Advertisment

Trump's New Plan: ଟ୍ରମ୍ପଙ୍କ ନୂଆ ପ୍ଲାନ୍; କହିଲେ ‘ହଁ ମୁଁ ପ୍ରସ୍ତୁତ’

ଯଦି ରୁଷିଆରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ଉପରେ ଆହୁରି ଅଧିକ ଦ୍ୱିତୀୟ ପର୍ଯ୍ୟାୟ ଶୁଳ୍କ ଲଗାଯାଏ, ତେବେ ରୁଷିଆର ଅର୍ଥନୀତି ଧ୍ୱଂସ ହୋଇଯିବ ବୋଲି ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ ଦାବି କରିଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Trump

Trump

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଉପରେ ଆହୁରି ପ୍ରତିବନ୍ଧକ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି। ଗତ କାଲି ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷ ପ୍ରଚଣ୍ଡ ଆକ୍ରମଣ କରିଥିବା ବେଳେ ଟ୍ରମ୍ପଙ୍କ ଏହି ଧମକ ଆସିଛି। ଗତ କାଲି କିଭ ଉପରେ ୮୦୦ ଡ୍ରୋନ୍ ଓ ୧୩ଟି କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ କ୍ୟାବିନେଟ୍ ଭବନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରୁଷ ଉପରେ ଆହୁରି ପ୍ରତିବନ୍ଧକ ଲଗାଇବା ପାଇଁ ଧମକ ଦେଇଛନ୍ତି।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯୁକ୍ରେନ ସହ ଯୁଦ୍ଧ କାରଣରୁ ରୁଷ ଉପରେ ଆହୁରି ଅଧିକ ପ୍ରତିବନ୍ଧକ ଲଗାଇବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କଲା ବେଳେ ସେ କହିଥିଲେ “ହଁ ମୁଁ ପ୍ରସ୍ତୁତ”। ତେବେ ସେ ଏହା ବ୍ୟତୀତ ଆଉ କିଛି କହି ନଥିଲେ। କିନ୍ତୁ ଆମେରିକା ରୁଷରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ ଅଧିକ ଟାରିଫ ଏବଂ ଅନ୍ୟାନ୍ୟ ଚାପ ସୃଷ୍ଟି କରିବା ଦିଗରେ ପ୍ରୟାସ କରିପାରେ।

ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ରୁଷରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ ଅଧିକ ଦ୍ୱିତୀୟ ପର୍ଯ୍ୟାୟ ଶୁଳ୍କ ଲଗାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ଏପରି କରିବା ଦ୍ବାରା ରୁଷର ଅର୍ଥନୀତିକୁ ଧ୍ୱଂସ କରାଯାଇ ପାରିବ। ଏହି ତାଲିକାରେ ଭାରତ ମଧ୍ୟ ଅଛି। କେବଳ ଏମିତି କଲେ ହିଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁକ୍ରେନ ସହ ଆଲୋଚନା କରିବା ପାଇଁ ବାଧ୍ୟ ହେବେ। ଆଲାସ୍କାରେ ପୁଟିନଙ୍କ ସହ ବୈଠକ ସତ୍ତ୍ୱେ, ଶାନ୍ତି ସ୍ଥାପନା ପାଇଁ ଟ୍ରମ୍ପଙ୍କ ମଧ୍ୟସ୍ଥତା ଏପର୍ଯ୍ୟନ୍ତ ସଫଳ ହୋଇ ନାହିଁ। ବାସ୍ତବରେ, ଏହା ପରେ ଯୁଦ୍ଧ ଆହୁରି ବୃଦ୍ଧି ପାଇଛି।

Advertisment

ଯୁଦ୍ଧ ଆରମ୍ଭ ହେବା ଠାରୁ ଆମେରିକା ଏବଂ ଇଉରୋପ ଉଭୟ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ବେ ବି ଭାରତ, ଚୀନ ସହ ଅନ୍ୟାନ୍ୟ ଦେଶ ମଧ୍ୟ ରୁଷଠାରୁ ଶସ୍ତାରେ ତେଲ କିଣୁଛନ୍ତି। ଯାହା ଦ୍ବାରା ରୁଷକୁ ରାଜସ୍ୱ ମିଳୁଛି।

ଅଧିକ ପଢନ୍ତୁ: ଗାଧୋଇବା ବେଳେ ଭିଡିଓ କରୁଥିଲେ ଶ୍ବଶୁର-ଦିଅର, ବିରୋଧ କରିବାରୁ ମାଡ ମାରିଲେ: ସାଂସଦଙ୍କ ଭଉଣୀଙ୍କ ସଙ୍ଗୀନ ଅଭିଯୋଗ

US President Donald Trump Russia Ukran War United States Of America
Advertisment
Advertisment