇ ପ୍ରଶ୍ନ ଉଠିଛି ।
ବୁକୁ ଫଟାଇ କାନ୍ଦୁଛି ମା। ବାପା ଖାଇବେ ବୋଲି ସାଇକେଲ ନେଇ ବିସ୍କୁଟ ଆଣିବାକୁ ଯାଇଥିଲା କୁନିଝିଅ। ହେଲେ ଯମ ସାଜି ତା ଉପରେ ଚଢିଗଲା ମୋ ବସ୍ ।
ରାଜଧାନୀରେ ସକାଳୁ ବଡ଼ ଅଘଟଣ ଘଟିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ଉପରେ ମାଡିଯାଇଛି ମୋ ବସ୍ । ଝିଅଟି ସାଇକେଲରେ ଯାଉଥିବା ବେଳେ ତାକୁ ‘ମୋ ବସ୍’ଧକ୍କା ଦେଇଥିଲା ।
ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନ ଭିତରେ ଚାପି ହୋଇଥିବା କଣ୍ଟେନର ଡ୍ରାଇଭରକୁ ଉଦ୍ଧାର କରିଥିଲେ।
ଶତ ଚେଷ୍ଟା ପରେ ବି ବଞ୍ଚିପାରିଲାନି ଜୀଵନ । ସତେ ଯେମିତି ଏହା ବିଧିର ବିଧାନ ଥିଲା । କଥାରେ ଅଛି ଯେବେ ଯମ ଦଉଡି ବାନ୍ଧିବା ନେଇ ସ୍ଥିର ହୋଇ ସାରିଥିବ । ଯେତେ ଚେଷ୍ଟା କଲେ ବି ଆଉ ଜୀବନ ବଞ୍ଚେଇବା ସମ୍ଭବ ହୋଇନଥାଏ ।
ଖୋଜ ଦୁଇ ନାବାଳକ ହେଲେ ଶିବ ହନ୍ତାଳ ଓ ଅମିତ ହନ୍ତାଳ। ନାବାଳକମାନେ ଡ୍ୟାମରେ ଗାଧୋଇସାରିବା ପରେ ଡଙ୍ଗାରେ ସେଲଫି ନେଉଥିଲେ। ତେବେ ହଠାତ ଡଙ୍ଗାଟି ବୁଡି ଯାଇଥିଲା। ନିଖୋଜ ନାବାଳକମାନେ ଜୋଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର।
ମାଡ଼ି ଆସିଲା କଳା ବାଦଲ। ଏକା ଥରକେ ଲିଭିଗଲା ଝିଅ ଓ ବୋହୂ ମଥାର ସିନ୍ଦୂର। ଆମ୍ବୁଲାନ୍ସରେ ମୃତଦେହ ଘରକୁ ନେଇ ଫେରୁଥିବା ବେଳେ ଚାଲିଗଲା ୩ ଜୀବନ।
ଆଜି ସକାଳେ ପଶ୍ଚିମବଙ୍ଗରୁ ଏକ ପରିବାର ଭୁବନେଶ୍ୱର ଆସିଥିଲେ। ଡମଣା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ିଯାଇଥିଲା।
ନବରଙ୍ଗପୁର ଥାନା ଡାଲଗୁଡା ଗାଁର ରଘୁ ବୈରାଗୀ, ଧନିଆ ମାଝୀ ଓ ସଦା ଭତରା କୋଷାଗୁମୁଡା ବ୍ଲକ୍ କୁସୁମପାଲି ଗ୍ରାମରେ ହେଉଥିବା ନିଜର ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଇକ୍ରେ ଯାଉଥିଲେ।
୧୦ ଟାରେ ସ୍କୁଲ ଥିଲା.. ଏଥିପାଇଁ ଦୁଇ ଛାତ୍ର ଖାଇପିଇ ସାଇକେଲ ବ୍ୟାଗ ଧରି ସ୍କୁଲ ବାହାରିଥିଲେ। ବାଟରେ ଦୁଇ ଜଣ ଗପସପ କରି ଚାଲିଥିଲେ।
ଅତି ପ୍ରତିକୂଳ ପରିସ୍ଥତିରେ ଧୈର୍ଯ୍ୟ ଓ ସାହାସ ସହ କିଛି ଚମତ୍କାର ବି ଘଟେ। ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ିବା ପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୪ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଜୀବନ ବଞ୍ଚିବାର କାହଣୀ ଆପଣଙ୍କୁ ବି ଚକିତ କରିଦେବ।
ଠିକ୍ ସେମିତି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥରେ ଘଟିଥିଲା। ଆଜି ଅପରାହ୍ନରେ ହାଇୱାଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ବାଇକ ପିଟି ହୋଇଯାଇଥିଲା।
ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।
ଦ୍ରୁତ ବେଗରେ ଗାଡି ଚଳାଇବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଚାଲିଯାଉଛି ବହୁମୂଲ୍ୟ ଜୀବନ । ଭୁବନେଶ୍ୱରରେ ଆଜି ଠିକ୍ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।
ଆମେରିକୀୟ ଯାତ୍ରୀବାହୀ ବିମାନ ସହ ଆମେରିକୀୟ ସେନା ହେଲିକପ୍ଟର ଧକ୍କାହେବାରୁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀ ବିମାନ ଅବତରଣ ବେଳେ ଏମିତି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇଟି ବିମାନ ଧକ୍କାହେବା ଫଳରେ ଆକାଶରେ ଭୟଙ୍କର ଆଲୋକ ଦେଖିବାକୁ ମିଳିଥିଲା ।
ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ଥିବା କୁହାଯାଇଛି। ତେବେ କାହିଁକି ଏଭଳି ଦଳାଚକଟା ହେଲା ଏହାର ୫ଟି ମୁଖ୍ୟ କାରଣ ସମ୍ପର୍କରେ ଜାଣନ୍ତୁ...
ଆମେରିକାର ଏକ ଏଫ-୩୫ ଯୁଦ୍ଧବିମାନ ଟ୍ରେନିଂ ସମୟରେ ଧ୍ବଂସ ପାଇଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଙ୍ଗଲ ସିଟର ଏହି ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଆଲାସ୍କାରେ ଖସି ପଡିଥିଲା। ଇନଫ୍ଲାଇଟ ତ୍ରୁଟି କାରଣରୁ ପାଇଲଟଙ୍କୁ କ୍ରାସ୍ର ଠିକ ପୂର୍ବରୁ ଇମର୍ଜେନ୍ସି ଏକ୍ସିଟ ନେବାକୁ ପଡିଥିଲା। ୩୫୪ ଫ୍ଲାଇଟ ୱିଙ୍ଗର କମାଣ୍ଡର କଲୋନେଲ ପଲ ଟାଉନସେଣ୍ଡ ଏହି ସୂଚନା ଦେଇଛନ୍ତି।
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳା ୨୦୨୫ରେ ଘଟି ଯାଇଛି ବଡ ଅଘଟଣ। ଅମୃତ ସ୍ନାନ ସମୟରେ ଦଳାଚକଟା କାରଣରୁ ଅନ୍ୟୁନ ୧୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଥିଲା ମଙ୍ଗଳବାର ବିଳମ୍ବିତ ରାତିରେ ଅଧିକ ଭିଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା।
ଉତ୍ତର ପ୍ରଦେଶର ବାଘପତରେ ଜୈନ ଧର୍ମାବଲମ୍ବୀଙ୍କ ଏକ କାର୍ଯ୍ୟକ୍ରମରେ ଘଟିଯାଇଛି ବଡ ଦୁର୍ଘଟଣା। ବାଉଁଶରେ ତିଆରି କରାଯାଇଥିବା ମଞ୍ଚ ଭୁଷୁଡି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ବୋଲେରୋ ମାଡ଼ି ଯାଉଥିବା ଦେଖି ଦୋକାନୀମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ତେବେ ୨ରୁ ଅଧିକ ଦୋକାନୀ ଆହତ ହୋଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।
ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ ।
କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି।
ସସପେଣ୍ଡ ହେଲେ ମାଳବିହାରପୁର ହାଇସ୍କୁଲ୍ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ।
OSRTC ବସ୍ ଓଲଟି ଏକାଧିକ ଆହତ ହୋଇଛନ୍ତି । ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା ।