ପାକିସ୍ତାନଠୁ ମ୍ୟାଚ୍ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି।
ଭାରତ ହାରିଲା, ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଉ ପାକିସ୍ତାନ ଜିତିବାରୁ ଖୁସି ମନାଇଥିଲେ ସ୍କୁଲ। ଆଉ ଏବେ ଚାକିରିରୁ ବରଖାସ୍ତ ହେଲା। ରାଜସ୍ଥାନର ଜୟପୁରରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
T20 ବିଶ୍ୱକପ୍ ଲଢ଼େଇରେ ଆଜି ଆମ୍ନାସାମ୍ନା ହେବେ ଦୁଇ ଟାଇଟେଲ୍ ଦାବିଦାର ପାକିସ୍ତାନ ଓ ନ୍ୟୁଜଲାଣ୍ଡ । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱବହନ କରେ । ନିଜର ପ୍ରଥମ ମ୍ୟାଚ ରେ ଭାରତକୁ ହରାଇବା ପରେ ଏବେ ଫୁଲ୍ ଫର୍ମରେ ରହିଛି ପାକିସ୍ତାନ ଟିମ୍ ।
ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କୋହଲି ଦମଦାର ଅର୍ଦ୍ଧଶତକ କରି ଉଭୟେ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ଆଣିଥିଲେ। କୋହଲିଙ୍କ ସହ ରବୀନ୍ଦ୍ର ଜାଡେଜା ୧୫ ଓଭରରେ ଦଳର ସ୍କୋର ଶହେ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ୧୫୨ ରନ୍ ଟାର୍ଗେଟକୁ ପିଛା କରି ପାକ୍ ଟିମ୍ ବିଜୟ ହାସଲ କରିଛି।
ଭାରତ-ପାକିସ୍ତାନ ଷଷ୍ଠ ଥର ପାଇଁ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମୁହାଁମୁହିଁ ହେବେ । ୫ ବର୍ଷ ପରେ ଏହି ଦୁଇ ଟିମ୍ ମଧ୍ୟରେ ଟି-ଟ୍ୱେଣ୍ଟି ମୁକାବିଲା ହେବାକୁ ଯାଉଛି । ୫ ବର୍ଷ ପୂର୍ବେ କୋଲକତାରେ ଭାରତ-ପାକ୍ ଟି-ଟ୍ୱେଣ୍ଟି ମ୍ୟାଚ୍ ଦେଖିବାକୁ ମିଳିଥିଲା ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ଭାରତ-ପାକିସ୍ତାନ୍ ମୁକାବିଲା । ଏହା ଉପରେ ସାରା ବିଶ୍ୱର ନଜର । ଏମିତିକି ସଟ୍ଟା ବଜାରରେ ୧୦୦୦ କୋଟିରୁ ଅଧିକ ଟଙ୍କା ଲାଗିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ଏମ୍ଏସ୍ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଗ୍ରହଣ କରାଯାଇଛି । ଆଉ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମ୍ର ମେଣ୍ଟର ଧୋନୀ, ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଟ୍ୟୁସନ୍ କରିଥିବା ଦେଖାଯାଇଛି ।
ସୁପର୍ ସଣ୍ଡେରେ ସୁପର୍ ଫାଇଟ୍। ଟି-୨୦ ବିଶ୍ୱକପ୍(T20 World Cup)ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର। କ୍ରିକେଟ୍ ମୈଦାନରେ ଜମିବ ହାଇଭୋଲ୍ଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ବାବର୍ ବ୍ରିଗେଡ୍କୁ ଟକ୍କର ଦେବ ବିରାଟ ବାହିନୀ। ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଉଭୟ ଦଳ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭରୁ ଆଭ୍ୟାସ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିରୋଧରେ ଭାରତ ଜବରଦସ୍ତ ବିଜୟ । ଭାରତର ଏଭଳି ବିଜୟ ଦଳର ଆତ୍ମବିଶ୍ୱାସକୁ ବଳ ଯୋଗାଇଛି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ରେ ବିରାଟ ବାହିନୀ ପାକିସ୍ତାନ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବ । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି, ନକ୍ଆଉଟ୍ ମ୍ୟାଚ୍ରେ ଭାରତକୁ କୌଣସି ବି ଟିମ୍ ହରାଇପାରିବ ।
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍ ମଇଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ବିଶ୍ୱକପ୍ ଅଭିଯାନ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ରେ ଅୟର୍ଲ୍ୟାଣ୍ଡ ଓ ନାମିବିୟା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଛି । ଏହି ମ୍ୟାଚ୍ରେ ବ୍ୟାଟ୍ସମ୍ୟାନ୍ ସିମି ସିଂହ ଗୋଟିଏ ବଲ୍ରେ ୩ ଥର ରନ୍ ଆଉଟ୍ ହେବାରୁ ବର୍ତ୍ତିଛନ୍ତି ।
ବର୍ତ୍ତମାନ ସମୟରେ ବିରାଟ କୋହଲି ସବୁଠାରୁ ବଡ଼ ବ୍ୟାଟ୍ସମ୍ୟାନ୍ । ଟେଷ୍ଟ କ୍ରିକେଟ୍ଠାରୁ ଆରମ୍ଭ କରି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବି ବିରାଟଙ୍କ ଦବଦବା । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ସୁଦ୍ଧା ୨୩ ହଜାର ରନ୍ ପୁରା କରିସାରିଲେଣି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସ୍କଟ୍ଲ୍ୟାଣ୍ଡ । ଓପନିଂ ମ୍ୟାଚ୍ରେ ବାଂଲାଦେଶକୁ ହରାଇ ସ୍କଟ୍ଲ୍ୟାଣ୍ଡ ଏକ ନୂଆ ଇତିହାସ ରଚିଲା । ତେବେ ଏହି ବିଜୟ ପଛର ନାୟକ କ୍ରିସ୍ ଗ୍ରୀବ୍ସ କହିଛନ୍ତି, ‘ଏହା ଅବିଶ୍ୱସନୀୟ ଥିଲା ।
ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAE ଏବଂ ଓମାନରେ ଖେଳା ଯିବାକୁ ଥିବା ଟି ୨୦ ବିଶ୍ୱକପ୍ ଟାଇଟଲ୍ ଦୌଡ଼ରେ କିଏ ରହିବ ? କିଏ ପିନ୍ଧିବ ବିଶ୍ୱକପ୍ର ତାଜ୍ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ ।
ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି
ଭାରତୀୟ କ୍ରିକେଟ୍ ଟିମ୍ ୨୦୦୮ ପରେ ପାକିସ୍ତାନ ଗସ୍ତ କରିନାହିଁ । କିନ୍ତୁ ୨୦୨୩ରେ ଭାରତୀୟ କ୍ରିକେଟ୍ ଟିମ୍କୁ ପାକିସ୍ତାନ ଯିବାକୁ ପଡ଼ିପାରେ । ଶୁକ୍ରବାର ଏସିଆନ୍ କ୍ରିକେଟ୍ କାଉନ୍ସିଲ ବୈଠକରେ ୨୦୨୩ରେ ହେବାକୁ ଥିବା ଏସିଆ କପ୍ର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ଦିଆଯାଇଛି ।
ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।
ଅକ୍ଟୋବରରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ଭାରତ। ଧୋନୀ ତୁଲାଇବେ ମେଣ୍ଟର ଦାୟିତ୍ୱ।