Advertisment

Virat Kohli: ବଢିଲା କଳ୍ପନା, ଆରମ୍ଭ ହେଲା ଚର୍ଚ୍ଚା: ଧଳା ଜର୍ସି ପିନ୍ଧି ପୁଣି କମାଲ୍‌ କରିବେ କି ରନ୍‌ ମେସିନ୍‌ ?

କୋହଲି ତାଙ୍କର ଟେଷ୍ଟ ଅବସର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ପୁଣି ଧରେ ଧଳା ଜର୍ସି ପିନ୍ଧି ପଡ଼ିଆକୁ ଆସନ୍ତୁ । ଏମିତିକି ଏଥର ଆର୍‌ସିବି ଯଦି ଆଇପିଏଲ୍‌ ଟ୍ରଫି ଜିତେ କୋହଲି ଅବସର ନେବା ଉଚିତ୍ ନୁହେଁ। ଏମିତି ବଡ଼ ବୟାନ ଦେଇଛନ୍ତି ପୂର୍ବତନ ବିସିସିଆଇ କୋଷାଧ୍ୟକ୍ଷ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ବର୍ତ୍ତମାନର ଅଧ୍ୟକ୍ଷ ଅରୁଣ ଧୂମଲ୍  ।

author-image
Sujit kumar Swain
ଅଦ୍ୟତନ ହୋଇଛି
Virat Kohli Asked To Reconsider Test Retirement Once Again

Virat Kohli Asked To Reconsider Test Retirement Once Again

ପୁଣି ଟେଷ୍ଟ ଟିମ୍‌କୁ ଫେରିବେ କି ବିରାଟ ? ଧଳା ଜର୍ସି ପିନ୍ଧି ପୁଣି ପଡ଼ିଆରେ କମାଲ୍‌ କରିବେ କି ରନ୍‌ ମେସିନ୍‌ ? ବଢିଲା କଳ୍ପନା, ଆରମ୍ଭ ହେଲା ଚର୍ଚ୍ଚା । କଳ୍ପନା ଓ ଚର୍ଚ୍ଚା ହେବା ସ୍ୱାଭାବିକ । କାରଣ ଘଟଣା ହିଁ ସେମିତି ଘଟିଛି...ଆସନ୍ତୁ ଜାଣିବା କାହିଁକି ଏମିତି ପୁଣି ଚର୍ଚ୍ଚା ହେଉଛି...

Advertisment

କୋହଲି ତାଙ୍କର ଟେଷ୍ଟ ଅବସର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ପୁଣି ଥରେ ଧଳା ଜର୍ସି ପିନ୍ଧି ପଡ଼ିଆକୁ ଆସନ୍ତୁ । ଏମିତିକି ଏଥର ଆର୍‌ସିବି ଯଦି ଆଇପିଏଲ୍‌ ଟ୍ରଫି ଜିତେ କୋହଲି ଅବସର ନେବା ଉଚିତ୍ ନୁହେଁ। ଏମିତି ବଡ଼ ବୟାନ ଦେଇଛନ୍ତି ପୂର୍ବତନ ବିସିସିଆଇ କୋଷାଧ୍ୟକ୍ଷ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ବର୍ତ୍ତମାନର ଅଧ୍ୟକ୍ଷ ଅରୁଣ ଧୂମଲ୍  ।

ତେବେ ବଡ଼ କଥା ହେଲା ବିରାଟ କୋହଲି ଗତ ମାସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଟେଷ୍ଟରେ ଅବସର ଘୋଷଣା କରିଥିଲେ। ଅଷ୍ଟ୍ରେଲିଆରେ ବିପକ୍ଷରେ ଖରାପ ସିରିଜ ପରେ, ବିରାଟ ଆଉ ଟେଷ୍ଟ ଫର୍ମାଟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଫର୍ମକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଫାଇନ ଭରିବେ ସମସ୍ତ ଲକ୍ଷ୍ନୌ ଖେଳାଳି

ଅରୁଣ ଧୂମଲ୍ ଆହୁରି କହିଛନ୍ତି ଯେ,"ବିରାଟ ହେଉଛନ୍ତି କ୍ରିକେଟ ଜଗତର ମହାନ ଖେଳାଳି । IPLର ଗତ ୧୮ଟି ସଂସ୍କରଣରେ ସେ ଯେଉଁ ପ୍ରକାରର ପ୍ରତିବଦ୍ଧତା ଦେଖାଇଛନ୍ତି, ମୁଁ କହିବି ଯେ ରୋଜର ଫେଡେରର ଟେନିସ ପାଇଁ ଯେମିତି ସେହିପରି କ୍ରିକେଟ୍ ପାଇଁ ହେଉଛନ୍ତି ବିରାଟ । ତେଣୁ ମୁଁ ଚାହିଁବି ଯେ ସେ IPL ଖେଳିବା ଜାରି ରଖନ୍ତୁ ଓ ସେ ଟେଷ୍ଟ କ୍ରିକେଟରୁ ଅବସର ନେବା ନିଷ୍ପତ୍ତିର ପୁନର୍ବିଚାର ମଧ୍ୟ କରନ୍ତୁ।"

ଅନ୍ୟପଟେ ଆଇପିଏଲ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ୮ ୱିକେଟ୍‌ରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଆରସିବି । ସେପଟେ ୨୦୧୬ ପରେ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି ବେଙ୍ଗାଲୁରୁ । ଶେଷ ଥର ପାଇଁ ୨୦୧୬ ଆଇପିଏଲ ଫାଇନାଲକୁ ଯାଇଥିଲା ଆରସିବି । କିନ୍ତୁ ଫାଇନାଲ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦଠାରୁ ପରାଜୟ ବରଣ କରିଥିଲା । ଆଉ ଏବେ ୯ ବର୍ଷ ପରେ ପୁଣି ଥରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ବେଙ୍ଗାଲୁରୁ । ତେବେ ଏହା ପୂର୍ବରୁ ୨୦୦୯ ଓ ୨୦୧୧ ମସିହାରେ ମଧ୍ୟ ଆଇପିଏଲ ଫାଇନାଲରେ ଆରସିବି ପ୍ରବେଶ କରିଥିବା ବେଳେ ଉଭୟ ମ୍ୟାଚ୍‌ରେ ପରାଜୟର ସ୍ୱାଦ ଚାଖିଥିଲା ।

Virat Kohli Test Match
Advertisment
Advertisment