/odishatv-khabar/media/media_files/2025/12/20/mahanadi-jubati-jharsuguda-2025-12-20-16-53-03.jpg)
MAHANADI-JUBATI-JHARSUGUDA Photograph: (OTV)
ଭଗବାନ ରକ୍ଷାକଲେ, କିଏ ବା ପ୍ରାଣ ନେବ? ଏହା ସମସ୍ତଙ୍କର ବିଶ୍ୱାସ। ଆଉ ଏ କାହାଣୀ ତାର ଛୋଟିଆ ଏକ ଝଲକ୍। ଚତୁର୍ଦ୍ଦିଗ ପାଣି ଆଉ ପାଣି। ତାରି ଭିତରେ ଛୋଟ ଏକ ମନ୍ଦିର, ସେଇ ମନ୍ଦିରକୁ ଜାବୁଡ଼ି ଧରିଛନ୍ତି ଯୁବତୀ ଜଣକ…
ମୃତ୍ୟୁଠାରୁ ଆଉ କେତେ ଦୂର? ଝାରସୁଗୁଡା ଓ ସମ୍ବଲପୁର କୁ ସଂଯୋଗ କରୁଥିବା ରମ୍ପେଲା ସେତୁରୁ ଯୁବତୀ ଜଣକ ପଡ଼ି ଯାଇଥିଲେ । ଅକାତକାତ ପାଣି ଭିତରେ କୌଣସିମତେ ମନ୍ଦିର ଦେଖି ପହଁରି ପହଁରି ସେଠାରେ ପହଞ୍ଚିଲେ ଆଉ ପ୍ରାଣ ବିକଳରେ ଜାବୁଡ଼ି ଧରିଲେ ।
ଯୁବତୀ ଜଣକ ହେଉଛନ୍ତି ସ୍ଥାନୀୟ ବ୍ରଜରାଜନଗର ଇଟାଭଟା ଅଞ୍ଚଳର ସାବିତ୍ରୀ ମେହେର। ହେଲେ ସେ ଏଠାକୁ କାହିଁକି ଆସିଥିଲେ, ସେତୁ ଉପରୁ ନଦୀ ଭିତରକୁ କେମିତି ପଡ଼ିଲେ ତାହା ଜଣା ନାହିଁ, କିଏ ଠେଲିଦେଲା ନା ଅସାବଧାନତାରୁ ପଡ଼ିଗଲେ ତାହା ବି ଜଣା ନାହିଁ। ଯୁବତୀ ଜଣକ ପ୍ରାଣ ବିକଳରେ ଚିତ୍କାର କରୁଥିବା ବେଳେ ବ୍ରିଜ୍ ଉପରେ ଯାଉଥିବା କିଛି ଲୋକ ଏହି ଭିଡିଓଟି କରିଛନ୍ତି। ଆଉ ଦୈବାତ୍ ସେଠାରେ ଏକ ମାଛଧରା ଡଙ୍ଗାଟି ଥିବାରୁ ତୁରନ୍ତ ସେଠାକୁ ଖେଦି ଯାଇ ଯୁବତୀଙ୍କୁ ଉଦ୍ଧାର କରିଛି। ବନହରପାଲି ପୋଲିସ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହିତ ତାଙ୍କ ଘରେ ଛାଡ଼ିଥିବା ଜଣା ପଡ଼ିଛି।
ଯୁବତୀ ଜଣକ ଭଗବାନଙ୍କୁ ଡାକିଡାକି ଯାଇ ଭଗବାନଙ୍କ ଆସ୍ଥାନରେ ଆଶ୍ରା ପାଇଲେ। ଏକପ୍ରକାର ନୂଆ ଜୀବନ ପାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଏହାରି ଭିତରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ପୋଲିସ୍ ଏ ସମ୍ପର୍କରେ କିଛି ଉଁଚୁଁ କରୁ ନ ଥିଲେ ବି ସନ୍ଦେହ କରାଯାଉଛି ପ୍ରେମବ୍ୟାପାରକୁ କେନ୍ଦ୍ର କରି ଯୁବତୀ ଜଣକ ନଦୀକୁ ଡେଇଁପଡ଼ିଛନ୍ତି।
Rajdhani Express Coaches Derail: ରାଜଧାନୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଏକାଧିକ ବଗି ଲାଇନଚ୍ୟୁତ

Severe Air Pollution Chokes Delhi: ଧୂଆଁ ଧୂଆଁ ରାଜଧାନୀ, ଅତି ନିମ୍ନ ସ୍ତରରେ ବାୟୁ ପ୍ରଦୂଷଣର ମାତ୍ରା

Man Alleges Assault By Pilot: ବିମାନବନ୍ଦରରେ ଗୁଣ୍ଡାଗର୍ଦ୍ଦି, ପାଇଲଟଙ୍କ ମାଡରେ ଯାତ୍ରୀ ଲହୁଲୁହାଣ

Pak Court Jails Ex-PM Imran & Bushra Bibi: ଇମ୍ରାନ ଖାନ୍ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ, ୧ କୋଟି ଜରିମାନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)