Advertisment

ଆଉ ମାତ୍ର ୫ ମିଟର, ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ହାତରେ ଖୋଳା ଚାଲିଛି ଟନେଲ

ଉତ୍ତରକାଶୀ ଟନେଲରେ ୧୭ ଦିନରେ ରେସ୍କ୍ୟୁ ଅପରେସନ...ହାତରେ ଖୋଳା ଚାଲିଛି ଟନେଲ...ଏବେ ସୁଦ୍ଧା ଖୋଳା ସରିଲାଣି ପ୍ରାୟ ୫୨ ମିଟର....

author-image
Prangyan Parimita
ଅଦ୍ୟତନ ହୋଇଛି
Uttarakhand Tunnel Rescue Operation Live Updates

Tunnel Collapsed

ଆଉ ମାତ୍ର ୫ ମିଟରରେ ୪୧ ଜୀବନ। ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ବାକି ଅଛି ଆଉ ମାତ୍ର ୫ ମିଟର। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ସହ ଏ ନେଇ ସୂଚନା ଦେଇଛନ୍ତି। ଗତକାଲି ଠାରୁ ହାତରେ ଟନେଲ ଖୋଳା ଚାଲିଛି।

Advertisment

ଆର୍ମିର ରାଟ୍ ହୋଲ ମାଇନର୍ ମାନେ ଏହି କାମ କରୁଛନ୍ତି। ଏହି ସମୟରେ କୌଣସି ସମସ୍ୟା ହୋଇନଥିବା ସେ କହିଛନ୍ତି। ଗତକାଲିଠାରୁ ହାତରେ ୨ ମିଟରରୁ ଅଧିକ ଲମ୍ବର ସୁଡ଼ଙ୍ଗ ଖୋଳା ହୋଇଛି। ମୋଟ ୫୨ ସରିଲାଣି ସୁଡ଼ଙ୍ଗ ଖୋଳା କାମ। ଆଉ ମାତ୍ର ୫ ମିଟର ଥିବାରୁ ଆଜି ରାତି ଭିତରେ ହିଁ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ନେଇ ଆଶା ପ୍ରକାଶ ପାଇଛି ।..

ଅଧିକ ପଢ଼ନ୍ତୁ: କାହାକୁ କହନ୍ତି ରାଟ୍-ହୋଲ୍ ମାଇନର୍ ? ସେମାନେ କିପରି କରନ୍ତି ଖନନକାର୍ଯ୍ୟ ?

Advertisment

ସେପଟେ ଅନ୍ୟ ବିକଳ୍ପ ଭାବେ ପାହାଡ଼ ଉପରୁ ମଧ୍ୟ ଭର୍ଟିକାଲ ଡ୍ରିଲିଂ ଚାଲିଛି। ଭର୍ଟିକାଲ୍ ଡ୍ରିଲିଂ ୪୪ ମିଟର ଯାଏଁ ଖୋଳା ସରିଛି। ଏହି ପଦ୍ଧତିରେ ୮୬ ମିଟର ଖୋଳିବାକୁ ପଡ଼ିବ ଓ ଏଥିପାଇଁ ମଧ୍ୟ ୩ ଦିନ ଲାଗିପାରେ। ତେବେ ହରିଜଣ୍ଟାଲ ଡ୍ରିଲିଂକୁ ଆଉ ମାତ୍ର ୫ ମିଟର ଥିବାରୁ ଉଦ୍ଧାର ଆଶା ଉଜ୍ଜ୍ୱଳ ହୋଇଛି।...

ସେପଟେ ଗତକାଲି ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସହ କଥା ହୋଇ ସେମାନଙ୍କ ଅବସ୍ଥା ପଚାରି ବୁଝିଥିଲେ। ସେହିପରି ସେମାନଙ୍କୁ ଖାଦ୍ୟ ସହ ଆଉ କି କି ସୁବିଧା ଯୋଗାଇଦିଆଯାଉଛି ତା’ର ସମୀକ୍ଷା କରିଥିଲେ।

Rescue Operation Tunnel Collapsed
Advertisment
Advertisment