• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା କରୁଛନ୍ତି ସରକାର । ଯଦି ଏପରି ହୁଏ, ତେବେ ଅନାଦେୟ ଫାଇନ୍ ଗଣିବାକୁ ଥିବା ଗାଡ଼ି ମାଲିକଙ୍କ ଜରିମାନା ରାଶି ଅନେକାଂଶରେ କମିଯିବା ଅନୁମାନ କରାଯାଉଛି । E-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ ଅର୍ଥ ପେମେଣ୍ଟ କରିନଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ବଡ଼ ନିସ୍ତାର ।

ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି ୧୨ ଶହ ୧୫ କୋଟି ଟଙ୍କା । ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ । ଏତେ ପରିମାଣର ଅନାଦେୟ ଜରିମାନା ଅର୍ଥ ଆଦାୟ କରିବାକୁ ଏବେ ୱାନ୍ ଟାଇମ୍ ସେଟେଲମେଣ୍ଟ ବା OTS ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର ।

ଅଧିକ ପଢ଼ନ୍ତୁ: କ୍ରୁରତାର ସବୁ ସୀମା ଟପିଲେ କଳାକାର; ମଞ୍ଚ ଉପରେ ଖାଇଲେ ଜୀଅନ୍ତା ଘୁଷୁରି  

ଯାହାକୁ ସ୍ୱାଗତ କରିଛନ୍ତି ଗାଡ଼ି ମାଲିକ । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଗଲା ୪ ବର୍ଷରେ ଇ-ଚାଲାଣ ବାବଦକୁ ଅର୍ଥକୁ OTS ଜରିଆରେ ଆଦାୟ କରାଯିବା ପରେ ନିୟମ କଡ଼ାକଡ଼ି ହେବ । ପରବର୍ତ୍ତୀ ସମୟରେ ଅର୍ଥ ଆଦାୟ ପାଇଁ କୋର୍ଟରୁ ସମନ ମଧ୍ୟ ପହଞ୍ଚିବ । ପରିବହନ ବିଭାଗ ତଥ୍ୟ କହୁଛି ୨୦୨୦ରୁ ଚଳିତ ବର୍ଷ ମେ ମାସ ଭିତରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୫୬ ଲକ୍ଷ ୮୧ ହଜାର ୯୯୩ଟି ଇ-ଚାଲାଣ କଟାଯାଇଥିଲା ।

ସେ ଭିତରୁ ଏବେ ବି ୨୯ ଲକ୍ଷ ୭୭ ହଜାର ୭୧୮ଟି ଚାଲାଣ ବାବଦକୁ ଜରିମାନା ଅର୍ଥ ଆଦାୟ ହୋଇପାରିନି । ଯାହା ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେପଟେ ଏତେ ପରିମାଣରେ ଇ-ଚାଲାଣ କେମିତି କଟାଗଲା ଏବଂ ଚାଲାଣ ବାବଦକୁ ଜରିମାନା ଅର୍ଥ କାହିଁକି ଅନାଦେୟ ରହିଲା, ତାର କାରଣ ଦର୍ଶାଇଛନ୍ତି ସଡ଼କ ସୁରକ୍ଷା କର୍ମୀ ।

ତାଙ୍କ ମତରେ ଦୁର୍ଘଟଣା ରୋକିବାକୁ ପରିବହନ ଓ ପୋଲିସ ବିଭାଗ କେବଳ ଗାଡ଼ି ଚାଳକଙ୍କଠାରୁ ଫାଇନ୍ କାଟିବାକୁ ହିଁ ମୁଖ୍ୟ କାମ ଭାବି ନେଇଥିଲେ । ଏ ଭିତରେ ବହୁ ସଂଖ୍ୟାରେ ଫାଇନ ଅନାବଶ୍ୟକ ଭାବେ କଟାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରେମିକା ଦେଲା ପ୍ରେମର ପ୍ରମାଣ; ନୂଆ ପ୍ରେମିକକୁ ଖୁସି କରିବାକୁ ପୂର୍ବତନ ପ୍ରେମିକକୁ ଏସିଡ୍ ଫିଙ୍ଗିଲା 

OTV is now on Whatsapp

Join and get latest news update delivered to you via whatsapp

Join Now