Advertisment

ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: କିଛି କ୍ଷଣର ଅପେକ୍ଷା, ବାହାରିବେ ୪୧ ଶ୍ରମିକ

ବିଦେଶୀ ଟନେଲ୍‌ ଏକ୍ସପର୍ଟ କ୍ରିସ୍ କୁପରଙ୍କ ବଡ଼ ସୂଚନା... ଆମେ ଏବେ ଖୋଳା ଜାରି ରଖିଛୁ, ଆଉ କିଛି ମିଟର ବାକି ଅଛି’

author-image
Prangyan Parimita
ଅଦ୍ୟତନ ହୋଇଛି
Uttarakhand Tunnel Rescue Operation Live Updates

Rescue Operation

ଆଉ ମାତ ୨ରୁ ତିନି ମିଟର ଦୂରରେ ୪୧ ଜୀବନ।  ଆଉ କିଛି ସମୟ ପରେ ଫସିଥିବା ଶ୍ରମିକଙ୍କ  ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ବାକି ଅଛି ଆଉ ମାତ୍ର ୨ରୁ ୩ମିଟର ବାକି ରହିଛି ।

Advertisment

ଗତକାଲିଠାରୁ  ହାତରେ ଟନେଲ  ଖୋଳା ଚାଲିଛି। ଆର୍ମିର ରାଟ୍ ହୋଲ ମାଇନର୍ ମାନେ ଏହି କାମ କରୁଛନ୍ତି। ଏଯାଏଁ ୫୫. ୩ ମିଟର ଖୋଳାଗଲାଣି। ସଂନ୍ଧ୍ୟା ସୁଦ୍ଧା କିଛି ଫଳାଫଳ ମିଳିପାରେ ବୋଲି ଟନେଲ ଏକ୍ସପର୍ଟ କ୍ରିସ କୁପର ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପହଞ୍ଚି ଲଗାତର ସ୍ଥିତିର ସମୀକ୍ଷା କରୁଛନ୍ତି । ....  

Advertisment

ସେପଟେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପରେ ତୁରନ୍ତ ମେଡିକାଲ ନେବା ପାଇଁ ଟନେଲ ବାହାରେ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ଟିମ୍ ମହଜୁଦ ରଖାଯାଇଛି । ଦୀର୍ଘଦିନ ଧରି ସେମାନେ ଟନେଲ ଭିତରେ ଫସି ରହିଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କିପରି ଥିବ ତାହା 
ଜଣାପଡିନାହିଁ । ତେଣୁ ଶ୍ରମିକମାନଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇବାପାଇଁ ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯିବ। ... 

ଅନ୍ୟପଟେ ରେସ୍କ୍ୟୁ ଅପରେସନରେ ସଫଳତା ପାଇଁ ସ୍ଥାନୀୟ ଲୋକଙ୍କ ନାଗ ଦେବତାଙ୍କୁ ପ୍ରାର୍ଥନା କରୁଛନ୍ତି । ଫଶିଥିବା ଶ୍ରମିକଙ୍କ ଶୁଭ ମନାସି ନାଗ ଦେବତାଙ୍କୁ ପୂଜା ସହ ଖୁବଶୀଘ୍ର ସଫଳତା ମିଳିବ ବୋଲି ଆଶାବାଦୀ ଅଛନ୍ତି ସ୍ଥାନୀୟ ମହିଳାମାନେ.. । .

Rescue Operation Tunnel Collapsed
Advertisment
Advertisment