Advertisment

England vs India: ଓଭାଲ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ; ଡ୍ର ହେଲା ସିରିଜ...

ଓଭରଟନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ ରନ୍‌ରେ ଭାରତର ରୋମାଞ୍ଚକର ବିଜୟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
England vs India 5th Test India won by 6 runs

England vs India 5th Test India won by 6 runs

ଓଭାଲ୍ ଟେଷ୍ଟ ଜିତିଲା ଭାରତ। ଇଂଲଣ୍ଡ ବିପକ୍ଷ ରୋମାଞ୍ଚକର ଲଢ଼େଇରେ ୬ ରନରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ଶେଷ ଟେଷ୍ଟ ଜିତିବା ସହ ସିରିଜ ଡ୍ର ହୋଇଛି। ୫ ଟିକିଆ ଟେଷ୍ଟ ସିରିଜକୁ ୨-୨ରେ ଡ୍ର କରିଛି ଭାରତ। ଦ୍ବିତୀୟ ଇନିଂସରେ ଇଂଲିଶ ବାହିନୀ ପାଇଁ ଘାତକ ହୋଇଥିଲେ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ। ପ୍ରସିଦ୍ଧ କ୍ରିଷ୍ଣା ୪ ଓ ମହମ୍ମଦ ସିରାଜ ନେଇଥିଲେ ୫ଟି ୱିକେଟ।

Advertisment

ଇଂଲଣ୍ଡ ଆଗରେ ୩୭୪ ରନ୍ ଟାର୍ଗେଟ ଦେଇଥିଲା ଗିଲ୍ ବାହିନୀ। ଜବାବରେ ୩୬୭ ରନରେ ଅଲଆଉଟ୍ ହେଲା ଇଂଲଣ୍ଡ। ଶେଷ ଦିନରେ ଜିତିବା ପାଇଁ ଇଂଲଣ୍ଡକୁ ୩୫ ରନ୍ ଆବଶ୍ୟକ ଥିଲା। ଭାରତର ଦରକାର ଥିଲା ୪ ୱିକେଟ। ଉଭୟ ଟିମ୍ ହାତରେ ବିଜୟ ସମ୍ଭାବନା ଫିପଟି ଫିପଟି ଥିବା ବେଳେ ବାଜି ମାରିଲା ଭାରତ । ପୂରା ମ୍ୟାଚ୍‌ରେ ସିରାଜଙ୍କୁ ୯ ଓ ପ୍ରସିଦ୍ଧି କ୍ରିଷ୍ଣାଙ୍କୁ ୮ ୱିକେଟ୍‌ ମିଳିଛି । ୯ ୱିକେଟ ନେଇଥିବା ମହମ୍ମଦ ସିରାଜ ହେଲେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ । ଇଂଲଣ୍ଡର ହାରି ବ୍ରୁକ୍‌ ପ୍ଲେୟାର ଅଫ୍‌ ଦ ସିରିଜ୍‌ । ୟ

Test Match Ind Vs Eng
Advertisment
Advertisment