Advertisment

Joy Turns Into Tragedy: ସାଙ୍ଗ ହୋଇଆସିଥିଲେ ବୁଲିବାକୁ , ଚାଲିଥିଲା ମଜାମସ୍ତି ... ଗୋଟିଏ ସେକେଣ୍ଡରେ ସବୁ ଶେଷ

ସାଙ୍ଗ ହୋଇଆସିଥିଲେ ବୁଲିବାକୁ । ଚାଲିଥାଏ ମଜାମସ୍ତି । ପଥରଶଯ୍ୟାର ନୀଳ ଜଳରାଶିରେ ବୁଡି ଖୁସିରେ ବିଭୋର ହୋଇଯାଉଥାନ୍ତି ୫ ସାଙ୍ଗ । ହେଲେ ହଠାତ୍‌ ଯେମିତି ମାଡିଆସିଲା କାଳ । ଗୋଟିଏ ସେକେଣ୍ଡରେ ସବୁ ଶେଷ ।

author-image
Manas Ranjan Mohanty
Joy Turns Into Tragedy

Joy Turns Into Tragedy Photograph: (OTV)

ସାଙ୍ଗ ହୋଇଆସିଥିଲେ ବୁଲିବାକୁ । ଚାଲିଥାଏ ମଜାମସ୍ତି । ପଥରଶଯ୍ୟାର ନୀଳ ଜଳରାଶିରେ ବୁଡି ଖୁସିରେ ବିଭୋର ହୋଇଯାଉଥାନ୍ତି ୫ ସାଙ୍ଗ । ହେଲେ ହଠାତ୍‌ ଯେମିତି ମାଡିଆସିଲା କାଳ । ଗୋଟିଏ ସେକେଣ୍ଡରେ ସବୁ ଶେଷ । ଗାଧୋଉ ଗାଧୋଉ ୫ ସାଙ୍ଗଙ୍କ ଭିତରୁ ଜଣେ ଭାସିଯାଇଥିଲେ ପ୍ରଖର ଜଳସ୍ରୋତରେ । ଅଘଟଣ ପୂର୍ବର ଏହା ସେଇ ଶେଷ ଭିଡିଓ... ଦେଖନ୍ତୁ କେତେ ଖୁସିରେ ସମସ୍ତେ ଗାଧୋଉଥିଲେ । ହେଲେ କିଏ ବା ଜାଣିଥିଲା ଏ ଖୁସି ମାତ୍ର କ୍ଷଣିକ ପାଇଁ । 

Advertisment

ଦେଖିବା ପାଇଁ ଭିଡିଓ ଉପରେ କ୍ଲିକ କରନ୍ତୁ 


ସମସ୍ତେ ରାଉରକେଲା NITର ଛାତ୍ର । ସୁନ୍ଦରଗଡ଼ ଇବ୍‌ ନଦୀର ପଥରଶଯ୍ୟା କାହ୍ନାକୁଣ୍ଡରେ ଗାଧୋଉ ଥିବାବେଳେ ସେମାନଙ୍କ ଭିତରୁ ଜଣେ ଛାତ୍ର ଭାସି ଯାଇ ନିଖୋଜ ଅଛନ୍ତି । ତାଙ୍କର ନାଁ ଦୀପେଶ ପ୍ରଧାନ । 

ଦୀପେଶ ଘର ବରଗଡ଼ ଜିଲ୍ଲା ଡୁଙ୍ଗୁରୀ ଅଞ୍ଚଳରେ । ସେ ଏନଆଇଟିରେ ଗଣିତରେ ପିଏଚ୍‌ଡି କରୁଥିଲେ । ଗତ ଶନିବାର ଦିନ  ଦୀପେଶଙ୍କ ସମେତ ୫ ଜଣ ସାଙ୍ଗ ମିଶି ବୁଲିବାକୁ ଆସିଥିଲେ କାହ୍ନାକୁଣ୍ଡ । ଅନ୍ୟ ୪ ସାଙ୍ଗଙ୍କ ମଧ୍ୟରୁ ୨ଜଣ ଉତ୍ତରପ୍ରଦେଶ ଓ ଆଉ ୨ଜଣ ପଶ୍ଚିମବଙ୍ଗର ଥିଲେ । ଅପରାହ୍ନ ପ୍ରାୟ ୩ଟା ୫୦ଟା ହେବ, କାହ୍ନାକୁଣ୍ଡର ପଥରଶଯ୍ୟା ଭିତରେ ପଶି ସମସ୍ତେ ଗାଧୋଉଥିବା ବେଳେ ହଠାତ୍  ଘଟିଗଲା ଅଘଟଣ । ଅସାବଧାନତା ବଶତଃ ଦୀପେଶଙ୍କ ହାତ ପଥରରୁ ଖସି ଯାଇଥିଲା ଆଉ ଚାହୁଁ ଚାହୁଁ ସେ ପ୍ରଖର ଜଳସ୍ରୋତରେ ଭାସି ଯାଇଥିଲେ । ଚିତ୍କାର କରିଥିଲେ ସାଙ୍ଗମାନେ । ପାଟିଶୁଣି ସ୍ଥାନୀୟ ଲୋକେ ଦୌଡାଦୌଡି ହୋଇ ଆସିଥିଲେ ବି ଦୀପେଶଙ୍କୁ ବଞ୍ଚାଇ ପାରିନଥିଲେ । 

ଖବର ପାଇ ପୋଲିସ୍ ଟିମ୍‌ ସହ, ସବଡେଗା ଓ ବାଲିଶଙ୍କରା ଅଗ୍ନିଶମ ବାହିନୀ ଏବଂ ରାଉଲଡେଗାରୁ ବନ କର୍ମଚାରୀ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜଖୋଜି କରୁଛନ୍ତି । ଗୋଟିଏ ଦିନ ବିତିଗଲାଣି, ଏ ଯାଏଁ ମିଳିପାରିନି ଦୀପେଶଙ୍କ ପତ୍ତା । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Advertisment
Advertisment
Related Articles
Advertisment