/odishatv-khabar/media/media_files/2025/12/20/train-accident-2025-12-20-10-51-37.jpg)
Train Accident Photograph: (OTV)
ଶନିବାର ସକାଳେ ଆସାମର ଲୁମଡିଂ ଡିଭିଜନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଜଙ୍ଗଲୀ ହାତୀ ପଲକୁ ଧକ୍କା ଦେଇଛି। ଦୁର୍ଘଟଣା ପରେ ଟ୍ରେନର ଇଞ୍ଜିନ୍ ଏବଂ ପାଞ୍ଚଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଟ୍ରେନ୍ ଧକ୍କା ଦେବାରୁ ଆଠଟି ହାତୀଙ୍କର ମୃତ୍ୟୁ ହୋଇଛି। ଗୋଟିଏ ହାତୀ ଛୁଆ ଆହତ ହୋଇଥିବା ସୂଚନା ମିଳିଛି।
ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାଁନ୍ତି, ଏହା ଆଶ୍ୱସ୍ତିର ବିଷୟ। ଦୁର୍ଘଟଣା ଯୋଗୁଁ ଉପର ଆସାମ ଏବଂ ଉତ୍ତର-ପୂର୍ବରେ ରେଳ ସେବା ବାଧାପ୍ରାପ୍ତ ହୋଇଛି। ରେଳବାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଗୌହାଟି ଠାରୁ ୧୨୬ କିଲୋମିଟର ଦୂର ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (NFR)ର ଲୁମଡିଂ ଡିଭିଜନର ଯମୁନାମୁଖ-କାମ୍ପୁର ସେକ୍ସନରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା।
• ଟ୍ରେନ ଧକ୍କାରେ ୮ ହାତୀ ମୃତ
• ହାତୀ ପଲଙ୍କୁ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ
• ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଦେଲା ଧକ୍କା
• ଆସାମ ହୋଜାଇରେ ବଡ଼ ଦୁର୍ଘଟଣା
• ଦୁର୍ଘଟଣା ପରେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ
• କେହି ଯାତ୍ରୀ ମତାହତ ହୋଇନଥିବା ସୂଚନା
• ୮ ହାତୀଙ୍କ ମୃତ୍ୟୁ ଗୋଟିଏ ହାତୀ ଛୁଆ ଆହତ ହୋଇଥିବା ସୂଚନା
• ଗୌହାଟି ଠାରୁ ୧୨୬ କିଲୋମିଟର ଦୂରରେ ହୋଇଛି ଦୁର୍ଘଟଣା
Vigilance Raid: ଫରେଷ୍ଟ ରେଞ୍ଜରଙ୍କ ଘରେ ରେଡ୍, ପୁଳାପୁଳା ନଗଦ ଟଙ୍କା ଓ ସୁନା ଗହଣ ଜବତ

Operation Hawkeye Strike: ଅପରେସନ୍ 'ହକ୍ଆଇ': ଘନ ଘନ ଆକ୍ରମଣ; ଯୁଦ୍ଧ ନୁହେଁ, ହତ୍ୟାର ପ୍ରତିଶୋଧ କହିଲେ ରାଷ୍ଟ୍ରପତି

Baijayant Panda Reaches Assam: ଆସାମ ଗସ୍ତରେ ବୈଜୟନ୍ତ, ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

Cold Wave Continues Across Odisha: ଆହୁରି ୭ ଦିନ ଯାଏଁ ପ୍ରବଳ ଥଣ୍ଡା ନେଇ ସତର୍କତା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)