Advertisment

Demand for Bharat Ratna to Virat Kohli: ବିରାଟ କୋହଲିଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଏହି ଷ୍ଟାର କ୍ରିକେଟର

ନିକଟରେ ଟେଷ୍ଟ କ୍ରିକେଟରୁ ଅଲବିଦା ନେଇଥିବା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳୁ ବୋଲି ଦାବି କରିଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ସୁରେଶ ରାଇନା । ଷ୍ଟାର ସ୍ପୋର୍ଟସ୍‌ର ଏକ ଶୋ'ରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Virat Kohli

Virat Kohli

ଭାରତୀୟ କ୍ରୀଡା ଇତିହାସରେ କେବଳ ଜଣେ ଖେଳାଳୀ ହିଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ହେଉଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ସଚିନ ତେନ୍ଦୁଲକର । ୨୦୧୪ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ସେ ସମ୍ମାନିତ ହୋଇଥିଲେ । ତାଙ୍କ ପୂର୍ବରୁ କିମ୍ବା ତାଙ୍କ ପରେ କୌଣସି ଖେଳାଳୀ ଏହି ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇ ନାହାନ୍ତି । 

Advertisment

ବର୍ତମାନ ଭାରତର ଆଉ ଜଣେ ପୂର୍ବତନ ଷ୍ଟାର କ୍ରିକେଟର ସୁରେଶ ରାଇନା ବିରାଟ କୋହଲିଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି । ଭାରତୀୟ କ୍ରିକେଟ ପ୍ରତି କୋହଲିଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସମ୍ମାନ ମିଳିବା ଉଚିତ ବୋଲି ସେ କହିଛନ୍ତି । ‘‘ବିରାଟ କୋହଲି ଯେତେ ଉପଲବ୍ଧି ହାସଲ କରିଛନ୍ତି, ଭାରତ ଓ ଭାରତୀୟ କ୍ରିକେଟ ପାଇଁ ସେ ଯାହା ବି କରିଛନ୍ତି, ସେଥିପାଇଁ ତାଙ୍କୁ ଭାରତ ରତ୍ନ ମିଳିବା ଉଚିତ୍ । ଭାରତ ସରକାର ତାଙ୍କୁ ଭାରତ ରତ୍ନ ଦେବା ଆବଶ୍ୟକ । ’’ ଷ୍ଟାର ସ୍ପୋର୍ଟସ୍‌ର ଏକ ଶୋ'ରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି ।

ଅଧିକ ପଢ଼ନ୍ତୁ: ଖୁସି ଖବର; ଆଜିଠୁ ପୁଣି ଖେଳାଯିବ ସ୍ଥଗିତ IPL ମ୍ୟାଚ୍

ସୂଚନା ଯୋଗ୍ୟ, ବିରାଟ କୋହଲି ଗତ କିଛି ଦିନ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କୋହଲି ୧୨୩ଟି ଟେଷ୍ଟ ମ୍ୟାଚ ଖେଳି ୯୨୩୦ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୩୦ଟି ଶତକ ହାସଲ କରିଛନ୍ତି । ଗତ ବର୍ଷ ଟି-୨୦ ଅନ୍ତର୍ଜାତୀୟକୁ ଅଲବିଦା କହିଥିବା ବେଳେ ଏବେ କେବଳ ଦିନିକିଆ ହିଁ ଖେଳିବେ । ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଥିଲେ ଯେ, ‘‘ମୁଁ ଏବେ ଏହି ଫର୍ମାଟରୁ ଅବସର ନେବାକୁ ଯାଉଛି । ଏହା ସହଜ ନୁହେଁ । କିନ୍ତୁ ମୁଁ ଠିକ୍ ଭାବୁଛି । ମୁଁ ମୋର ସର୍ବୋତ୍ତମ ଦେଇଛି ଏବଂ ଏହା ମୋତେ ଅଧିକ ଦେଇଛି । କୃତଜ୍ଞତା ଭରା ହୃଦୟରେ ବିଦାୟ ନେଉଛି ।’’

Advertisment

କୋହଲିଙ୍କ ବ୍ୟତୀତ ଗତ ଡିସେମ୍ବର ୨୦୨୪ରେ ରବିଚନ୍ଦ୍ରନ ଅଶ୍ୱିନୀ ଓ ଗତ ସପ୍ତାହରେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିଲେ ।

ଅଧିକ ପଢ଼ନ୍ତୁ: ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ; ଜାଭେଲିନ୍ ଥ୍ରୋରେ ୯୦ ମିଟର ପାର କଲେ

Virat Kohli Test Match Cricket Suresh Raina
Advertisment
Advertisment