/odishatv-khabar/media/media_files/2026/01/03/venezuela-2026-01-03-14-25-48.jpg)
Venezuela Photograph: (OTV)
ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ କଲା ଆମେରିକା। ରାଜଧାନୀ କାରାକାସ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିବାର ଶୁଣାଯାଇଛି। ଆମେରିକା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିବା ଆଶଙ୍କା କରାଯାଇଛି। ଭେନେଜୁଏଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ଟ୍ରମ୍ପ।
ଭେନେଜୁଏଲା ସାମରିକ ଘାଟିକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ଏହି ପରିସ୍ଥିତିରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ। ବିଳମ୍ବିତ ରାତିରେ ଏୟାର ଷ୍ଟ୍ରାଇକ୍ କରାଯାଇଥିବା ସୂଚନା ମିଳିଛି। ତେବେ ଏୟାର ଷ୍ଟ୍ରାଇକ୍ ନେଇ ଆମେରିକା ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
ଭେନେଜୁଏଲାର ସରକାର କହିଛନ୍ତି ଯେ, କାରାକାସ ବ୍ୟତୀତ, ଉପକୂଳବର୍ତ୍ତୀ ରାଜ୍ୟ ମିରାଣ୍ଡା, ଆରାଗୁଆ ଏବଂ ଲା ଗୁଆଇରା ମଧ୍ୟ ପ୍ରଭାବିତ ହୋଇଛି ।
କାରିବିଆନରେ କଥିତ ନିଶା ଚାଲାଣ ଜାହାଜ ଉପରେ ଆମେରିକାର ବିମାନ ଆକ୍ରମଣର କିଛି ମାସ ପରେ, ରାଷ୍ଟ୍ରପତି ଟ୍ରମ୍ପ ଭେନେଜୁଏଲାରେ ବାରମ୍ବାର ସ୍ଥଳ ଆକ୍ରମଣ ଧମକ ଦେବା ପରେ ସହରରେ ବିସ୍ଫୋରଣ ଘଟିଥିଲା।
Jagatsinghpur: ଅଡୁଆରେ ତିର୍ତ୍ତୋଲ IIC, ଥାନା ଅଧିକାରୀଙ୍କ ଦରମା ବନ୍ଦ

Odisha Tops Pollution Charts: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା, ଦେଶରେ ପ୍ରଥମ ସ୍ଥାନରେ ତାଳଚେର

Ama Bus Accident: ପୁଣି ଜୀବନ ନେଲା ଆମ ବସ୍, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା

State Govt to Install Smart Meters: ସ୍ମାର୍ଟ ମିଟର ଲଗାଇବେ ସରକାର, ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)