Advertisment

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ୧୭ ଓ ୨୨ ତାରିଖରେ ବନ୍ଦ ରହିବ ମଦ ବିକ୍ରି

ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

author-image
Santosh Kumar Sahoo
 liquor shops closed on January 17 & 22

liquor shops closed on January 17 & 22

୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ। ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡ଼ାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୂଚନା ଅନୁସାରେ ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସମସ୍ତ ସରକାରୀ ଅଫିସ୍‌ ସହ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨୨ ତାରିଖ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ମଧ୍ୟ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ଏବଂ ସଂଗଠନ ମଧ୍ୟ ସମାନ ଦାବି କରିଛନ୍ତି । ଖାଲି ଛୁଟି ନୁହେଁ ରାଜ୍ୟରେ ୨୨ ତାରିଖ ଦିନ ମଦ ଦୋକାନ ବନ୍ଦ ପାଇଁ ମଧ୍ୟ ବିଚାର କରିବାକୁ ଦାବି ଉଠିଛି। ବିଜେପି କହିଛି ୫୦୦ ବର୍ଷର ସଂଘର୍ଷ ପରେ, ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ ସାଧାରଣ ଲୋକ ପୁଣ୍ୟ ଏବଂ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଚାହୁଁଛନ୍ତି । ସେହି ଦୃଷ୍ଟି କୋଣରୁ ନିଶା ଦ୍ରବ୍ୟ ବନ୍ଦ କରିବା ସହ ରାଜ୍ୟ ସରକାର ଛୁଟି ଘୋଷଣା କରନ୍ତୁ ବୋଲି ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି।

Odisha Kendrapara Ayodhya Ram Mandir Srimandir Heritage Corridor
Advertisment
Advertisment