/odishatv-khabar/media/media_files/2025/12/16/mexico-2025-12-16-08-47-24.jpg)
Mexico Photograph: (OTV)
ମେକ୍ସିକୋର ଟୋଲୁକା ବିମାନବନ୍ଦର ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଏକ ପ୍ରାଇଭେଟ୍ ଜେଟ୍ ଇମର୍ଜେନ୍ସି ଲ୍ୟାଣ୍ଡିଂ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମେକ୍ସିକୋ ସିଟିରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ଟୋଲୁକା ବିମାନବନ୍ଦରରୁ ୫ କିଲୋମିଟର ଦୂରରେ ଏକ ଇଣ୍ଡଷ୍ଟ୍ରିଆଲ ଏରିଆ ସାନ ମାଟେଓ ଆଟେନକୋରେ ଘଟିଛି।
ବିମାନଟି ମେକ୍ସିକୋର ପ୍ରଶାନ୍ତ ମହାସାଗର ଉପକୂଳରେ ଥିବା ଆକାପୁଲକୋରୁ ଉଡ଼ାଣ କରିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେକ୍ସିକୋ ରାଜ୍ୟ ନାଗରିକ ସୁରକ୍ଷା ସଂଯୋଜକ ଆଡ୍ରିଆନ ହର୍ନାଣ୍ଡେଜ୍ କହିଛନ୍ତି। ବିମାନଟି ଏକ ଫୁଟବଲ୍ ପଡିଆରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଥିବା ବେଳେ ନିକଟସ୍ଥ ଏକ ବ୍ୟବସାୟିକ ପ୍ରତିଷ୍ଠାନର ଛାତରେ ଧକ୍କା ହୋଇ ବିଶାଳ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା।
ହର୍ଣ୍ଣାଣ୍ଡେଜ୍ କହିଛନ୍ତି ଯେ ଘରୋଇ ଜେଟ୍ରେ ଆଠ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ପଞ୍ଜୀକୃତ ହୋଇଥିଲେ। କିନ୍ତୁ ଦୁର୍ଘଟଣାର କିଛି ଘଣ୍ଟା ପରେ କେବଳ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ପରେ ଆଉ ୩ ଜଣଙ୍କ ମୃତଦେହ ମିଳିଥିଲା। ଅଗ୍ନିକାଣ୍ଡ ଯୋଗୁଁ ସେହି ପାଖ ଅଞ୍ଚଳର ପ୍ରାୟ ୧୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ତଦନ୍ତ ଚାଲିଛି।
Daily Horoscope 16th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 16th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Student Suicide Case: କ୍ୟାମ୍ପସ୍ ସୁଇସାଇଡ ମାମଲା , କିଟ୍ ଦାଖଲ କରିବ କଂପ୍ଲାଏନ୍ସ ରିପୋର୍ଟ

Additional Security Deposit: ଆଚମ୍ବିତ ବିଦ୍ୟୁତ୍ ଗ୍ରାହକ, ମାଲେମାଲ ଟାଟା ପାୱାର ...୩୦ ଦିନରେ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ପାଇଁ ନୋଟିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)