/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757833729.jpg)
Indian-Beheaded-in-America
ଆମେରିକାର ଟେକ୍ସାସରେ ଜଣେ ୫୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ସେ ଏକ ମୋଟେଲରେ ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କ ନାଁ ଚନ୍ଦ୍ର ମୌଲି ନାଗମଲ୍ଲୈୟା ଆଉ ସେ ମୂଳତଃ କର୍ଣ୍ଣାଟକର ବାସିନ୍ଦା। ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମ୍ମୁଖରେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଅଭିଯୁକ୍ତ ଗୋଡେଇ ଗୋଡେଇ ଏକ କୁରାଢ଼ିରେ ତାଙ୍କୁ ଆକ୍ରମଣ କରିଛି ଆଉ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଛି।
ପୋଲିସର କହିବା ଅନୁଯାୟୀ, ହତ୍ୟା କରିଥିବା ଅଭିଯୁକ୍ତ କୋବୋସ୍-ମାର୍ଟିନ୍ ମଧ୍ୟ ସେହି ମୋଟେଲରେ କାମ କରନ୍ତି ଏବଂ ତାଙ୍କର ପୂର୍ବରୁ ଅପରାଧିକ ରେକର୍ଡ ଅଛି। କୁହାଯାଉଛି ଯେ ଏକ ଖରାପ ୱାସିଂ ମେସିନକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ଏତେ ବଢିଯାଇଥିଲା ଯେ ଅଭିଯୁକ୍ତ ଚନ୍ଦ୍ର ମୌଲିଙ୍କୁ ହତ୍ୟା କରିଦେଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଏହି ହତ୍ୟାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ଯେ ଅଭିଯୁକ୍ତ, ଚନ୍ଦ୍ର ମୌଲିଙ୍କ ପଛରେ ଗୋଡାଉଛି ଆଉ ଆକ୍ରମଣ କରୁଛି। ଏହି ସମୟରେ ତାଙ୍କ ପିଲା ଏବଂ ପତ୍ନୀ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆକ୍ରମଣକାରୀ କିଛି ନ ଶୁଣି ଚନ୍ଦ୍ର ମୌଲିଙ୍କୁ ବାରମ୍ବାର ଆକ୍ରମଣ କରିଚାଲିଛି।
ଏତିକିରେ ତା ରାଗ ଶାନ୍ତି ହେଉନି। ପରିବାରର ବାରମ୍ବାର କାକୁତି ମିନତି ପରେ ମଧ୍ୟ ସେ ତାଙ୍କ ମୁଣ୍ଡ କାଟି ଗଡେଇ ଦେଉଛି।
ଖାଲି ସେତିକି ନୁହେଁ, ମୁଣ୍ଡ କାଟିଦେଲା ପରେ ସେ ତାଙ୍କୁ ଗୋଇଠା ମାରି ଗଡେଇ ଦେଉଛି ଆଉ ଏହାକୁ ଧରି ଚାଲିଯାଉଛି। ଏହି ସବୁ ଦୃଶ୍ୟ ପୂରା ଅମାନୁଷିକ ଭଳି ଲାଗେ। ଲାଗେ ସତେ ଯେପରି ଏଠାରେ ମାନବିକତା ହାର ମାନିଛି।
ତେବେ ଆମେରିକାରେ ଭାରତୀୟଙ୍କ ହତ୍ୟା, ଏହା ପ୍ରଥମେ ନୁହେଁ। ଏହା ପୂର୍ବରୁ ମଧ୍ୟ ହରିୟାଣାର ୨୬ ବର୍ଷିୟ କପିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଜଣେ ଆମେରିକୀୟ ବ୍ୟକ୍ତିଙ୍କୁ ରାସ୍ତାରେ କଡରେ ପରିସ୍ରା କରିବାକୁ ମନା କରିବାରୁ ତାଙ୍କୁ ଗୁଳି ଖାଇବାକୁ ପଡିଥିଲା।
ତେବେ ଆମେରିକାରେ ଭାରତୀୟଙ୍କୁ ଏମିତି ବାରମ୍ବାର ହତ୍ୟା ଖବର ସାଧାରଣରେ ଆତଙ୍କ ସୃଷ୍ଟି କରୁଛି। ନିଜ ଘର, ପରିବାର ଆଉ ବାପାମାଆଙ୍କୁ ଛାଡି ଟଙ୍କା ରୋଜଗାର ପାଇଁ ଦୂର ଦେଶକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଭୟଭୀତ ପରିବେଶ ସୃଷ୍ଟି କରୁଛି ଆଉ ସେଠାକାର ପ୍ରଶାସନିକ ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)