ବିଜୁ ଲିଗାସୀ କାଉଣ୍ଟର ପାଇଁ ମହତାବ୍ କାର୍ଡ ଖେଳୁଛି କି ଶାସକ ବିଜେପି । ଦିଲ୍ଲୀରୁ ରାଜ୍ୟସ୍ତର ଯାଏଁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀକୁ ପ୍ରଭାବୀ ଢଙ୍ଗରେ ପାଳନକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି । ବିଜେପି କହିଛି ବିଜେଡି ସରକାରରେ ଥିବା ବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଉନଥିଲା, ଆମେ ସେ ଧାରାରୁ ବାହାରକୁ ଆସୁଛୁ । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, ବିଜୁ-ମହତାବଙ୍କୁ ନେଇ ରାଜନୀତି ନହେଉ।
Published By: Satyendu Shekher Mishra
Last updated: 22 November 2024, 10:55 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।