• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ବିଶ୍ୱକପ୍‌ । ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବ କ୍ରିକେଟର ଏହି ମେଗା ଟୁର୍ଣ୍ଣାମେଣ୍ଟ । ଟି-୨୦ ବିଶ୍ୱକପ୍‌ ପାଇଁ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଦୁବାଇରେ ପହଞ୍ଚିଛି। ସେପଟେ ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଆଇସିସି ଟିକେଟ୍‌ ମୂଲ୍ୟ ପ୍ରକାଶ କରିଛି। ଏହା ସହିତ ଟିକେଟ୍‌ ଅନଲାଇନ୍‌ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲାର ଟିକେଟ୍‌ ମୂଳ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବା।

ମହିଳା ଟି-୨୦ ବିଶ୍ୱକପ୍‌ରେ ଅକ୍ଟୋବର ୬ରେ ଖେଳାଯିବ ମହାମୁକାବିଲା। ଏହି ଦିନ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଭାରତୀୟ ସମୟ ଅପରାହ୍ମ ୩.୩୦ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌। ଅକ୍ଟୋବର ୬ ସନ୍ଧ୍ୟାରେ ୱେଷ୍ଟଇଣ୍ଡିଜ୍‌ ଓ ସ୍କଟଲାଣ୍ଡ ମଧ୍ୟରେ ସେହି ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।

ଅଧିକ ପଢ଼ନ୍ତୁ: ପଞ୍ଜାବରେ ଚମକିଲେ ଓଡ଼ିଆ ପୁଅ, ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ଦେଖାଇଲେ ଜଲୱା

ଏପରି ସ୍ଥିତିରେ ଆଇସିସି ଉଭୟ ମ୍ୟାଚ୍‌କୁ ମିଶାଇ ଗୋଟିଏ ଟିକେଟ୍ ଜାରି କରିଛି । ଯାହାର ସର୍ବନିମ୍ନ ମୂଲ୍ୟ ମାତ୍ର ୧୫ ଦିରହମ୍, ଭାରତୀୟ ମୂଲ୍ୟରେ ଏହି ମୂଲ୍ୟ ମାତ୍ର ୩୪୨ ଟଙ୍କା । ଅର୍ଥାତ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଆପଣ ମାତ୍ର ୩୪୨ ଟଙ୍କା ଦେଇ ଷ୍ଟାଡିୟମରେ ବସି ଦେଖିପାରିବେ । ତେବେ ଉକ୍ତ ଷ୍ଟାଡିୟମର ଭିନ୍ନ ଭିନ୍ନ ଷ୍ଟାଣ୍ଡର ଟିକେଟ୍ ମୂଲ୍ୟ ମଧ୍ୟ ଅଲଗା ରହିଛି । ଆପଣ ଯଦି ମହିଳା ଟି-୨୦ ବିଶ୍ୱକପ୍‌ ଦେଖିବା ପାଇଁ ଟିକେଟ୍‌ ବୁକ୍‌ କରିବାକୁ ଚାହୁଁଛନ୍ତି ତେବେ t20worldcup.platinumlist.net ରେ ଆପଣ ଅନଲାଇନରେ ଟିକେଟ ବୁକ୍ କରିପାରିବେ । ସେହିପରି ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ପାଇଁ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକେଟ୍ ଦରକାର ନାହିଁ।

ସୂଚନା ଅନୁସାରେ ମହିଳା ଟି -୨୦ ବିଶ୍ୱକପ ୨୦୨୪ରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହି ୧୦ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତି କରାଯାଇଛି । ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଗ୍ରୁପ୍‌-Aରେ ରହିଛି। ଭାରତ ବ୍ୟତୀତ ଏହି ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ଦଳ ରହିଛି । ଟି-୨୦ ଫର୍ମାଟରେ ଭାରତ-ପାକିସ୍ତାନ ୧୫ ଥର ମୁହାଁମୁହିଁ ହୋଇଛନ୍ତି । ସେଥିରୁ ଭାରତ ୧୨ଟି ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ମାତ୍ର ୩ଟିରେ ପରାଜୟର ସମ୍ମୁଖୀନ ହୋଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now