Advertisment

କାହାକୁ କହନ୍ତି ରାଟ୍-ହୋଲ୍ ମାଇନର୍ ? ସେମାନେ କିପରି କରନ୍ତି ଖନନକାର୍ଯ୍ୟ ?

ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ କି? ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ଏହି ୨ ଡଜନ୍ ରାଟ୍-ହୋଲ୍ ମାଇନର୍ କରିଦେଖାଇବେ ତ ?

author-image
Prangyan Parimita
ଅଦ୍ୟତନ ହୋଇଛି
What is Rat Hole Mining

Uttarkashi tunnel collapse

ଆଉ ୫-୬ ମିଟର ପରେ ଫସିଥିବା  ଶ୍ରମିକଙ୍କ ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍ ।  ଗଲା ୧୭ ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ। ତେବେ ବର୍ତ୍ତମାନ ଉତ୍ତରକାଶୀ ଟନେଲ୍ ରେସ୍କ୍ୟୁ ଅପରେସନରେ ଏବେ ମୁଖ୍ୟତଃ ରାଟ୍-ହୋଲ୍ ମାଇନର ମାନେ ହିଁ ଭରସା। ସେମାନଙ୍କ କାନ୍ଧରେ ୪୧ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ। ହେଲେ କାହାକୁ କହନ୍ତି ରାଟ୍-ହୋଲ୍ ମାଇନର୍ ବା ରାଟ୍-ମାଇନର୍ ? ସେମାନେ କିପରି କରନ୍ତି ଖନନକାର୍ଯ୍ୟ ?

Advertisment

ସୂଚନା ଅନୁସାରେ, ରାଟ୍-ହୋଲ୍ ମାଇନିଂ ବା ଓଡ଼ିଆରେ କହିଲେ ମୂଷା ଗାତ ଭଳି ଖଣି ଖୋଳା ହେଉଛି କୋଇଲା ଉତ୍ତୋଳନର ଏକ ଅତି ପୁରୁଣାପଦ୍ଧତି। ଏଥିରେ ଯେଉଁମାନେ ସିଦ୍ଧହସ୍ତ, ସେମାନଙ୍କୁ କହନ୍ତି ରାଟ୍-ହୋଲ୍ ମାଇନର୍ ବା ରାଟ୍ ମାଇନର୍। ବିନା କୌଣସି ଯନ୍ତ୍ର ବ୍ୟବହାରରେ, ହାତରେ ପଥର ଖୋଳିଖୋଳି ଅତି ସଂକୀର୍ଣ୍ଣ ଗର୍ତ୍ତ ବା ସୁଡ଼ଙ୍ଗ ତିଆରି କରନ୍ତି ରାଟ୍-ହୋଲ୍ ମାଇନର୍। ବ୍ୟବହାର ହୁଏ କେବଳ ଗଇଁତି, ବେଲଚା ଓ ଝୁଡ଼ି। ଏହା ଖୁବ୍ ମନ୍ଥର ଓ ଶ୍ରମବହୁଳ କାର୍ଯ୍ୟ। ଏହି ଗର୍ତ୍ତ ଭିତର ଦେଇ କେବଳ ଜଣେ ଲୋକ ଯାଇପାରିବ।

ମୁଖ୍ୟତଃ ମେଘାଳୟରେ ପୂର୍ବରୁ ଏହି ପଦ୍ଧତିରେ କୋଇଲା ବାହାର କାରାଯାଉଥିଲା। ଏବେ ରାଟ୍-ହୋଲ୍ ମାଇନରଙ୍କ ଉପରେ ଏବେ ନ୍ୟସ୍ତ ହୋଇଛି ଉତ୍ତରକାଶୀ ଟନେଲ୍ ଅପରେସନର ଗୁରୁତ୍ୱର୍ଣ୍ଣ କାର୍ଯ୍ୟ। ସିଲକ୍ୟାରା ପଟୁ ବାକି ଥିବା ୧୦ରୁ ୧୨ ମିଟର ପଥର ଖୋଳିବା ପାଇଁ ୨୪ ଜଣ ରାଟ୍-ମାଇନର୍ ୩ଟି ସିଫ୍ଟରେ କାର୍ଯ୍ୟ କରିବେ। ଅର୍ଥାତ୍ ପ୍ରତି ସିଫ୍ଟରେ ୮ଜଣ ଲେଖାଏଁ ଖନନକାରୀ ୨୪ ଘଣ୍ଟା କାମ ଜାରି ରଖିବେ। ଏହି ପ୍ରକ୍ରିୟା ବି ଖୁବ୍ ଜଟିଳ ହେବାକୁ ଯାଉଛି। କାରଣ ମାଇନରମାନଙ୍କୁ ୮ଶହ ମିଲିମିଟର ଓସାରର ପାଇପରେ ପଶି ପଥର ଖୋଳିବାକୁ ପଡ଼ିବ ଏବଂ ବାହାରୁଥିବା ପଥରଖଣ୍ଡକୁ ଝୁଡ଼ିରେ ଆଣି ବାହାରେ ପକାଇବାକୁ ପଡ଼ିବ।

Advertisment

ତେବେ ସେମାନେ ପୂର୍ବରୁ ୬ଶହ ମିଲିମିଟର ଓସାର ଗାତରେ ପଶି ଖଣି ଖୋଳିଥିବା ପ୍ରକାଶ କରିଛନ୍ତି। ଏହି ମାଇନରମାନଙ୍କୁ ହେଲମେଟ, ୟୁନିଫର୍ମ,ମାସ୍କ ଓ ଚଷମା ଆଦି ପ୍ରଦାନ କରାଯାଇଛି। ଜଣେ ରାଟ୍ ମାଇନର୍ କରିଛନ୍ତି ଯେ, ଯଦି ଆଗକୁ ମାଟି ଥାଏ ତେବେ ୧୦ ମିଟର ଖୋଳିବାକୁ ସେମାନଙ୍କୁ ୨୪ ଘଣ୍ଟା ଲାଗିବ। ବାଟରେ ପଥର ପଡ଼ିଲେ ୩୬ ଘଣ୍ଟା କିମ୍ବା ତାଠୁ ଅଧିକ ସମୟ ଲାଗିପାରେ। ସୂଚନା ଯୋଗ୍ୟ ଯେ, ରାଟ୍-ହୋଲ୍ ମାଇନିଂ ଖୁବ୍ ବିପଦପୂର୍ଣ୍ଣ ଓ ପରିବେଶ ଦୃଷ୍ଟିରୁ ଅସୁରକ୍ଷିତ ହୋଇଥିବାରୁ, ୨୦୧୪ରେ ଏହି ପଦ୍ଧତିକୁ ବ୍ୟାନ୍ କରିଥିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ବା NGT।

ତେବେ ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ କି? ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ଏହି ୨ ଡଜନ୍ ରାଟ୍-ହୋଲ୍ ମାଇନର୍ କରିଦେଖାଇବେ ତ ? ଏହା ଉପରେ ସାରା ଦେଶର ନଜର ରହିଛି ।...

Rescue Operation Tunnel Collapsed
Advertisment
Advertisment