Advertisment

'ରାଜ୍ୟ ସରକାରଙ୍କ ଅହଙ୍କାର ଓ ASIର ଅବହେଳାର ଲଢ଼େଇରେ ‍ଶ୍ରୀମନ୍ଦିରର ହେଉଛି କ୍ଷତି'

ଅଭିଯୋଗ ଉପରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

author-image
Chandan Shishu
BJP Leader Bijay Mohapatra

BJP Leader Bijay Mohapatra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଓ ଏଏସଆଇଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଟାର୍ଗେଟ। ରାଜ୍ୟ ସରକାରଙ୍କ ଅହଙ୍କାର ଓ ଏଏସଆଇର ଅବହେଳାର ଲଢ଼େଇ ମଧ୍ୟରେ ଶ୍ରୀମନ୍ଦିରର କ୍ଷତି ହେଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ବାରମ୍ବାର ପ୍ରକଳ୍ପ ଡିଜାଇନ ପରିବର୍ତ୍ତନ କରିଛନ୍ତି। କେଉଁ ଅଧିକାରୀଙ୍କ ଦ୍ୱାରା ଏହି ଡିଜାଇନ ବାରମ୍ବାର ବଦଳୁଥିଲା ବାରମ୍ବାର ଗସ୍ତ କରି ରିଭ୍ୟୁ କରାଯାଉଥିଲା, କେମିତି ଜାଣିପାରୁନଥିଲେ। ରାଜ୍ୟ ସରକାରଙ୍କ ସହିତ ଏଏସଆଇକୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର। 

Advertisment

ସରକାର ବେଆଇନ କାମ କରିବା ଯେତିକି ଭୁଲ, ଏଏସ୍‌ଆଇ ତଦାରଖ ନ କରିବା ସେତିକି ଭୁଲ। ଏଏସଆଇର ରିପୋର୍ଟ ଉଦବେଗଜନକ। ନିଜ ଦାୟିତ୍ୱରେ ଏହି ସଂସ୍ଥା ଅବହେଳା କରିଛି। ହାଇକୋର୍ଟରେ ଏଏସଆଇ ପ୍ରଥମେ ଚୁପ୍ ରହିଲା, ତାପରେ ୧୫ ଦିନ ସମୟ ମାଗିଲା। ଏଏସ୍ଆଇ କାହିଁକି ଏମିତି କଲା ଯଦି ବେଆଇନ କାମ ହେଉଥିଲା, କାହିଁକି ଏଏସଆଇ ଷ୍ଟେ ଅର୍ଡର ମାଗିଲା ନାହିଁ। କାହା ଚାପରେ ଅଛି ଏଏସଆଇ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।  ପ୍ରେସ କନଫରେନ୍ସରେ ୩ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଡିପିଆର ବଦଳାଯାଇଛି।  ଦାଖଲ ରିପୋର୍ଟରେ ବାରମ୍ବାର DPR ବଦଳାଯାଉଥିବା ଉଲ୍ଲେଖ ରହିଛି। ଯଦି ନିର୍ମାଣରେ ସନ୍ଦେହ ନ ଥିଲା କାହିଁକି DPR ବଦଳାଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଖନନ ବେଳେ ଅନେକ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଛି ବୋଲି ସେ କହିଛନ୍ତି।  

Advertisment

ସମ୍ବିତ ପାତ୍ରଙ୍କ ଅଭିଯୋଗ ଉପରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି କଳାପାହାଡିଆ ମନୋବୃତ୍ତି ରାଜ୍ୟ ସରକାରଙ୍କର ନାହିଁ। ଏହା ଏକ ଅବାନ୍ତର ଅଭିଯୋଗ। ଶ୍ରୀ ଜଗନ୍ନାଥ କ୍ଷେତ୍ର ଏବଂ ଓଡ଼ିଶାର ବିଭିନ୍ନ ପଯର୍ୟଟନସ୍ଥଳୀଗୁଡ଼ିକୁ ଯେମିତି ଧ୍ୟାନ ଦିଆଯାଉନାହିଁ। ତେଣୁ ସେଗୁଡ଼ିକର ପାରିପାର୍ଶ୍ୱିକ ଉନ୍ନୟନ କିଭଳି ହୋଇପାରିବ ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି। ଏଭଳି ସ୍ଥାନଗୁଡ଼ିକ ମହତ୍ତ୍ୱ ବୃଦ୍ଧି ସହିତ ଲୋକଙ୍କ ଜୀବନ ଜୀବିକା କିଭଳି ସମୃଦ୍ଧ ହୋଇପାରିବ, ସେଥିପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଦେବୀପ୍ରସାଦ ମିଶ୍ର।

Jagannath Temple Srimandir Heritage Corridor
Advertisment
Advertisment