Advertisment

America’s Job Market: ଧିମା ପଡିଲାଣି ଆମେରିକାର ଶ୍ରମ ବଜାର; ବଢିଲା ଟ୍ରମ୍ପଙ୍କ ଚିନ୍ତା

ଆମେରିକାରେ ନିଯୁକ୍ତି କମିବା ସହ ବେକାରୀ ସମସ୍ୟା ବଢୁଛି। ଭାରତରୁ ଅନେକ ମାତ୍ରାରେ କଞ୍ଚାମାଲ ଆମେରିକା ଆମଦାନୀ କରୁଥିବା ବେଳେ ଆଗକୁ ସାଙ୍ଘାତିକ ଭାବେ କ୍ଷତି ସହିପାରେ।

author-image
Chinmayee Sahoo
ଅଦ୍ୟତନ ହୋଇଛି
America’s-Job-Market-Flashes

America’s-Job-Market-Flashes

ଧିମା ପଡିଲାଣି ଆମେରିକାର ଶ୍ରମ ବଜାର। କମୁଛି ନିଯୁକ୍ତି, ବଢୁଛି ବେକାରୀ ସମସ୍ୟା। ଏହାକୁ ଦେଖିଲେ, ଏକ ପ୍ରକାର ଲାଗୁଛି ଯେ, ଆମେରିକାର ଗରିବୀର ଦିନ ଆରମ୍ଭ ହୋଇଯାଇଛି। ଏହା ସିଧା ସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ। ଏହାକୁ ନେଇ ବଢିଯାଇଛି ଟ୍ରମ୍ପଙ୍କ ଚିନ୍ତା।

Advertisment

ଭାରତ ସମେତ ବିଶ୍ୱ ସହିତ ଖେଳୁଥିବା ଟାରିଫ ଯୁଦ୍ଧରେ ଆମେରିକାର ଶୋଚନୀୟ ଅବସ୍ଥା ହୋଇଛି। ଏହା ଦ୍ୱାରା ବାଣିଜ୍ୟ ସାଙ୍ଘାତିକ ଭାବରେ ପ୍ରଭାବିତ ହେଉଛି। ଆମେରିକା ଉପରେ ବଢୁଛି ଅର୍ଥନୈତିକ ବୋଝ। ଭୁଶୁଡ଼ିବାରେ ଲାଗିଲାଣି ଏହାର ଅର୍ଥନୀତି।

ଆମେରିକାର ଶ୍ରମ ବିଭାଗର ତାଜା ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଆମେରିକାର ଅର୍ଥନୀତିରେ ନିଯୁକ୍ତି ବୃଦ୍ଧି ହ୍ରାସ ପାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରତି ମାସରେ ହାରାହାରି ୮୫ ହଜାର ନୂଆ ନିଯୁକ୍ତି ଯୋଡାଯାଇଛି। ୨୦୨୪ ମସିହାରେ ଏହା ୧ ଲକ୍ଷ ୬୮ ହଜାର ଥିବା ବେଳେ ୨୦୨୧ ରୁ ୨୦୨୩ ମସିହାରେ ପ୍ରତି ମାସରେ ୪ ଲକ୍ଷ ନିଯୁକ୍ତି ଥିଲା।

Advertisment

ଏକ ସର୍ଭେରୁ ଜଣାପଡିଛି ଯେ ଆମେରିକାର ଶ୍ରମ ବଜାର ଥଣ୍ଡା ହେଉଛି ଏବଂ ନିଯୁକ୍ତିଦାତାମାନେ ବଡ଼ ପରିମାଣରେ କର୍ମଚାରୀଙ୍କୁ ନିଯୁକ୍ତି ଦେଉ ନାହାଁନ୍ତି।

ଏହା ଛଡା ୨୦୨୫ ଅଗଷ୍ଟ ସୁଦ୍ଧା, ନିଯୁକ୍ତିଦାତାମାନେ ପାଖାପାଖି ୯ ଲକ୍ଷ ଚାକିରି ଛଟେଇ ଘୋଷଣା କରିଥିଲେ, ଯାହା ୨୦୨୪ରେ ପାଖାପାଖି ୮ ଲକ୍ଷ ଥିଲା। ଏଥିରୁ ସ୍ପଷ୍ଟ ବୁଝାପଡେ ଆମେରିକାର ଚାକିରି ଅଭିବୃଦ୍ଧି ଦୁର୍ବଳ ହେବାରେ ଲାଗିଛି।

ଅନ୍ୟପକ୍ଷରେ ୫୦ ପ୍ରତିଶତ ଟାରିଫ କାରଣରୁ ସାଙ୍ଘାତିକ ଭାବେ କ୍ଷତି ସହିପାରେ ଆମେରିକା। କାରଣ ଭାରତରୁ ଅନେକ ମାତ୍ରାରେ କଞ୍ଚାମାଲ ଆମେରିକା ଆମଦାନୀ କରେ। ହେଲେ ଏବେ ଆମେରିକୀୟ କମ୍ପାନୀଗୁଡ଼ିକ କଞ୍ଚାମାଲ୍‌ ଠିକ୍‌ରେ ପାଇବେ ନାହିଁ କିମ୍ବା ନେବେ ନାହିଁ। କାରଣ ଟାରିଫ ବୃଦ୍ଧି ହେତୁ ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ବଢିଯିବ, ଯାହା ସେମାନଙ୍କର ଲାଭ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ସ୍ଥିତି ଏମିତି ହୋଇପାରେ ଆମେରିକାର ଅନେକ କମ୍ପାନୀ ବୁଡ଼ିଯାଇପାରେ। ଖାଲି ଏତିକି ନୁହେଁ ବରଂ ଭାରତର ପ୍ରତିଶୋଧମୂଳକ ଟାରିଫ୍ ଆମେରିକୀୟ ରପ୍ତାନୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଫଳରେ ଆମେରିକାର କୃଷକମାନେ ବି ସାଙ୍ଘାତିକ ଭାବରେ ପ୍ରଭାବିତ ହୋଇପାରନ୍ତି।

ଅଧିକ ପଢନ୍ତୁ: UNGAରେ ଯୋଗ ଦେବେନି ପ୍ରଧାନମନ୍ତ୍ରୀ ମୋଦି, ଭାରତକୁ ପ୍ରତିନିଧିତ୍ବ କରିବେ....

ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

United States Of America
Advertisment
Advertisment