Advertisment

United States: H-1B ଭିସା ଫି’: ଦ୍ବନ୍ଦ ଦୂର କଲା ଆମେରିକା, ଜରୁରୀ ସହାୟତା ପାଇଁ ଭାରତୀୟ ଦୂତାବାସର ହେଲ୍ପଲାଇନ୍ ନମ୍ବର ଜାରି

ଯେଉଁମାନଙ୍କ ପାଖରେ H-1B ଭିସା ଅଛି, ସେମାନଙ୍କୁ ବର୍ଦ୍ଧିତ ଫି ଦେବାକୁ ପଡ଼ିବ ନାହିଁ। ସେମାନେ ପୂର୍ବ ଭଳି ଆମେରିକା ଆସିପାରିବେ ଏବଂ ବାହାରକୁ ଯାଇପାରିବେ। ଲାଗୁ ହୋଇଥିବା ନୂଆ ନିୟମ କେବଳ ନୂତନ ଆବେଦନ ଉପରେ ଲାଗୁ ହେବ।

author-image
Chinmayee Sahoo
H-1B Visa

H-1B Visa

H-1B ଭିସା ଉପରେ ଆମେରିକା ଲଗାଇଛି ବଡ଼ ଫି’। ସମସ୍ତ ମନରେ ପ୍ରଶ୍ନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ଭାରତୀୟଙ୍କ ଉପରେ କେତେ ମାତ୍ରାରେ ପ୍ରଭାବ ପକାଇବ। ନୂଆ ଫି' ହେଉଛି ଏକ ଲକ୍ଷ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୮୮ ଲକ୍ଷ ଟଙ୍କା । H-1B Visa ଉପରେ ଆମେରିକା ଏତେ ମାତ୍ରାରେ ଫି' ଲଗାଇବା ପରେ ଏହି ଭିସାରେ ରହୁଥିବା ଲୋକେ ଏବେ ଚିନ୍ତାରେ। ଏହାରି ଭିତରେ ସମସ୍ତ ଦ୍ବନ୍ଦକୁ ହ୍ବାଇଟ ହାଉସ ପକ୍ଷରୁ ଦୁର କରାଯାଇଛି। H-1B ଭିସା ପାଇଁ ଲାଗୁ ହୋଇଥିବା ଫି ବାର୍ଷିକ ନୁହେଁ ଗୋଟିଏ ଥର ଫି ଦେବାକୁ ପଡ଼ିବ। ଯାହାକି କେବଳ ନୂତନ ଆବେଦନ କ୍ଷେତ୍ରରେ ଲାଗୁ ହେବ।

Advertisment

ଯେଉଁମାନଙ୍କ ପାଖରେ ଏବେ H-1B ଭିସା ଅଛି, ସେମାନଙ୍କୁ ଏହି ବର୍ଦ୍ଧିତ ଫି' ଦେବାକୁ ପଡ଼ିବ ନାହିଁ । ସେମାନେ ପୂର୍ବ ଭଳି ଆମେରିକା ଆସିପାରିବେ ଏବଂ ବାହାରକୁ ଯାଇ ପାରିବେ। ଏବେ ଲାଗୁ ହୋଇଥିବା ନୂଆ ନିୟମ କେବଳ ନୂତନ ଆବେଦନ ଉପରେ ଲାଗୁ ହେବ। ଯେଉଁ ଲୋକମାନେ ଏବେ ଭାରତ ଯାଉଛନ୍ତି କିମ୍ବା ସେଠାରୁ ଆମେରିକା ଫେରୁଛନ୍ତି। ସେମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ। ସେମାନଙ୍କୁ ଫି ଦେବାର ଆବଶ୍ୟକତା ନାହିଁ ବୋଲି ହ୍ବାଇଟ୍ ହାଉସ୍ କହିଛି।

ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା H-1B ଭିସା ଫି’କୁ ଏକ ଲକ୍ଷ ଡଲାର କରାଯିବା ପରେ ଭିସାଧାରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଏପରି ପରିସ୍ଥିତିରେ ହ୍ୱାଇଟ୍ ହାଉସର ଜଣେ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି।

Advertisment

ଏହି ସମ୍ପର୍କରେ ଆମେରିକୀୟ ନାଗରିକତା ଏବଂ ଇମିଗ୍ରେସନ ସର୍ଭିସ (USCIS) ମଧ୍ୟ ଏକ୍ସରେ ପୋଷ୍ଟ କରି ନୂଆ ସୂଚନା ଦେଇଛି। USCIS ପୋଷ୍ଟରେ କହିଛି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ନୂଆ H-1B ଭିସା ଆବଶ୍ୟକତା କେବଳ ନୂଆ, ସମ୍ଭାବ୍ୟ ଆବେଦନଗୁଡ଼ିକ ଉପରେ ଲାଗୁ ହେବ, ଯେଗୁଡ଼ିକ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ୨୧ ସେପ୍ଟେମ୍ବର ୨୦୨୫ ପୂର୍ବରୁ ଦାଖଲ ହୋଇଥିବା ଆବେଦନଗୁଡ଼ିକ ପ୍ରଭାବିତ ହେବ ନାହିଁ।’

- ଏହି ୧ ଲକ୍ଷ ଡଲାର ଶୁଳ୍କ ବାର୍ଷିକ ନୁହେଁ, ବରଂ ଏକକାଳୀନ (one-time) ଶୁଳ୍କ, ଯାହା କେବଳ ନୂଆ H-1B ଆବେଦନ ଉପରେ ଲାଗୁ ହେବ।

- ଯେଉଁମାନଙ୍କ ପାଖରେ ପୂର୍ବରୁ H-1B ଭିସା ଅଛି ଏବଂ ସେମାନେ ବର୍ତ୍ତମାନ ଦେଶ ବାହାରେ ଅଛନ୍ତି, ସେମାନଙ୍କୁ ଆମେରିକାକୁ ପୁନଃପ୍ରବେଶ ପାଇଁ ଏହି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

- ବର୍ତ୍ତମାନର H-1B ଭିସାଧାରୀମାନେ ସାଧାରଣ ଭାବେ ଆମେରିକାକୁ ଆସିପାରିବେ ଏବଂ ଏହି ନୂଆ ଘୋଷଣାରୁ ସେମାନଙ୍କ ପୁନଃପ୍ରବେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

- ଏହି ନିୟମ କେବଳ ନୂଆ ଭିସା ଉପରେ ଲାଗୁ ହେବ, ନବୀକରଣ କିମ୍ବା ବର୍ତ୍ତମାନର ଭିସାଧାରୀଙ୍କ ଉପରେ ନୁହେଁ।

ଟ୍ରମ୍ପଙ୍କ ଏହି ଆକସ୍ମିକ ନିଷ୍ପତ୍ତିର ଆମେରିକାରେ କାମ କରୁଥିବା ଭାରତୀୟ ପ୍ରଫେସନାଲଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ଏହି ନୂଆ ଫି’ ୨୧ ସେପ୍ଟେମ୍ବର ରାତି ୧୨ଟା ୦୧ରୁ ଲାଗୁ ହେବ।

ଟ୍ରମ୍ପଙ୍କ ଏହି ଘୋଷଣା ପରେ ଆମେରିକାରେ H-1B ଭିସାଧାରୀ ଅନେକ ଭାରତୀୟ ଭାରତ ଆସିବା ଯୋଜନା ବାତିଲ କରିଦେଇଛନ୍ତି। କେହି କେହି ବିମାନବନ୍ଦରରୁ ଉଡ଼ାଣ ପୂର୍ବରୁ ଫେରିଯାଇଛନ୍ତି, ଆଉ ଯେଉଁମାନେ ପୂର୍ବରୁ ଭାରତରେ ଅଛନ୍ତି, ସେମାନେ ଯଥାଶୀଘ୍ର ଫେରିବାକୁ ଚେଷ୍ଟା କରୁଛନ୍ତି।

H-1B ଭିସା ତିନି ବର୍ଷ ପାଇଁ ଦିଆଯାଏ। ପରେ ଏହା ଆଉ ତିନି ବର୍ଷ ପାଇଁ ବୃଦ୍ଧି କରାଯାଇ ପାରେ। ଏହା ଭାରତୀୟ ଟେକ୍ନୋଲୋଜି ପ୍ରଫେସନାଲମାନେ ବେଶୀ ବ୍ୟବହାର କରିଥାଆନ୍ତି।

ଏହି ସମୟରେ ଆମେରିକାରେ ଥିବା ଭାରତୀୟ ଦୂତାବାସ ଜରୁରୀ ସହାୟତା ପାଇଁ ଭାରତୀୟ ନାଗରିକଙ୍କ ପାଇଁ ଏକ ମୋବାଇଲ ନମ୍ବର ଜାରି କରିଛି। ଦୂତାବାସ ଏକ୍ସରେ ପୋଷ୍ଟ କରି କହିଛି, ‘ଜରୁରୀ ସହାୟତା ଚାହୁଁଥିବା ଭାରତୀୟ ନାଗରିକମାନେ +1-202-550-9931 ନମ୍ବରରେ କଲ ଏବଂ ହ୍ୱାଟସଆପ କରିପାରିବେ।

H1B Visa United States Of America
Advertisment
Advertisment