/odishatv-khabar/media/media_files/2026/01/22/sunita-williams-retirement-2026-01-22-14-48-18.jpg)
Sunita Photograph: (OTV)
ଭାରତୀୟ ବଂଶୋଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରୁ ଅବସର ନେଇଛନ୍ତି । ୨୭ ବର୍ଷର ଲମ୍ବା ଓ ଐତିହାସିକ ଯାତ୍ରାରେ ସେ ୩ ଥର ତିନୋଟି ମିଶନରେ ମହାକାଶ ଯାତ୍ରା କରିଛନ୍ତି ଓ ମୋଟ ୬୦୮ ଦିନ ବିତାଇଛନ୍ତି । ଯାହାକି ନାସା ମହାକାଶଚାରୀ ଭାବେ ଦ୍ୱିତୀୟ ସର୍ବାଧିକ ରେକର୍ଡ । ସେହିପରି ସୁନୀତା ପ୍ରଥମ ମହିଳା ମହାକାଶଚାରୀ ଯିଏକି ମୋଟ ୬୨ ଘଣ୍ଟା ୬ ମିନିଟ୍ ମହାକାଶରେ ଚାଲିବାର ୱାର୍ଲ୍ଡ ରେକର୍ଡ କରିଛନ୍ତି । ମହାକାଶରେ ମାରାଥନ୍ ଦୌଡ଼ିବାରେ ମଧ୍ୟ ସେ ପ୍ରଥମ ମହାକାଶଚାରୀ ।
ମହାକାଶରୁ ଭାରତକୁ ଖୋଜିଥିଲେ ସୁନୀତା:
ଦିଲ୍ଲୀ ଆସିଥିବାବେଳେ ସୁନୀତା ୱିଲିୟମ୍ସ ଏକ ବଡ଼ କଥା କହିଛନ୍ତି । ସେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମେ ପୃଥିବୀରେ ଭାରତକୁ ଖୋଜିଥିଲେ । ମହାକାଶରୁ ଭାରତ କୋଉଠି ଅଛି ଦେଖିବାକୁ ଚେଷ୍ଟା କରିଥିଲେ । କାରଣ ତାଙ୍କ ବାପା ଜଣେ ଭାରତୀୟ । ବାପାଙ୍କ ଘର ଭାରତରେ ହୋଇଥିବାରୁ ସେ ମହାକାଶରୁ ଆଗେ ନିଜ ଘର ଭାରତକୁ ଖୋଜିଥିଲେ ବୋଲି କହିଛନ୍ତି ।
ସୁନୀତା ୱିଲିୟମ୍ସଙ୍କ ନେତୃତ୍ୱରେ ମହାକାଶ ବିଜ୍ଞାନରେ ଅନେକ ଗବେଷଣା କରାଯାଇଛି । ତାଙ୍କ ଅବସର ସମ୍ପର୍କରେ ନାସା ପ୍ରଶାସକ ଜାରେଡ୍ ଆଇଜାକମ୍ୟାନ୍ କହିଛନ୍ତି, ସୁନୀତା ଅନ୍ତଜାର୍ତୀୟ ଷ୍ଟେସନରେ ଭବିଷ୍ୟତର ମିଶନ ପାଇଁ ମୂଳଦୁଆ ପକାଇଛନ୍ତି । ତାଙ୍କର ଯୋଗଦାନ ଚନ୍ଦ୍ରର ଆର୍ଟିମିସ୍ ମିଶନ ଓ ମଙ୍ଗଳ ଗ୍ରହକୁ ଯିବାର ରାସ୍ତା ପ୍ରଶସ୍ତ କରିଛି ।
୧୯୯୮ରେ ନାସାରେ ଯୋଗ ଦେଇଥିଲେ ସୁନିତା । ୨୦୦୬ରେ ସେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ । ତା' ପରେ ୨୦୧୨ ଓ ୨୦୨୪ ଜୁନରେ ବୋଇଂ ଷ୍ଟାରଲାଇନର ମିଶନରେ ମହାକାଶକୁ ଯାଇଥିଲେ ।
ସୁନୀତା ୱିଲିୟମ୍ସଙ୍କ ପାରିବାରିକ ପୃଷ୍ଠଭୂମି:
ସୁନୀତାଙ୍କ ବାପା ଦୀପକ ପାଣ୍ଡ୍ୟା ଜଣେ ନ୍ୟୁରୋଆନାଟୋମିଷ୍ଟ ଥିଲେ । ତାଙ୍କ ଘର ଗୁଜରାଟ ମେହସାଣା ଜିଲ୍ଲାର ଝୁଲାସନ ଗାଁରେ । ପରେ ସେ ଆମେରିକା ଚାଲିଯାଇଥିଲେ ଓ ସ୍ଲୋଭେନିଆର ବୋନି ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ଆମେରିକାରେ ଜନ୍ମଗ୍ରହଣ କରିଥିଲେ ସୁନିତା । ପିଲାଦିନେ ଡାକ୍ତର ହେବାକୁ ଚାହୁଁଥିବା ସୁନୀତା ୱିଲିୟମ୍ସ ବନିଯାଇଥିଲେ ନାସା ମହାକାଶଚାରୀ ।
ବ୍ୟୁରୋ ରିପୋର୍ଟ, ଓଟିଭି
Intense Gunfight with Naxals: ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ, ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ନିହତ ସୂଚନା

Parents Fight Kill Son: ବାପାମା' କଳିରେ ପୁଅ ପଡିଲା ବଳି, ପଥର ଫିଙ୍ଗି ୪ ବର୍ଷର ପୁଅକୁ ମାରିଦେଲେ...

Mass Shooting: ପୁଣି ରକ୍ତପାତ, ଆଖିବୁଜା ଗୁଳିମାଡ଼; ୨ ମହିଳାଙ୍କ ସମେତ ଏକାଧିକ ମୃତ

Tragic Car Accident: ହାତରେ ସିଗାରେଟ୍, ୧୨୦ ସ୍ପିଡ୍ରେ ଗାଡି: ମୃତ୍ୟୁ ପୂର୍ବର ସେଇ କେଇ ସେକେଣ୍ଡ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)